ସବଆରାକନଏଡ ହେମୋରେଜ

ଉଇକିପିଡ଼ିଆ‌ରୁ
ସବଆରାକନଏଡ ହେମୋରେଜ (Subarachnoid hemorrhage)
Subarachnoid haemorrhage
ମସ୍ତିଷ୍କ ସ୍କାନ ଚିତ୍ରର ମଧ୍ୟ ଭାଗରେ ଦେଖାଯାଉଥିବା ଧଳା ଅଂଶଟି ସବଆରାକନଏଡ ହେମୋରେଜ ଥିବା ଓ ସଲକସ (sulci|) ଦିଗକୁ ଯାଇଥିବା ସୂଚନା ଦେଉଛି ।
ଉଚ୍ଚାରଣ
ବିଭାଗସ୍ନାୟୁ ଶଲ୍ୟ (Neurosurgery)
ଲକ୍ଷଣଥଣ୍ଡରକ୍ଲାପ ମୁଣ୍ଡବିନ୍ଧା (Severe headache of rapid onset), ବାନ୍ତି (vomiting), ଚେତନା ସ୍ତର କମିଯାଏ (decreased level of consciousness)[୧]
କାରଣମୁଣ୍ଡ ଆଘାତ (Head injury), ସେରେବ୍ରାଲ ଆନିଉରିଜ୍ନ (cerebral aneurysm)[୧]
ବିପଦ କାରକଉଚ୍ଚ ରକ୍ତଚାପ, ଧୂମ୍ରପାନ (smoking), ମଦ୍ୟାତ୍ୟୟ, କୋକେନ[୧]
ରୋଗ ନିର୍ଣ୍ଣୟ ପଦ୍ଧତିସିଟି ସ୍କାନ (CT scan), ଲମ୍ବର ପଙ୍କଚର (lumbar puncture)[୨]
ସଠିକ ରୋଗ ନିର୍ଣ୍ଣୟମେନିଞ୍ଜାଇଟିସ, ଅଧକପାଳୀ, ସେରେବ୍ରାଲ ଭେନସ ଥ୍ରୋମ୍ବୋସିସ (cerebral venous sinus thrombosis)[୩]
ଔଷଧଲାବେଟାଲୋଲ (Labetalol), ନିମୋଡିପିନ (nimodipine)[୧]
ଚିକିତ୍ସାସ୍ନାୟୁ ଶଲ୍ୟ (Neurosurgery) ବା (radiologically guided interventions)[୧]
Prognosis45% risk of death at 30 days (aneurysmal)[୧]
ପୁନଃପୌନିକବର୍ଷକୁ ପ୍ରତି ୧୦,୦୦୦ ଲୋକରେ ଜଣକୁ ହୁଏ [୧]

ସବଆରାକନଏଡ ହେମୋରେଜ (ଇଂରାଜୀ ଭାଷାରେ Subarachnoid hemorrhage ବାSAH) ଏକ ରୋଗ ଯେଉଁଥିରେ ମସ୍ତିଷ୍କ‌କୁ (brain) ଘୋଡ଼େଇ ରଖୁଥିବା (ଆରାକନଏଡ (arachnoid membrane) ଓ ପାୟା ମାଟର (pia mater) ମଧ୍ୟବର୍ତ୍ତୀ ସ୍ଥାନ‌ରେ ଥିବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ bleeding ହୁଏ । [୧] ଏହି ରୋଗ ହେଲେ ଥଣ୍ଡରକ୍ଲାପ ମୁଣ୍ଡବିନ୍ଧା (Severe headache of rapid onset), ବାନ୍ତି (vomiting), ଚେତନା ସ୍ତର କମିଯିବା (decreased level of consciousness) ଓ ଜ୍ୱର ଆଦି ଲକ୍ଷଣ ଦେଖାଯାଏ ଓ ସମୟ ସମୟରେ ବାତ (seizure) ମଧ୍ୟ ହୁଏ ।[୧] ବେକରେ କଷ୍ଟ ହୁଏ ଓ ଅନମନୀୟ ହୁଏ ।[୨] ଏକ ଚତୁର୍ଥାଂଶ ରୋଗୀଙ୍କର ବଡ଼ ଧରଣର ରକ୍ତସ୍ରାବର ଏକ ମାସ ମଧ୍ୟରେ ଏକ ଛୋଟ ଧରଣର ରକ୍ତସ୍ରାବ ହୁଏ । [୧]

ମୁଣ୍ଡ ଆଘାତ (head injury) ପରେ ବା ସ୍ୱତଃ ସେରେବ୍ରାଲ ଆନିଉରିଜ୍ମ (cerebral aneurism) ଫାଟିଯିବା ଫଳରେ ସବଆରାକନଏଡ ହେମୋରେଜ ହୁଏ । [୧] ଉଚ୍ଚ ରକ୍ତଚାପ, ଧୂମ୍ରପାନ (smoking), ମଦ୍ୟାତ୍ୟୟ, କୋକେନ ସେବନ ଥିଲେ ଏହି ରୋଗ ସଙ୍କଟ ରହେ ।[୧] ସାଧାରଣତଃ ଏହି ରୋଗ ହେବାର ୬ ଘଣ୍ଟା ମଧ୍ୟରେ ସିଟି ସ୍କାନ (CT scan) କଲେ ରୋଗ ନିର୍ଣ୍ଣୟ ହୋଇପାରେ ।[୨] କେତେକ କ୍ଷେତ୍ରରେ ଲମ୍ବର ପଙ୍କଚର (lumbar puncture) ଆବଶ୍ୟକ ହୁଏ ।[୨] ଏହା ପରେ ରୋଗର ଅନ୍ତର୍ନିହିତ କାରଣ ନିର୍ଣ୍ଣୟ କରିବା ନିମନ୍ତେ ମଧ୍ୟ ଅନେକ ପରୀକ୍ଷା କରିବା ଆବଶ୍ୟକ ହୁଏ ।[୨]

