ଉତ୍କଳ ସାହିତ୍ୟ ସମାଜ
ଉତ୍କଳ ସାହିତ୍ୟ ସମାଜ (ସ୍ଥାପନା: ୧୮୯୪) ଓଡ଼ିଶାର କଟକଠାରେ ଅବସ୍ଥାପିତ ଏକ ସାହିତ୍ୟ ଅନୁଷ୍ଠାନ । ଏହା କଟକ ନର୍ମାଲ ସ୍କୁଲରୁ ସେଠାକାର ତତ୍କାଳୀନ ଅଧ୍ୟକ୍ଷ ମଧୁସୂଦନ ରାଓଙ୍କଦ୍ୱାରା ଛାତ୍ରମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ଯର ଉନ୍ନତି ସକାଶେ ଆଲୋଚନାସଭା ନାମରେ ଆରମ୍ଭ ହୋଇ ପରେ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଏହା ପରେ ୧୯୦୩ ମସିହା ମଇ ମାସ ୭ ତାରିଖରେ ବିଧିବଦ୍ଧ ଭାବେ ଗଠିତ ହେଲା ।
ଇତିହାସ
[ସମ୍ପାଦନା]ସ୍ଥାପନା
[ସମ୍ପାଦନା]କଟକ ତାଲିମ ସ୍କୁଲର ତତ୍କାଳୀନ ଅଧ୍ୟକ୍ଷ ମଧୁସୂଦନ ରାଓ ଛାତ୍ରଛାତ୍ରୀମାନଙ୍କ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଆଲୋଚନାସଭା ନାମକ ଏକ ସଭା ଗଠନ କରାଇଥିଲେ ।[୧] ପ୍ରତି ଶନିବାରରେ ଏହି ସଭାର ବୈଠକ ବସିବାରେ ଲାଗିଲା । କଟକ ଟ୍ରେନିଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଏହି ସଭାର ସଭ୍ୟ ହେଲେ । ଚନ୍ଦ୍ରମୋହନ ମହାରଣା ହେଲେ ପ୍ରଥମ ସମ୍ପାଦକ । ଅନ୍ୟ ବିଦ୍ୟାଳୟର ଶିକ୍ଷକଗଣ ବିଶ୍ୱନାଥ କର, ରାଜମୋହନ ବସୁ, ମିଛୁ ନନ୍ଦ, ନନ୍ଦ କିଶୋର ବଳ (ଟାଉନସ୍କୁଲ) ଏବଂ କୃଷ୍ଣପ୍ରସାଦ ଚୌଧୁରୀ (ବାଳିକା ସ୍କୁଲ) ଆଦି ସଭାର ସଦସ୍ୟ ରହିଲେ । ଏହି ସଭାର ପ୍ରତିଷ୍ଠା ଦିବସଠାରୁ ଦୀର୍ଘ ନଅବର୍ଷ ଯାଏଁ ମଧୁସୂଦନ ଏହାର ସଭାପତି ଓ ଚନ୍ଦ୍ରମୋହନ ମହାରଣା ସମ୍ପାଦକ ରହିଥିଲେ ।[୨] ପରେ ୧୯୦୩ ମସିହା ମଇ ମାସ ୭ ତାରିଖରେ ଉତ୍କଳ ସାହିତ୍ୟ ସମାଜ ବିଧିବଦ୍ଧ ଭାବେ ଗଠିତ ହୋଇଥିଲା ।[୩] ଏହାର ସଭାଗୃହ ଶ୍ରୀରାମଚନ୍ଦ୍ର ଭବନ ହେବା ପୂର୍ବରୁ ଏହାର ସଭାଗୁଡ଼ିକ ଟାଉନ ହଲ ଓ ନର୍ମାଲ ସ୍କୁଲରେ ଆୟୋଜିତ ହେଉଥିଲା । ୧୯୧୯ ମସିହା ଜୁଲାଇ ୧୯ ତାରିଖରେ କଟକ ପୌରପରିଷଦ ଦ୍ବାରା ପ୍ରଦତ୍ତ ଭୂମିରେ ଶ୍ରୀରାମଚନ୍ଦ୍ର ଭବନର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । [୪] ଉକ୍ତ ସଭାରେ ଆଳିର ତତ୍କାଳୀନ ରାଜା ବ୍ରଜ ସୁନ୍ଦର ଦେବ ସଭାପତିତ୍ୱ କରିଥିଲେ । ଶ୍ରୀରାମଚନ୍ଦ୍ର ଭବନର ନିର୍ମାଣ ନିମନ୍ତେ ବ୍ରଜ ସୁନ୍ଦର ଦେବ, ସୁକିନ୍ଦାର ତତ୍କାଳୀନ ରାଜା, ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ନାମାନୁସାରେ ନାମିତ ଉକ୍ତ ସଭାଗୃହକୁ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଉଦଘାଟନ କରିଥିଲେ । ରାୟ ବାହାଦୁର ଯୋଗେଶ ଚନ୍ଦ୍ର ରାୟ ଓ ମଧୁସୂଦନ ଦାସ ଉତ୍କଳ ସାହିତ୍ୟ ସମାଜର ଅଭିଭାବକ ସଭ୍ୟ ଭାବେ ପରିଚିତ ଥିଲେ । ଏହାର ପ୍ରଥମ ସଭାପତି ମଧୁସୂଦନ ରାଓ ଓ ସମ୍ପାଦକ ଭାବେ ବିଶ୍ୱନାଥ କର କାର୍ଯ୍ୟ କରିଥିଲେ ।[୫] ରାମଶଙ୍କର ରାୟ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଉପ-ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।[୬]
