ପ୍ରଫୁଲ୍ଲତା ମହାପାତ୍ର

ଉଇକିପିଡ଼ିଆ‌ରୁ
(Prafullata Mohapatraରୁ ଲେଉଟି ଆସିଛି)
ପ୍ରଫୁଲ୍ଲତା ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1942-01-01)୧ ଜାନୁଆରୀ ୧୯୪୨


[୧]
କାଶୀପୁର, ରାୟଗଡ଼ା ଜିଲ୍ଲା, ଓଡ଼ିଶା, ଭାରତ[୧]
ମୃତ୍ୟୁ୯ ସେପ୍ଟେମ୍ବର ୨୦୨୧(2021-09-09) (ବୟସ ୭୯)[୧]
ଭୁବନେଶ୍ୱର
ସମାଧି ସ୍ଥଳପୁରୀ[୧]
ବୃତ୍ତିଲେଖିକା
ସମୟ୧୯୬୦–୨୦୨୧
ଶୈଳୀ
  • ଶିଶୁ ସାହିତ୍ୟ
  • କବିତା
  • ଗଳ୍ପ
  • ଉପନ୍ୟାସ
ଜୀବନସାଥୀ
ସନ୍ତାନ୨ ଝିଅ

ପ୍ରଫୁଲ୍ଲତା ମହାପାତ୍ର (୧ ଜାନୁଆରୀ ୧୯୪୨ - ୯ ସେପ୍ଟେମ୍ବର ୨୦୨୧) ଜଣେ ଭାରତୀୟ-ଓଡ଼ିଆ ଲେଖିକା ଥିଲେ । ତାଙ୍କର ରଚନାଗୁଡ଼ିକ ପ୍ରଧାନତଃ ଶିଶୁ ସାହିତ୍ୟ, କବିତା, ଗଳ୍ପ ଓ ଉପନ୍ୟାସ ଥିଲା ।[୨][୩] ତାଙ୍କ ରଚିତ ଉପନ୍ୟାସଗୁଡ଼ିକ ମଧ୍ୟରେ ବ୍ୟର୍ଥ ରାଗିଣୀ, ପ୍ରଥମ କଦମ୍ବ ଫୁଲ, ତାପସୀ ତପସ୍ୟା, ହୃଦୟେ ପ୍ରବାସ,[୪] ନିଃଶବ୍ଦ ସଂଳାପ, କେବେ ଦିନେ, ଅନ୍ୟ ଅନୁଭୂତି, ମାଟିରୁ ଆକାଶ, ଗଳ୍ପ ପୁସ୍ତକ ଭିତରେ ସବୁଜ ବନଭୂଇଁ[୫], ଛିନ୍ନତନ୍ତ୍ରୀର ସ୍ବର, କବିତା ସଂକଳନ ଆସ ଯିବା ପଦ୍ମବନ, ଏବଂ ଶିଶୁ ସାହିତ୍ୟ ରଚନା ପରୀ ରାଇଜଆକାଶ କୁସୁମ ଆଦି ରଚନା ଉଲ୍ଲେଖନୀୟ ।[୧]

୨୦୨୧ ସେପ୍ଟେମ୍ବର ୯ ତାରିଖ ରାତି ୩ଟା ସମୟରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]

ଜୀବନୀ[ସମ୍ପାଦନା]

ପ୍ରଫୁଲ୍ଲତା ମହାପାତ୍ର ୧୯୪୨ ମସିହା ଜାନୁଆରୀ ୧ ତାରିଖରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅବସରପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟ ପ୍ରାଧ୍ୟାପକ ତଥା ସାରଳା ଦାସଙ୍କ 'ଚଣ୍ଡୀପୁରାଣ'ର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ବିବାହ କରିଥିଲେ । ଦମ୍ପତ୍ତିଙ୍କର ଦୁଇଜଣ ଝିଅ ଅଛନ୍ତି ।[୧]

