ଭର୍ଟେବ୍ରାଲ ଧମନୀ ବିଚ୍ଛେଦନ
Vertebral artery dissection | |
---|---|
Vertebral dissection | |
ବିଭାଗ | Cardiology |
ଲକ୍ଷଣ | Neck pain, headache, difficulty speaking, difficulty swallowing, poor coordination[୧] |
କାରଣ | Neck injury, Ehler's Danlos syndrome[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan, magnetic resonance angiography, invasive angiography[୧] |
ସଠିକ ରୋଗ ନିର୍ଣ୍ଣୟ | Migraine, stroke, vasculitis, neck sprain[୧] |
ଔଷଧ | Aspirin, heparin, warfarin[୨] |
Prognosis | Mixed[୨] |
ପୁନଃପୌନିକ | 1 per 100,000 per year[୨] |
ଭର୍ଟେବ୍ରାଲ ଧମନୀ ବିଚ୍ଛେଦନ (ଇଂରାଜୀ ଭାଷାରେ Vertebral artery dissection (VAD) ରୋଗରେ ମସ୍ତିଷ୍କକୁ ରକ୍ତ ସରବରାହ କରୁଥିବା ଧମନୀର ଭିତର ସ୍ତର ଛିଣ୍ଡି ଯାଏ ଯାହା ବେକରେ ଥାଏ । [୩] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ମଧ୍ୟରେ ହଠାତ୍ ମୁଣ୍ଡ ବିନ୍ଧା ଆରମ୍ଭ ଏବଂ ବେକର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୁଏ | [୧] ଏହା ଷ୍ଟ୍ରୋକ୍ ଲକ୍ଷଣ ସହିତ ହୋଇପାରେ ଯେପରିକି କଥା କହିବା ସମସ୍ୟା, ସମନ୍ୱୟ ଅଭାବ କିମ୍ବା ଦ୍ୱିତ ଦୃଷ୍ଟି ହୋଇପାରେ | [୧] ରୋଗ ଜଟିଳ ହେଲେ ସାବାରାକନଏଡ ରକ୍ତସ୍ରାବ ହୋଇପାରେ | [୧]
ଏହି ଅବସ୍ଥା ବେକରେ ଆଘାତ ପରେ ଯେପରିକି କାଶ, ଟ୍ରାଫିକ ଧକ୍କା, ତଣ୍ଟି ଚିପା, କିମ୍ବା ଚିରୋପ୍ରାକ୍ଟିକ ଚିକିତ୍ସାରେ ହୋଇପାରେ କିନ୍ତୁ ଏହା ସ୍ୱତଃ ପ୍ରବୃତ୍ତ ଭାବରେମଧ୍ୟ ହୋଇପାରେ | [୩] [୪] ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ ଭଳି କନେକ୍ଟିଭ ତନ୍ତୁ ରୋଗ ଥିବା ଲୋକ ଅଧିକ ବିପଦରେ ଥାଆନ୍ତି। [୧] ଧମନୀ ସ୍ତର ଛିଣ୍ଡିବା ପରେ ଧମନୀ କାନ୍ଥରେ ରକ୍ତ ପ୍ରବେଶ କରେ ଏବଂ ରକ୍ତ ଜମାଟ ହୋଇ ଧମନୀ କାନ୍ଥକୁ ମୋଟା କରି ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ | [୧] ରୋଗ ନିର୍ଣ୍ଣୟ ସାଧାରଣତଃ କଣ୍ଟ୍ରାଷ୍ଟ ଏନହାନସଡ ସିଟି କିମ୍ବା ଏମଆରଆଇ ସ୍କାନ୍ଦ୍ୱାରା ହୋଇଥାଏ | [୨] [୫]
ଚିକିତ୍ସାରେ ସାଧାରଣତଃ ଆସ୍ପିରିନ୍ ଭଳି ଆଣ୍ଟିପ୍ଲାଟେଲେଟ ଅଥବାହେପାରିନ୍ ବା ୱାର୍ଫାରିନ୍ ଭଳି ଆଣ୍ଟିକୋଆଗୁଲାଣ୍ଟ ଔଷଧ ଦିଆଯାଏ | [୪] ପ୍ରାୟ ୧୦% ଲୋକ ଆରମ୍ଭରେ ମୃତ୍ୟୁ ବରଣ କରନ୍ତି। [୩] ଯେଉଁମାନେ ଏହି ପ୍ରାରମ୍ଭିକ ଅବଧିରୁ ବଞ୍ଚନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୫% ସଂପୂର୍ଣ୍ଣ ସୁସ୍ଥ ହୁଅନ୍ତି କିମ୍ବା କାର୍ଯ୍ୟ କ୍ଷମତା ଉପରେ ସର୍ବନିମ୍ନ ପ୍ରଭାବ ପଡ଼େ, ଅବଶିଷ୍ଟାଂଶରେ ଅଧିକ ଅକ୍ଷମତା ରହିଥାଏ ଏବଂ ପ୍ରାୟ ୨% ଜଟିଳତାରୁ ମୃତ୍ୟୁ ବରଣ କରନ୍ତି | [୨]