ଉତ୍କଳ ସାହିତ୍ୟ
[ସମ୍ପାଦନା]ଏହି କେନ୍ଦ୍ରରେ ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆଲୋଚନା ହେଉଥିଲା । ଆଲୋଚନା ସଭାରେ ସାହିତ୍ୟ ଚର୍ଚ୍ଚା ଅବକାଶରେ ପ୍ରକାଶ କ୍ଷେତ୍ର ପତ୍ରିକାର ଅଭାବ ଅନୁଭୂତ ହେବାରୁ ଟ୍ରେନିଂ ସ୍କୁଲଠାରେ ମଧୁସୂଦନ, ସାଧୁ ଚରଣ ରାୟ, ଚନ୍ଦ୍ରମୋହନ, ଫକୀର ମୋହନ ସେନାପତି, କୃଷ୍ଣପ୍ରସାଦ ଚୌଧୁରୀ ଓ ବିଶ୍ୱନାଥ କର ମିଶି ଉତ୍କଳ ସାହିତ୍ୟ ପତ୍ରିକା ସ୍ଥାପନ କରିଥିଲେ । ଆଲୋଚନା ସଭାରେ ପଠିତ ଓ ଆଲୋଚିତ ପ୍ରବନ୍ଧମାନ ସେଥିରେ ପ୍ରକାଶିତ ହେଉଥିଲା । ସ୍ଥାପନା ବେଳେ ଆଲୋଚନା ସଭା ରହି ନଅ ବର୍ଷ ପରେ ଏହା ଉତ୍କଳ ସାହିତ୍ୟ ସମାଜ ନାମରେ ନାମିତ ହୋଇଥିଲା । [୭][୮]
ଆଧାର
[ସମ୍ପାଦନା]- ↑ ଦେବୀ, ମୀନାକ୍ଷୀ. "ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର କିର୍ତ୍ତୀସ୍ତମ୍ଭ". ଧରିତ୍ରୀ. Retrieved 9 May 2017.
- ↑ various. Eng Mahabharata Revisited 1. Sahitya Akademi. pp. 13–. ISBN 978-81-260-2123-9. Retrieved 26 September 2012.[permanent dead link]
- ↑ "Encyclopaedia of Indian Literature: devraj to jyoti - Amaresh Datta - Google Books". books.google.co.in. 2012. Retrieved 11 May 2012.
- ↑ "bhub1". orissa.gov.in. 2002. Retrieved 11 May 2012.
Utkal Sahitya Samaj, is located at Sri Ram Chandra Bhavan
- ↑ "Eminent Persons -123orissa.com". 123orissa.com. 2002. Archived from the original on 22 February 2012. Retrieved 11 May 2012.
He was the first President of 'Utkal Sahitya Samaj'
- ↑ Jaẏanta Kumāra Dāsa (1 January 1998). Ramshankar Ray. Sahitya Akademi. pp. 58–. ISBN 978-81-260-0548-2. Retrieved 27 September 2012.
Utkal Sahitya Samaj was established with Ramshankar as its Vice-President
- ↑ ସାହୁ, ନୃସିଂହ ଚରଣ (2021-05-06). "ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ". ସତ୍ୟବାଦୀ. Retrieved 2024-02-19.
- ↑ ସାହୁ, ଲାବଣ୍ୟଚନ୍ଦ୍ର (February 2015). "ପ୍ରଚଣ୍ଡ ପ୍ରତିଭାଧର ଚନ୍ଦ୍ରମୋହନ ମହାରଣା". ଉତ୍କଳ ପ୍ରସଙ୍ଗ. Archived from the original on 2023-04-28.