ହେପାରିନ
Clinical data | |
---|---|
Pronunciation | ['hɛpərɪn] HEP-ə-rin |
AHFS/Drugs.com | monograph |
Pregnancy category |
|
Routes of administration | IV, SQ |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Erratic |
Metabolism | Liver |
Elimination half-life | 1.5 hours |
Excretion | Urine[୨] |
Identifiers | |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.029.698 |
Chemical and physical data | |
Formula | C12H19NO20S3 |
Molar mass | 12000–15000 g/mol |
| |
(what is this?) (verify) |
ହେପାରିନ (ଇଂରାଜୀ ଭାଷାରେ Heparin, ବା ଅନଫ୍ରାକ୍ସନେଟେଡ ହେପାରିନ/unfractionated heparin (UFH), ଏକ ଆଣ୍ଟିକୋଆଗୁଲାଣ୍ଟ (blood thinner) ବା ସ୍କନ୍ଧନରୋଧୀ ଔଷଧ ।[୩] ଏହା ବିଶେଷତଃ ଡିପ ଭେନ ଥ୍ରମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆର୍ଟେରିଆଲ ଥ୍ରୋମ୍ବୋଏମ୍ବୋଲିଜ୍ମ (arterial thromboembolism) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷେଧ ଭାବରେ ବ୍ୟବହାର କରାଯାଏ । ହୃଦ୍ଘାତ ଓ ଅନସ୍ଟେବ୍ଲ ଆଞ୍ଜାଇନା (unstable angina) ରୋଗମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୩] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଟେଷ୍ଟ ଟ୍ୟୁବ (test tube) ଓ ବୃକ୍କ ଡାଏଲିସିସ (kidney dialysis machines) ମେସିନରେ ବ୍ୟବହାର କରାଯାଏ ।[୪][୫]
ହେପାରିନର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା ଓ ଶୋଣଚକ୍ରିକା ସ୍ୱଳ୍ପତା ବା ଥ୍ରୋମ୍ବୋସାଇଟୋପେନିଆ (low blood platelets) ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାରିନ ପ୍ରବର୍ତ୍ତିତ ଥ୍ରୋମ୍ବୋସାଇଟୋପେନିଆ (heparin induced thrombocytopenia) ହୋଇପାରେ । ଧୀମା ବୃକ୍କ କାର୍ଯ୍ୟ (poor kidney function) ଥିଲେ ଅଧିକ ଯତ୍ନ ଆବଶ୍ୟକ ।[୩] ସ୍ତନ୍ୟପାନ ଓ ଗର୍ଭାବସ୍ଥାରେ ହେପାରିନ ବ୍ୟବହାର ଅପେକ୍ଷାକୃତ ନିରାପଦ ଜଣାଯାଏ ।[୬] ହେପାରିନ ଏକ ପ୍ରାକୃତିକ ଗ୍ଲାଇକୋସାମିନୋଗ୍ଲାଇକାନ (glycosaminoglycan) ପଦାର୍ଥ ।[୩][୪]
ସନ ୧୯୧୬ରେ ଆବିଷ୍କୃତ ହୋଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରତିଷେଧକ ଭାବରେ ବ୍ୟବହାର ହେଉଥିବା ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୯.୬୩ରୁ ୩୭.୯୫ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୧୦] ଏକ ଫ୍ରାକ୍ସନେଟେଡ (fractionated) ହେପାରିନ ମଧ୍ୟ ମିଳେ ଯାହାକୁ ଲୋ ମଲିକ୍ୟୁଲାର ୱେଟ ହେପାରିନ (low molecular weight heparin) କୁହାଯାଏ ।[୧୧]
ଆଧାର
[ସମ୍ପାଦନା]- ↑ Heparin Sodium injection
- ↑ heparin. In: Lexi-Drugs Online [database on the Internet]. Hudson (OH): Lexi-Comp, Inc.; 2007 [cited 2/10/12]. Available from: http://online.lexi.com. subscription required to view.
- ↑ ୩.୦ ୩.୧ ୩.୨ ୩.୩ "Heparin Sodium". The American Society of Health-System Pharmacists. Retrieved 1 January 2016.
- ↑ ୪.୦ ୪.୧ "Heparin (Mucous ) Injection BP - Summary of Product Characteristics (SPC) - (eMC)". www.medicines.org.uk. September 2016. Retrieved 15 December 2016.
- ↑ McClatchey, Kenneth D. (2002). Clinical Laboratory Medicine (in ଇଂରାଜୀ). Lippincott Williams & Wilkins. p. 662. ISBN 9780683307511.
- ↑ "Heparin Pregnancy and Breastfeeding Warnings". drugs.com. Retrieved 15 January 2016.
- ↑ Li, Jie Jack; Corey, E. J. (2013). Drug Discovery: Practices, Processes, and Perspectives (in ଇଂରାଜୀ). John Wiley & Sons. p. 189. ISBN 9781118354469.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Heparin". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.
- ↑ Rietschel, Robert L.; Fowler, Joseph F.; Fisher, Alexander A. (2008). Fisher's Contact Dermatitis (in ଇଂରାଜୀ). PMPH-USA. p. 142. ISBN 9781550093780.