Jump to content

ପୁରୁଷୋତ୍ତମ ମିଶ୍ର

ଉଇକିପିଡ଼ିଆ‌ରୁ
(Purushottam Mishraରୁ ଲେଉଟି ଆସିଛି)
ପୁରୁଷୋତ୍ତମ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୬୮
ମୃତ୍ୟୁସୁବର୍ଣ୍ଣପୁର ଜିଲ୍ଲା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ


ପୁରୁଷୋତ୍ତମ ମିଶ୍ର (ଜନ୍ମ: ୧୯୬୮) ଜଣେ ଭାରତୀୟ ଓଡ଼ିଆସମ୍ବଲପୁରୀ ଭାଷୀ କବି, ନାଟ୍ୟକାର, ଗବେଷକ ।[][] ସେ ପାଖାପାଖି ପଚାଶଟି ନାଟକର ନିର୍ଦେଶନା ଦେବା ସହ ଶହେରୁ ଅଧିକ ନାଟକର ସହ- ନିର୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି । ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କର ରଚିତ, ନିର୍ଦେଶିତ ଓ ଅଭିନୀତ ନାଟକ କୁଆଁରୀଡଙ୍ଗର୍ ତଲେ ଡମରୁ ରଜା ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ନାଟକସବୁ ହେଲା କୁଆଁରୀ, ବନାଲହ, କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ, ଚବ୍ରା ଘୁଡ଼ା, ଧାରେ ସପନ୍, ବୋଲେ ହୁଁ ଟି, ଧର୍ମକ୍ଷେତ୍ରେ, ଡଁଗର୍ ତଲେ ଡମରୁ ରଜାପର୍ଶୁରାମ । ସେ ଜଣେ ଶଲାବୁଢ଼ା, ଆଦିମ ବିଚାର, ଶଲା ବୁଢ଼ାର ବଦ୍‌ଲା, ଅଲାର୍ ଏବଂ ଜିତାନିରେ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପୁରୁଷୋତ୍ତମ ମିଶ୍ର ୧୯୬୮ ମସିହାରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଯମ୍ ପୁରର୍ କଥାନି, ପର୍ଶୁରାମକାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ଆଦି ନାଟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀଓଡ଼ିଶା ନାଟ୍ୟ ସଂଘର ପ୍ରଯୋଜନାରେ ରବୀନ୍ଦ୍ର ମଣ୍ଡପ ଏବଂ ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।

ରଚନାବଳୀ

[ସମ୍ପାଦନା]
  • ଶବ୍ଦକୁ ଚାରିପାଦ (ତିନିଜଣ କବିଙ୍କ କବିତା ସଂକଳନ )
  • କୁଆଁରୀ (କୋଶଳୀ, ହିନ୍ଦୀ ଓ ଇଂରାଜୀରେ ଏକତ୍ର ପ୍ରକାଶିତ ନାଟକ)
  • ତିନୋଟି ନାଟକ (ଓଡ଼ିଆ ନାଟକ )
  • ଚନ୍ଦନବନର ଗପ (କବିତା ସଂକଳନ)
  • ସୁବର୍ଣ୍ଣପୁରର ଲୋକସଂସ୍କୃତି (ପ୍ରବନ୍ଧ ପୁସ୍ତକ)
  • ଲୋକସଂସ୍କୃତି ପରିକ୍ରମା - ୨୦୨୩

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସୁର ସଂଗମ ସାଂସ୍କୃତିକ ସଂସଦ, ଲୋଇସିଂହା, ବଲାଙ୍ଗୀର
  • ନୂଆଁଖାଇ ଭେଟଘାଟ୍, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ବର
  • ସୁର୍ ଭାଇବ୍ରେସନ୍, ଭୁବନେଶ୍ବର ଓ ରୁମକୁଝୁମାନା, ସୁବର୍ଣ୍ଣପୁର
  • ଓଡ଼ିଆ ସ୍ନାତକୋତ୍ତର ଛାତ୍ରସଂଘ
  • ଯୁବ ନାଟ୍ୟକାର ସମ୍ମାନ - ୨୦୦୧
  • କୃପାଂଜଳି କଳା ସମ୍ମାନ, ବଲାଙ୍ଗୀର - ୨୦୦୩
  • ପାଖୁଡ଼ା ସମ୍ମାନ, ବୌଦ୍ଧ - ୨୦୦୪
  • ନସୃଲ୍ଲା ନାଟ୍ୟ ସମ୍ମାନ - ୨୦୦୯
  • ପୁର୍ଣ୍ଣଚନ୍ଦ୍ର ରଥ ସ୍ମୃତିସମ୍ମାନ - ୨୦୧୧, ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି, ସୁବର୍ଣ୍ଣପୁର
  • ନାଟ୍ୟ ପ୍ରତିଭା ମାନପତ୍ର - ୨୦୧୨, ଓଡ଼ିଶା ଥିଏଟର ଏକାଡ଼େମୀ, ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର
  • ସୁବର୍ଣ୍ଣ ନାଟ୍ୟଜ୍ୟୋତି ସମ୍ମାନ- ୨୦୧୬, ଓଡ଼ିଶା ଥିଏଟର୍ ଏକାଡ଼େମୀ, ଜ୍ୟୋତିବିହାର,ବୁର୍ଲା, ସମ୍ବଲପୁର ଓ ନାଟ୍ୟଚକ୍ର, ସୁବର୍ଣ୍ଣପୁର
  • ଶରତ ସମ୍ମାନ - ୨୦୧୭
  • ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ମାନ, ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ, ରାମପୁର, କଳାହାଣ୍ଡି - ୨୦୧୮
  • ମହକ ନାଟ୍ୟ ସମ୍ମାନ - ୨୦୧୮, ପଲଶାଗୋରା ଆଂଚଳିକ ଲୋକ ମହୋତ୍ସବ, ପଲଶାଗୋରା, ବୌଦ୍ଧ
  • ପରବାସି ସମ୍ମାନ - ୨୦୧୮, ନୂଆଁଖାଇ ଭେଟଘାଟ୍, ପରବାସି କୁଟୁମ୍, ବଲାଙ୍ଗୀର
  • ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭା, ବରଗଡ଼ ୨୦୨୦
  • ପ୍ରଥମ ଅଟଳ ସ୍ମୃତି ସମ୍ମାନ - ୨୦୨୧, ଜୁହାର୍ ପରିବାର, ଦିଲ୍ଲୀ
  • ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ସୁବର୍ଣ୍ଣପୁର ୨୦୨୧
  • ସୁରେଶ ସୃଜନ ସମ୍ମାନ - ୨୦୨୨[]
  • ନଟରାଜ କଳାପରିଷଦ, ବଲାଂଗିର ୨୦୨୨
  • ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ, ବରଗଡ଼ ୨୦୨୩
  1. Samata, The (9 August 2024). "ଡକ୍ଟର ପୁରୁଷୋତ୍ତମ ମିଶ୍ର". The Samata. Retrieved 17 October 2024.
  2. Swain, Sujit kumar (19 July 2024). "ଚଳିତ ବର୍ଷର 'ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର' ପାଇବେ ବିଶ୍ୱନାଥ ସାହୁ". Gadhyansh Juva Pratibha Award 2024: ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର ପାଇବେ Biswanath Sahoo - OTV Khabar. Retrieved 17 October 2024.
  3. "ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର". Koshala prabaha live. 2022-10-16. Retrieved 2024-10-16.