୨୦୨୧ ସେପ୍ଟେମ୍ବର ୯ ତାରିଖ ରାତି ୩ଟା ସମୟରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାହା ପରଦିନ ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।[୧]

ରଚନାବଳୀ[ସମ୍ପାଦନା]

ତାଙ୍କର ରଚନାବଳୀ ପ୍ରାୟତଃ ୧୯୬୦ ପରେ ପ୍ରକାଶିତ ହୋଇଥିଲା ।[୧]

ଉପନ୍ୟାସ[ସମ୍ପାଦନା]

  • ବ୍ୟର୍ଥ ରାଗିଣୀ
  • ପ୍ରଥମ କଦମ୍ବ ଫୁଲ
  • ତାପସୀ ତପସ୍ୟା
  • ହୃଦୟେ ପ୍ରବାସ[୪]
  • ନିଃଶବ୍ଦ ସଂଳାପ
  • କେବେ ଦିନେ
  • ଅନ୍ୟ ଅନୁଭୂତି
  • ମାଟିରୁ ଆକାଶ

ଗଳ୍ପ ପୁସ୍ତକ[ସମ୍ପାଦନା]

  • ସବୁଜ ବନଭୂଇଁ[୫]
  • ଛିନ୍ନତନ୍ତ୍ରୀର ସ୍ବର

କବିତା ସଂକଳନ[ସମ୍ପାଦନା]

  • ଆସ ଯିବା ପଦ୍ମବନ

ଶିଶୁ ସାହିତ୍ୟ[ସମ୍ପାଦନା]

  • ପରୀ ରାଇଜ
  • ଆକାଶ କୁସୁମ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "ଲେଖିକା ପ୍ରଫୁଲ୍ଲତା ମହାପାତ୍ରଙ୍କ ପରଲୋକ". www.batoi.com. ଓଡ଼ିଶା୩୬୦. ୧୦ ସେପ୍ଟେମ୍ବର ୨୦୨୧. Retrieved ୧୨ ସେପ୍ଟେମ୍ବର ୨୦୨୧. {{cite news}}: Check date values in: |accessdate= and |date= (help)
  2. ସ୍ୱାଇଁ, ରାଜେଶରାଜ (ଡିସେମ୍ବର ୨୦୧୯). "ଓଡ଼ିଆ ଉପନ୍ୟାସ ଓ ଔପନ୍ୟାସିକ" (PDF). ଉତ୍କଳ ପ୍ରସଙ୍ଗ: 64-71. Retrieved 12 September 2021.
  3. ପଣ୍ଡା, ଶୁଭ୍ରାଂଶୁ (12 January 2016). "କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ: ଓଡ଼ିଶାର ସବୁଠୁ ବଡ଼ ସାହିତ୍ୟ ମେଳା". YourStory.com. YourStory. Retrieved 12 September 2021.
  4. ୪.୦ ୪.୧ ପ୍ରଫୁଲ୍ଲତା ମହାପାତ୍ର; Prafullata Mohapatra (୨୦୦୧). ହୃଦୟେ ପ୍ରବାସ. ଭୁବନେଶ୍ୱର. ISBN 81-7375-093-9. Wikidata Q108523511.{{cite book}}: CS1 maint: location missing publisher (link)
  5. ୫.୦ ୫.୧ ମହାପାତ୍ର, ପ୍ରଫୁଲ୍ଲତା (୧୯୮୦). ସବୁଜ ବନଭୂଇଁ / ପ୍ରଫୁଲ୍ଲତା ମହାପାତ୍ର. କଟକ: ନାଳନ୍ଦା. Archived from the original on ୧୨ ସେପ୍ଟେମ୍ବର ୨୦୨୧. Retrieved ୧୨ ସେପ୍ଟେମ୍ବର ୨୦୨୧. {{cite book}}: |website= ignored (help); Check date values in: |accessdate= and |archive-date= (help)