ନିରୁପମା ରଥ

ଉଇକିପିଡ଼ିଆ‌ରୁ
(Nirupama Rathରୁ ଲେଉଟି ଆସିଛି)
ନିରୁପମା ରଥ
ଜନ୍ମ୧୯୨୫[୧]
ଛତ୍ରପୁର, ଗଞ୍ଜାମ
ମୃତ୍ୟୁଅପ୍ରେଲ ୭, ୨୦୧୧(୨୦୧୧-୦୪-୦୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ବୃତ୍ତିଚିକିତ୍ସକ
ବୈବାହିକ-ସାଥୀଗଙ୍ଗାଧର ରଥ

ନିରୁପମା ରଥ(୧୯୨୫-୨୦୧୧) ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସିକ[୨] ଏବଂ ଓଡ଼ିଆ ସାହିତ୍ୟିକା ଥିଲେ । ୧୯୫୩ ମସିହାରୁ ଆରମ୍ଭକରି ସେ କଟକ ସହରରେ ପ୍ରାୟ ୫୦ବର୍ଷ ଧରି ଲୋକଙ୍କ ସେବା କରିଥିଲେ । ସେ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ସାହିତ୍ୟ, ଭ୍ରମଣ କାହାଣୀ ଆଦି ମଧ୍ୟ ରଚନା କରିଥିଲେ । ଚିକିତ୍ସା ସେବା ଓ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ସେ ବହୁବାର ପୁରସ୍କୃତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ନିରୁପମା, ୧୯୨୫ ମସିହା[୩] ଅକ୍ଟୋବର ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ବିତିଥିଲା କଟକର ଡଗରପଡାରେ । ରେଭେନ୍ସା ମହାବିଦ୍ୟାଳୟରୁ ଆଇଏସସି ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ପାଠ[୪] ପଢିସାରି ସେ କଲିକତାଦିଲ୍ଲୀରୁ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଥିଲେ । କିଶୋର ଅବସ୍ଥାରେ ସେ ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ, ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମପ୍ରତି ଆକର୍ଷିତ ହୋଇଥିଲେ । ୧୯୪୬ ମସିହାରେ ସେ ଆଇନୀଜୀବି ଗଙ୍ଗାଧର ରଥଙ୍କୁ ବିବାହ କରିଥିଲେ ।[୫] ଉତ୍କଳ ମହିଳା ସମିତି, ଓଡ଼ିଶା ଜାତୀୟ ମହିଳା ଫେଡେରେସନର ସେ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଲେଖିକା ବୀଣାପାଣି ମହାନ୍ତି ତାଙ୍କ ଭଗ୍ନୀ ଥିଲେ । ୨୦୧୧ ମସିହା ଅପ୍ରେଲ ୭ ତାରିଖରେ ନିରୁପମାଙ୍କର କଟକଠାରେ ପରଲୋକ ଘଟିଥିଲା ।[୬]

ରଚନାବଳୀ[ସମ୍ପାଦନା]

  • ଶିଶୁ ସ୍ୱାସ୍ଥ୍ୟ
  • ପ୍ରସୂତି ବିଜ୍ଞାନ
  • ଶିଶୁ ସମ୍ପଦ
  • ନାରୀ ଓ ଆଇନ
  • ନାରୀ ଓ ବିଚାରଳୟ
  • ଦିଗନ୍ତ
  • ସାମାଜିକ ନିର୍ଯାତନା
  • ସୋଭିଏତ୍ ନାରୀ ଓ ସୋଭିଏତ୍ ସମାଜ
  • ମଶାଲ
  • ଅଲିଭା ସ୍ମୃତି
  • ଅଲିଭା ଅନୁଭୂତି(ଆତ୍ମ ଚରିତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅଲ ଇଣ୍ଡିଆ ମେଡିକାଲ ସମ୍ମାନ - ୧୯୯୪[୭]
  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧନା - ୨୦୦୨[୮]

ଆଧାର[ସମ୍ପାଦନା]

  1. Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
  2. Orissa reference: glimpses of Orissa. TechnoCAD Systems. 2001.
  3. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  4. The Orissa Medical List. Printed at the Orissa Government Press. 1970.
  5. http://www.thehindu.com/todays-paper/tp-national/tp-otherstates/Eminent-gynaecologist-dead/article14674969.ece
  6. http://odishatv.in/odisha/eminent-doctor-and-social-worker-nirupama-rath-dies-19207/[permanent dead link]
  7. "ଆଜି ଜନ୍ମଦିନ". ସମ୍ବାଦ ୨୫/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 29 October 2017. Retrieved 25 October 2017.
  8. http://odishasahityaakademi.org/ovation5.php