ପିପେରାସିଲିନ/ଟାଜୋବାକ୍ଟମ
Combination of | |
---|---|
ପିପେରାସିଲିନ (Piperacillin) | Ureidopenicillin antibiotic |
Tazobactam | Beta-lactamase inhibitor |
Clinical data | |
Trade names | ଟାଜୋସିନ, ଜୋସିନ ଓ ଅନ୍ୟାନ୍ୟ |
AHFS/Drugs.com | monograph |
MedlinePlus | a694003 |
Pregnancy category |
|
Routes of administration | ଶିରାଭ୍ୟନ୍ତର ଇନଫ୍ୟୁଜନ (Intravenous infusion) |
ATC code | |
Legal status | |
Legal status |
|
Identifiers | |
CAS Number | |
PubChem CID | |
ChemSpider | |
ChEMBL | |
(what is this?) (verify) |
ପିପେରାସିଲିନ/ଟାଜୋବାକ୍ଟମ (ଇଂରାଜୀ ଭାଷାରେ Piperacillin/tazobactam, ଏକ ବିକ୍ରୟ ନାମ ଟାଜୋସିନ) ଏକ ଔଷଧ ଯେଉଁଥିରେ ପିପେରାସିଲିନ (piperacillin) ଆଣ୍ଟିବାୟୋଟିକ (antibiotic) ଓ ବିଟା-ଲାକ୍ଟାମେଜ ଇନହିବିଟର (β-lactamase inhibitor) ଟାଜୋବାକ୍ଟମ (tazobactam) ଏକତ୍ର ଥାଏ । [୧] ଏହି ଔଷଧ ଗ୍ରାମ-ପଜିଟିଭ (Gram-positive), ଗ୍ରାମ-ନେଗେଟିଭ (Gram-negative) ଜୀବାଣୁ ଯେପରିକି ସୁଡୋମୋନାସ ଏରୁଜିନୋସା (Pseudomonas aeruginosa) ବିରୁଦ୍ଧରେ କାମ କରେ ।[୧] ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), ଇଣ୍ଟ୍ରାଆବଡୋମିନାଲ ସଂକ୍ରମଣ (intra-abdominal infection), ନିମୋନିଆ, ସେଲ୍ୟୁଲାଇଟିସ (cellulitis) ଓ ସେପସିସ୍ (sepsis) ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୨]
ପିପେରାସିଲିନ/ଟାଜୋବାକ୍ଟମର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ରାସ, ଅଇ, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection)ଦେଖାଯାଇପାରେ ।[୧] ବିଟା-ଲାକ୍ଟମ (β-lactam) ପ୍ରତି ଆଲର୍ଜି ଥିଲେ ଏହି ରୋଗ ନିମନ୍ତେ ମଧ୍ୟ ଆଲର୍ଜି ହେବ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧ ନେଲେ ସାଧାରଣତଃ ନିରାପଦ ଥାଏ ।[୩] ଜୀବାଣୁ କାନ୍ଥ (cell wall) ତିଆରିକୁ ଅବରୋଧ କରିବା ଫଳରେ ଏହା ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ (bacterial death) କରାଏ । [୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ପିପେରାସିଲିନ/ଟାଜୋବାକ୍ଟମ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧୧ ଆମେରିକୀୟ ଡଲାର ଥିଲା ।[୫] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହା ପ୍ରତି ଏକ ଦିନର ଡୋଜ ନିମନ୍ତେ ୩୮.୭୦ ପାଉଣ୍ଡ ଖର୍ଚ୍ଚ କରୁଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Piperacillin Sodium and Tazobactam Sodium". The American Society of Health-System Pharmacists. Retrieved 8 December 2017.
- ↑ ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 373. ISBN 9780857111562.
- ↑ "Piperacillin / tazobactam (Zosyn) Use During Pregnancy". Drugs.com. Retrieved 10 December 2017.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 10 December 2017.