ତୁରନ୍ତ ମସ୍ତିଷ୍କ ଅପରେଶନ (neurosurgery) ବା ରେଡିଓଲୋଜିକାଲି ଗାଇଡେଡ ଇଣ୍ଟରଭେନସନ (radiologically guided interventions) କରାଯାଏ ।[୧] ତୁରନ୍ତ ଅପରେଶନ ସମ୍ଭବ ନହେଲେ ରକ୍ତଚାପ କମେଇବାକୁ ଲାବେଟାଲୋଲ (Labetalol) ଔଷଧ ଦେଇ ଅପେକ୍ଷା କରାଯାଏ ।[୧] ଜ୍ୱର ଥିଲେ ଆବଶ୍ୟକ ଔଷଧ ଦିଆଯାଏ ।[୧] ଭାସୋସ୍ପାଜ୍ମ କମେଇବା ନିମନ୍ତେ ନିମୋଡିପିନ (nimodipine) ଭଳି କ୍ୟାଲସିଅମ ଚ୍ୟାନେଲ ବ୍ଲକର calcium channel blocker ଦିଆଯାଏ ।[୧] ବାତ ପ୍ରତିଷେଧ ନିମନ୍ତେ ରୁଟିନ ଔଷଧର ଉପକାରୀତା ସ୍ପଷ୍ଟ ହେଉନାହିଁ ।[୧] ଆନିଉରିଜ୍ମ ଯୋଗୁ ଏହି ରୋଗ ହେଉଥିଲେ ପ୍ରାୟ ୩୦ ଦିନ ମଧ୍ୟରେ ଅର୍ଦ୍ଧକ ରୋଗୀଙ୍କର ମୃତ୍ୟୁ ହୁଏ ଓ ବଞ୍ଚିଯାଇଥିବା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କର ଅନ୍ୟାନ୍ୟ ସମସ୍ୟା ଦେଖାଯାଏ ।[୧] ୧୦-୧୫% ରୋଗୀ ଡାକ୍ତରଖାନାରେ ପ‌ହଞ୍ଚିବା ପୂର୍ବରୁ ମୃଯୁ ବରଣ କରନ୍ତି ।[୪]

ପ୍ରତି ବର୍ଷ ୧୦,୦୦୦ ଲୋକ ମଧ୍ୟରୁ ଜଣେ ସବଆରାକନଏଡ ହେମୋରେଜ ରୋଗର ଆକ୍ରାନ୍ତ ହୁଏ । [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ପ୍ରାୟ ୫୫ ବର୍ଷ ବୟସ ମଧରେ ୫୦% ଲୋକ ଆକ୍ରାନ୍ତ ହୁଅନ୍ତି ।[୪] ଏହା ଏକ ପ୍ରକାର ସ୍ଟ୍ରୋକ (stroke) ଓ ସମୁଦାୟ ସ୍ଟ୍ରୋକ ରୋଗୀଙ୍କର ୫% ଏହି ରୋଗରେ ପୀଡ଼ିତ ହୁଅନ୍ତି । [୪] ସନ ୧୯୩୦ରେ ଏହି ରୋଗ ନିମନ୍ତେ ପ୍ରଥମେ ଅପରେଶନ ଆରମ୍ଭ କରାଗଲା ।[୫] ସନ ୧୯୯୦ରୁ ବଡ଼ ରକ୍ତନଳୀ ମାଧ୍ୟମରେ କଏଲିଙ୍ଗ ("coiling") ଅପରେଶନ ଆରମ୍ଭ କରାଗଲା ।[୬] }}

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Abraham, MK; Chang, WW (November 2016). "Subarachnoid Hemorrhage". Emergency medicine clinics of North America. 34 (4): 901 916. doi:10.1016/j.emc.2016.06.011. PMID 27741994.
  2. ୨.୦ ୨.୧ ୨.୨ ୨.୩ ୨.୪ Carpenter, CR; Hussain, AM; Ward, MJ; Zipfel, GJ; Fowler, S; Pines, JM; Sivilotti, ML (September 2016). "Spontaneous Subarachnoid Hemorrhage: A Systematic Review and Meta-analysis Describing the Diagnostic Accuracy of History, Physical Examination, Imaging, and Lumbar Puncture With an Exploration of Test Thresholds". Academic Emergency Medicine. 23 (9): 963–1003. doi:10.1111/acem.12984. PMC 5018921. PMID 27306497.
  3. Longmore, Murray; Ian Wilkinson; Tom Turmezei; Chee Kay Cheung (2007). Oxford Handbook of Clinical Medicine, 7th edition. Oxford University Press. p. 841. ISBN 0-19-856837-1.
  4. ୪.୦ ୪.୧ ୪.୨ van Gijn J, Kerr RS, Rinkel GJ (2007). "Subarachnoid haemorrhage". Lancet. 369 (9558): 306–18. doi:10.1016/S0140-6736(07)60153-6. PMID 17258671.
  5. Todd NV, Howie JE, Miller JD (June 1990). "Norman Dott's contribution to aneurysm surgery". Journal of Neurology, Neurosurgery, and Psychiatry. 53 (6): 455–58. doi:10.1136/jnnp.53.6.455. PMC 1014202. PMID 2199609.
  6. Strother CM (1 ମଇ 2001). "Historical perspective. Electrothrombosis of saccular aneurysms via endovascular approach: part 1 and part 2". American Journal of Neuroradiology. 22 (5): 1010–12. PMID 11337350. Archived from the original on 14 ନଭେମ୍ବର 2005.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