Jump to content

ୱାରଫାରିନ

ଉଇକିପିଡ଼ିଆ‌ରୁ
ୱାରଫାରିନ
Clinical data
Pronunciation/ˈwɔːrfəˌrɪn/ WORF-ə-rin
Trade namesCoumadin, others
AHFS/Drugs.commonograph
MedlinePlusa682277
data
Pregnancy
category
  • AU: D
  • US: X (Contraindicated)
    Routes of
    administration
    By mouth or intravenous
    ATC code
    Legal status
    Legal status
    Pharmacokinetic data
    Bioavailability79-100% (by mouth)[]
    Protein binding99%[]
    MetabolismLiver: CYP2C9, 2C19, 2C8, 2C18, 1A2 and 3A4[]
    Elimination half-life20-60 hours (mean: 40 hours)[]
    ExcretionKidney (92%)[]
    Identifiers
    • (RS)-4-Hydroxy-3-(3-oxo-1-phenylbutyl)- 2H-chromen-2-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.001.253 Edit this at Wikidata
    Chemical and physical data
    FormulaC19H16O4
    Molar mass308.33 g/mol
    3D model (JSmol)
    • CC(=O)CC(C\1=C(/O)c2ccccc2OC/1=O)c3ccccc3
    • InChI=1S/C19H16O4/c1-12(20)11-15(13-7-3-2-4-8-13)17-18(21)14-9-5-6-10-16(14)23-19(17)22/h2-10,15,21H,11H2,1H3 checkY
    • Key:PJVWKTKQMONHTI-UHFFFAOYSA-N checkY
     ☒NcheckY (what is this?)  (verify)

    ୱାରଫାରିନ (ଇଂରାଜୀ ଭାଷାରେ Warfarin, ବିକ୍ରୟ ନାମ କୁମାଡିନ) ଏକ ଔଷଧ ଯାହା ଏକ ରକ୍ତ ଜମାଟ ବିରୋଧୀ (anticoagulant ବା blood thinner) ।[] ରକ୍ତ ଜମାଟ (blood clots) ବାନ୍ଧୁଥିବା ରୋଗମାନଙ୍କରେ ଏହା ବ୍ୟବ‌ହାର କରାଯାଏ ଯେପରିକି ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆଟ୍ରିଆଲ ଫିବ୍ରିଲେସନ (atrial fibrillation), ଭାଲଭୁଲାର ହାର୍ଟ ଡିଜିଜ (valvular heart disease) ବା ଆର୍ଟିଫିସିଆଲ ହାର୍ଟ ଭଲ୍ଭ (artificial heart valves) ରୋଗମାନଙ୍କରେ ସମ୍ଭାବିତ ସ୍ଟ୍ରୋକ୍ର (stroke) ପ୍ରତିଷେଧ ନିମନ୍ତେ ଦିଆଯାଏ ।[] ଅସାଧାରଣ ଭାବରେ ଏସଟି-ସେଗମେଣ୍ଟ ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାରକ୍‌ସନ (ST-segment elevation myocardial infarction ବା STEMI) ଓ ଅର୍ଥୋପେଡିକ ଅପରେଶନରେ (orthopedic surgery) ବ୍ୟବ‌ହାର କରାଯାଏ ।[] ଏହି ଔଷଧ ପାଟିରେ ଦେଲେ ମଧ୍ୟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଇପାରେ ।[]

    ଏଥିରେ ସାଧାରଣତଃ ରକ୍ତସ୍ରାବ bleeding ହୁଏ । କେତେକ କ୍ଷେତ୍ରରେ ତନ୍ତୁ କ୍ଷୟ (tissue damage) ଓ ପର୍‌ପ୍ଲ ଟୋଜ ସିଣ୍ଡ୍ରୋମ (purple toes syndrome) ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ୱାରଫାରିନ ପାଉଥିବା ରୋଗୀର ପ୍ରୋଥ୍ରୋମ୍ବିନ ଟାଇମ (prothrombin time ବା INR) ପ୍ରତ୍ୟେକ ୧ରୁ ୪ ସପ୍ତାହରେ ପରୀକ୍ଷା କରିବା ଆବଶ୍ୟକ ।[] ୱାରଫାରିନ ସ‌ହିତ କେତେକ ଖାଦ୍ୟ (dietary factors) ଓ ଔଷଧ ପ୍ରତିକ୍ରିୟା କରି ତାହାର ପ୍ରଭାବକୁ କମ୍ ବା ବେଶୀ କରନ୍ତି । [][] ଫାଇଟୋନାଡିଅନ (phytonadione ବା vitamin K1), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma) ବା ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ ଆଦି ଔଷଧମାନଙ୍କଦ୍ୱାରା ଏହାର ପ୍ରଭାବକୁ ବିପରୀତମୁଖି କରିହୁଏ ।[]