ଭର୍ଟେବ୍ରାଲ ଧମନୀ ବିଚ୍ଛେଦନ ପ୍ରତିବର୍ଷ ପ୍ରାୟ ୧୦୦,୦୦୦ ଲୋକରେ ଜଣକୁ ହୁଏ | [୪] କାରୋଟିଡ୍ ଧମନୀ ବିଚ୍ଛେଦନ (ବେକ ସମ୍ମୁଖରେ ଥିବା ବଡ଼ ଧମନୀଗୁଡ଼ିକର ବିଚ୍ଛେଦନ) ଅପେକ୍ଷା ଏହା କମ୍ ସାଧାରଣ ଅଟେ | [୨] ଏହି ଦୁଇଟି ଅବସ୍ଥା ଯୁବକ ଏବଂ ମଧ୍ୟବୟସ୍କମାନଙ୍କ ମଧ୍ୟରେ ୧୦-୨୫% ଅଣ-ରକ୍ତସ୍ରାବ ଷ୍ଟ୍ରୋକ ଯୋଗୁ ହୁଏ | [୨] ଏହି ଅବସ୍ଥା ପ୍ରଥମେ ୧୯୭୦ ଦଶକରେ କାନାଡାର ସ୍ନାୟୁବିଜ୍ଞାନୀ ସି ମିଲର ଫିସରଙ୍କଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଥିଲା। [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Britt, TB; Agarwal, S (January 2020). "Vertebral Artery Dissection". PMID 28722857.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Kim YK, Schulman S (April 2009). "Cervical artery dissection: pathology, epidemiology and management". Thromb. Res. 123 (6): 810–21. doi:10.1016/j.thromres.2009.01.013. PMID 19269682.
- ↑ ୩.୦ ୩.୧ ୩.୨ Britt, TB; Agarwal, S (January 2020). "Vertebral Artery Dissection". PMID 28722857.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ୪.୨ Kim YK, Schulman S (April 2009). "Cervical artery dissection: pathology, epidemiology and management". Thromb. Res. 123 (6): 810–21. doi:10.1016/j.thromres.2009.01.013. PMID 19269682.
- ↑ Debette S, Leys D (July 2009). "Cervical-artery dissections: predisposing factors, diagnosis, and outcome". Lancet Neurol. 8 (7): 668–78. doi:10.1016/S1474-4422(09)70084-5. PMID 19539238.
- ↑ Campos-Herrera CR, Scaff M, Yamamoto FI, Conforto AB (December 2008). "Spontaneous cervical artery dissection: an update on clinical and diagnostic aspects". Arq Neuropsiquiatr. 66 (4): 922–7. doi:10.1590/S0004-282X2008000600036. PMID 19099146.