ପିପେରାସିଲିନ/ଟାଜୋବାକ୍ଟମ

ଉଇକିପିଡ଼ିଆ‌ରୁ
ପିପେରାସିଲିନ/ଟାଜୋବାକ୍ଟମ
Combination of
ପିପେରାସିଲିନ (Piperacillin)Ureidopenicillin antibiotic
TazobactamBeta-lactamase inhibitor
Clinical data
Trade namesଟାଜୋସିନ, ଜୋସିନ ଓ ଅନ୍ୟାନ୍ୟ
AHFS/Drugs.commonograph
MedlinePlusa694003
Pregnancy
category
  • US: B (No risk in non-human studies)
Routes of
administration
ଶିରାଭ୍ୟନ୍ତର ଇନଫ୍ୟୁଜନ (Intravenous infusion)
ATC code
Legal status
Legal status
  • US: Rx-only କେବଳ ପ୍ରେସକ୍ରିପସନରେ ମିଳେ
Identifiers
CAS Number
PubChem CID
ChemSpider
ChEMBL
 ☒NcheckY (what is this?)  (verify)

ପିପେରାସିଲିନ/ଟାଜୋବାକ୍ଟମ (ଇଂରାଜୀ ଭାଷାରେ Piperacillin/tazobactam, ଏକ ବିକ୍ରୟ ନାମ ଟାଜୋସିନ) ଏକ ଔଷଧ ଯେଉଁଥିରେ ପିପେରାସିଲିନ (piperacillin) ଆଣ୍ଟିବାୟୋଟିକ (antibiotic) ଓ ବିଟା-ଲାକ୍ଟାମେଜ ଇନହିବିଟର (β-lactamase inhibitor) ଟାଜୋବାକ୍ଟମ (tazobactam) ଏକତ୍ର ଥାଏ । [୧] ଏହି ଔଷଧ ଗ୍ରାମ-ପଜିଟିଭ (Gram-positive), ଗ୍ରାମ-ନେଗେଟିଭ (Gram-negative) ଜୀବାଣୁ ଯେପରିକି ସୁଡୋମୋନାସ ଏରୁଜିନୋସା (Pseudomonas aeruginosa) ବିରୁଦ୍ଧରେ କାମ କରେ ।[୧] ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), ଇଣ୍ଟ୍ରାଆବଡୋମିନାଲ ସଂକ୍ରମଣ (intra-abdominal infection), ନିମୋନିଆ, ସେଲ୍ୟୁଲାଇଟିସ (cellulitis) ଓ ସେପସିସ୍ (sepsis) ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୨]

ପିପେରାସିଲିନ/ଟାଜୋବାକ୍ଟମର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ରାସ, ଅଇ, କୋଷ୍ଠକାଠିନ୍ୟତରଳ ଝାଡ଼ା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection)ଦେଖାଯାଇପାରେ ।[୧] ବିଟା-ଲାକ୍ଟମ (β-lactam) ପ୍ରତି ଆଲର୍ଜି ଥିଲେ ଏହି ରୋଗ ନିମନ୍ତେ ମଧ୍ୟ ଆଲର୍ଜି ହେବ ।[୧] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧ ନେଲେ ସାଧାରଣତଃ ନିରାପଦ ଥାଏ ।[୩] ଜୀବାଣୁ କାନ୍ଥ (cell wall) ତିଆରିକୁ ଅବରୋଧ କରିବା ଫଳରେ ଏହା ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ (bacterial death) କରାଏ । [୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପିପେରାସିଲିନ/ଟାଜୋବାକ୍ଟମ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧୧ ଆମେରିକୀୟ ଡଲାର ଥିଲା ।[୫] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହା ପ୍ରତି ଏକ ଦିନର ଡୋଜ ନିମନ୍ତେ ୩୮.୭୦ ପାଉଣ୍ଡ ଖର୍ଚ୍ଚ କରୁଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Piperacillin Sodium and Tazobactam Sodium". The American Society of Health-System Pharmacists. Retrieved 8 December 2017.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 373. ISBN 9780857111562.
  3. "Piperacillin / tazobactam (Zosyn) Use During Pregnancy". Drugs.com. Retrieved 10 December 2017.
  4. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  5. "Single Drug Information". International Medical Products Price Guide. Retrieved 10 December 2017.