    ରକ୍ତ ଜମାଟ କରିବା କାର୍ଯ୍ୟବିଧିକୁ ୱାରଫାରିନ କମେଇଦିଏ ଓ ଏହା ଏକ ଏଞ୍ଜାଇମ (enzyme) ଭିଟାମିନ କେ ଇପୋକ୍ସାଇଡ ରିଡକ୍ଟେଜକୁ (vitamin K epoxide reductase) ଅବରୋଧ କରିବାଦ୍ୱାରା ରକ୍ତ ଜମାଟ (blood clotting) କମେଇଦିଏ କାରଣ ଏହା ଭିଟାମିନ କେକୁ ରିଆକ୍ଟିଭେଟ କରେ । [] ଭିଟାମିନ କେ ବିନା ଅନ୍ୟାନ୍ୟ ଫ୍ୟାକ୍ଟର ଯେପରିକି ୨, ୭, ୯ ଓ ୧୦ ଫ୍ୟାକ୍ଟରମାନଙ୍କର ଯଥେଷ୍ଟ ଜମାଟ କରିବା ଶକ୍ତି ନଥାଏ ।[] ଆଣ୍ଟିକ୍ଲଟିଙ୍ଗ ପ୍ରୋଟିନ ସି (protein C) ଓ ପ୍ରୋଟିନ ଏସ (protein S) ମଧ୍ୟ ଅଳ୍ପ ମାତ୍ରାରେ ଅବରୋଧ ହୋଇଯାଏ ।[] ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ କିଛି ଦିନ ଲାଗିପାରେ ଓ ୫ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । [][]

    ସନ ୧୯୪୮ରେ ୱାରଫାରିନ ପ୍ରଥମେ ବ୍ୟବସାୟୀକ ଭିତ୍ତିରେ ମୂଷାମାରୀ (rat poison) ଭାବରେ ବ୍ୟବ‌ହାର କରାଗଲା ।[] ସନ ୧୯୫୪ରେ ଚିକିତ୍ସା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବ‌ହାର କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୧.୧୨ରୁ ୭.୨୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୨୫ ଡଲାରରୁ କମ୍ ।[୧୦]

    1. Holford, NH (December 1986). "Clinical Pharmacokinetics and Pharmacodynamics of Warfarin Understanding the Dose-Effect Relationship". Clinical Pharmacokinetics. Springer International Publishing. 11 (6): 483–504. doi:10.2165/00003088-198611060-00005. PMID 3542339.
    2. 1 2 3 4 "PRODUCT INFORMATION COUMADIN" (PDF). TGA eBusiness Services. Aspen Pharma Pty Ltd. 19 January 2010. Retrieved 11 December 2013.
    3. 1 2 3 4 5 6 7 8 "Warfarin Sodium". The American Society of Health-System Pharmacists. Retrieved 8 January 2017.
    4. 1 2 3 4 5 Ageno, W; Gallus, AS; Wittkowsky, A; Crowther, M; Hylek, EM; Palareti, G; American College of Chest, Physicians. (February 2012). "Oral anticoagulant therapy: Antithrombotic Therapy and Prevention of Thrombosis, 9th ed: American College of Chest Physicians Evidence-Based Clinical Practice Guidelines". Chest. 141 (2 Suppl): e44S-88S. doi:10.1378/chest.11-2292. PMC 3278051. PMID 22315269.
    5. Arcangelo, Virginia Poole; Peterson, Andrew M. (2006). Pharmacotherapeutics for Advanced Practice: A Practical Approach (in ଇଂରାଜୀ). Lippincott Williams & Wilkins. p. 774. ISBN 9780781757843.
    6. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 148. ISBN 9783527326693.
    7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    8. British national formulary : BNF 69 (69 ed.). British Medical Association. 2015. pp. 154–155. ISBN 9780857111562.
    9. "Warfarin Sodium". International Drug Price Indicator Guide. Retrieved 8 December 2016.[permanent dead link]
    10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 289. ISBN 9781284057560.