କ୍ୟାରୋଟିଡ ଧମନୀ ବିଚ୍ଛେଦନ

ଉଇକିପିଡ଼ିଆ‌ରୁ
Carotid artery dissection
Internal carotid artery dissection
Ateries of the neck
ବିଭାଗVascular surgery
ଲକ୍ଷଣPain in the neck or head, stroke symptoms[୧]
ଆକ୍ରାନ୍ତ ସମୟ20s to 40s[୨]
କାରଣNeck injury, spontaneous[୧]
ବିପଦ କାରକFamily history[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟCluster headache, migraine, neck injury, TIA, vertebral artery dissection, retinal artery occlusion[୧]
ଚିକିତ୍ସାAnticoagulation, stenting[୧][୨]
PrognosisVariable[୧]
ପୁନଃପୌନିକ1.8 per 100,000 per year[୩]

କ୍ୟାରୋଟିଡ ଧମନୀ ବିଚ୍ଛେଦନ ରୋଗରେ ବେକର ସାମନା ପାର୍ଶ୍ୱରେ ଥିବା କ୍ୟାରୋଟିଡ ଧମନୀର, ଯାହା ମାଧ୍ୟମରେ ରକ୍ତ ମସ୍ତିଷ୍କ‌କୁ ସରବରାହ ହୁଏ, ଭିତର ସ୍ତର ଚିରିଯାଇ ଏକ ଫ୍ଲାପରେ ପରିଣତ ହୋଇଯାଏ [୧]ଲକ୍ଷଣ: ବେକ, ମୁହଁ କିମ୍ବା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୁଏ | [୧] ଏହା ସାଥିରେ ଷ୍ଟ୍ରୋକ ଭଳି ଲକ୍ଷଣମାନ ଯେପରିକି ଗୋଟିଏ ଆଖିରେ ଅନ୍ଧତ୍ୱ, ଦ୍ୱିତ ଦୃଷ୍ଟି ଓ ଅସ୍ୱାଭାବିକ ସ୍ୱାଦ ଅନୁଭବର ଲକ୍ଷଣ ଦେଖାଯାଇପାର | [୧] [୩] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ହର୍ନର ସିଣ୍ଡ୍ରୋମ (ଛୋଟ ଚକ୍ଷୁ ପୁତ୍ତଳି ଓ ଉପର ଆଖିପତା ଓହଳି ପଡ଼ିବା) ଦେଖାଯାଇପାରେ | [୩] ରୋଗ ଜଟିଳ ହେଲେ ଷ୍ଟ୍ରୋକ କିମ୍ବା ସବଆରାକନଏଡ ରକ୍ତସ୍ରାବ ହୋଇପାରେ[୧]

ଏହି ରୋଗ ବିଭିନ୍ନ କାରଣରୁ ହୁଏ ଯେପରିକି ଧକ୍କାଜନିତ ବେକ ଆଘାତ, ଚିରୋପ୍ରାକ୍ଟିସ କିମ୍ବା ସ୍ୱତଃସ୍ଫୁର୍ତ୍ତ ଭାବରେ ମଧ୍ୟ ହୋଇପାରେ | [୧]ପାରିବାରିକ ଇତିହାସ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ଭଳି ସଂଯୋଜକ ତନ୍ତୁ ରୋଗ ଥିଲେ ଏହି ରୋଗ ସଙ୍କଟ ରହେ | [୧] ଏହି ରୋଗରେ ଧମନୀ ପ୍ରାଚୀର ଚିରି ହୋଇଯିବା କାରଣରୁ ରକ୍ତ ଧମନୀ ପ୍ରାଚୀର ଭିତରକୁ ବୋହିଯାଇ କ୍ଲଟ ବା ମୁଣ୍ଡା ହୋଇଯିବା ଫଳରେ ପ୍ରାଚୀର ମୋଟା ହୋଇଯାଏ ଓ ଏହା ଫଳରେ ରକ୍ତ ପ୍ରବାହ କମିଯାଏ । [୧] ମେଡିକାଲ ଇମେଜିଙ୍ଗ ଓ ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]

ଏହାର ଚିକିତ୍ସାରେ ଆସ୍ପିରିନ୍, ହେପାରିନ୍, କିମ୍ବା ୱାରଫାରିନ୍ ଦିଆଯାଇପାରେ | [୧] [୨] ବେଳେବେଳେ ରକ୍ତନଳୀରେ ଷ୍ଟେଣ୍ଟିଂ କରାଯାଇପାରେ | [୧] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ | [୧] ଯଦି ଖପୁରୀ ଭିତରେ ବିସ୍ତାରିତ ହୋଇଥାଏ କିମ୍ବା ଉଭୟ ପାର୍ଶ୍ୱରେ ହୁଏ ତେବେ ଫଳାଫଳ ଅଧିକ ଖରାପ ହୋଇଥାଏ | [୪]

କାରୋଟିଡ୍ ବିଚ୍ଛେଦନ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧.୮ଜଣକୁ ପ୍ରଭାବିତ କରିଥାଏ | [୧] [୩] ସାଧାରଣତଃ ୨୦ରୁ ୪୦ ଦଶକର ଲୋକମାନଙ୍କଠାରେ ଦେଖାଯାଏ | [୨] ଯୁବକମାନଙ୍କ ମଧ୍ୟରେ ଏହାହିଁ ପ୍ରାୟ ୨୦% ଷ୍ଟ୍ରୋକ ହେବାର କାରଣ | [୧] ଭର୍ଟିବ୍ରାଲ ଧମନୀ ବିଚ୍ଛେଦନ ଅପେକ୍ଷା ଏହା ଅଧିକ ସାଧାରଣ ଅଟେ | [୩] ଏହି ଅବସ୍ଥା ପ୍ରଥମେ ୧୯୫୪ ମସିହାରେ ଜେଣ୍ଟଜର ବର୍ଣ୍ଣନା କରିଥିଲେ । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Goodfriend, SD; Tadi, P; Koury, R (January 2020). "Carotid Artery Dissection". PMID 28613585. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Ferri, Fred F. (2020). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. PA315-IA7. ISBN 978-0-323-67977-0.
  3. ୩.୦ ୩.୧ ୩.୨ ୩.୩ ୩.୪ Kim YK, Schulman S (April 2009). "Cervical artery dissection: pathology, epidemiology and management". Thromb. Res. 123 (6): 810–21. doi:10.1016/j.thromres.2009.01.013. PMID 19269682.
  4. Purdy, R. Allan; Rapoport, Alan M.; Sheftell, Fred D. (2005). Advanced Therapy of Headache (in ଇଂରାଜୀ). PMPH-USA. p. 226. ISBN 978-1-55009-252-3.
  5. Purdy, R. Allan; Rapoport, Alan M.; Sheftell, Fred D. (2005). Advanced Therapy of Headache (in ଇଂରାଜୀ). PMPH-USA. p. 226. ISBN 978-1-55009-252-3.