ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର
ଜାତୀୟତାଭାରତୀୟ
ବୃତ୍ତିପ୍ରାଧ୍ୟାପକ
Organizationବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ[୧]

ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣେ ଭାରତୀୟ ପ୍ରାଧ୍ୟାପକ ଓ ଲେଖକ । ସେ ଓଡ଼ିଶାର କୋରାପୁଟସ୍ଥିତ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର ମୁଖ୍ୟ[୧] ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । ତାଙ୍କର ଗବେଷଣା ଓ ଅଧ୍ୟାପନା ମୁଖ୍ୟତଃ ଓଡ଼ିଶାର ଦକ୍ଷିଣାଞ୍ଚଳର ଆଦିବାସୀ ଜନଜାତିମାନଙ୍କ ଭାଷା, ସଂସ୍କୃତି, ଜନଜୀବନ ଓ ଅର୍ଥନୈତିକ ଅବସ୍ଥା ଓ ଅସୁବିଧା ଆଦି ଉପରେ ଭିତ୍ତିକରି ।

ଡିସେମ୍ବର ୨୦୧୮ରେ ରେକର୍ଡ଼ ହୋଇଥିବା ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସ୍ୱପରିଚୟ (ଇଂରାଜୀରେ)

ରଚନାବଳୀ[ସମ୍ପାଦନା]

  • Impacts of Tribal Out-Migration in an Underdeveloped Region of Odisha (2009)[୨]
  • Adivasis: their problems and remedies
  • Evaluation report of Malkangiri Integrated Tribal Development Project, Koraput District, Orissa
  • The Communication barrier in tribal development : Proceedings of a seminar (୧୯୯୧)
  • Economic Development Of Tribal India (୧୯୮୭)[୩]
  • Forest Management in Tribal Areas: Forest Policy and Peoples Participation (୧୯୮୧)[୪]
  • Tribal problems of today and tomorrow (୧୯୮୦)

ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ[ସମ୍ପାଦନା]

ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର (କୋଟ୍ସ) ମୁଖ୍ୟ ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । କୋଟ୍ସ ୧୯୯୨ ମସିହାରେ ପ୍ୟାରୀମୋହମ ମହାପାତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଓ ୧୯୯୩ ମସିହା ଜାନୁଆରୀ ୯ ତାରିଖରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ସେ ଏହି ଅନୁଷ୍ଠାନ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭାଷା, ସଂସ୍କୃତି ଓ ଜନଜୀବନ ଆଦି ଉପରେ ଗବେଷଣା ଓ ପ୍ରଶିକ୍ଷଣ ପ୍ରଦାନ ଏବଂ ଏମ.ଫିଲ୍ ଓ ଡକ୍ଟରେଟ ଉଚ୍ଚଶିକ୍ଷା ଆଦିର ପରିଚାଳନା କରିଥାନ୍ତି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Souvenir (PDF). Koraput: Central University of Odisha. p. 88. Retrieved 29 August 2020.
  2. SARANGI, P. K., MOHAPATRO, P. "Impacts of Tribal Out-Migration in an Underdeveloped Region of Odisha". {{cite journal}}: Cite journal requires |journal= (help)
  3. Mahapatro, P. C. (1987). Economic Development of Tribal India. Ashish Pub. House.
  4. Mohapatra, P., Mohapatro, P. C. (1997). Forest Management in Tribal Areas: Forest Policy and Peoples Participation: Proceedings of the Seminar, Forest Policy and Tribal Development During 15-16 February 1994 at Koraput. Concept Publishing Company.
  5. "MATERIALS FOR UPDATION OF GOVERNMENT WEBSITE (PARLIAMENTARY AFFAIRS DEPARTMENT)" (PDF). Government of Orissa. Government of Orissa. Retrieved 10 April 2023.

ବାହାର ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର-ସମ୍ପର୍କିତ ମିଡ଼ିଆ