ସ୍ନାୟୁଜନିତ ମୂତ୍ରାଶୟ
Neurogenic bladder dysfunction | |
ବିଭାଗ | Urology |
---|---|
ଲକ୍ଷଣ | Sudden need to pee, frequency urination, leakage of urine following a strong urge, spontaneous leakage of urine, inability to pass urine[୧] |
କାରଣ | Spinal cord injury, multiple sclerosis, cerebral palsy, traumatic brain injury, Parkinson's disease, dementia, normal-pressure hydrocephalus, childbirth, Guillain–Barré syndrome[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Urodynamic testing, medical imaging, electroencephalograph (EEG), electromyograph (EMG)[୧] |
ଔଷଧ | Oxybutynin, tolterodine, imipramine, tamsulosin |
ଚିକିତ୍ସା | Depends on cause and symptoms[୨][୧] |
Patient UK | [୧] |
ସ୍ନାୟୁଜନିତ ମୂତ୍ରାଶୟ (ଇଂରାଜୀ ଭାଷାରେ urinary bladder) ନାମ ଦିଆଯାଏ ଯେତେବେଳେ ସ୍ନାୟୁମଣ୍ଡଳର କୌଣସି କର୍ମ ଅକ୍ଷମତା ଫଳରେ ସୃଷ୍ଟି ହେଉଥିବା ସମସ୍ୟାମାନଙ୍କୁ ବୁଝାଏ | [୧] ବାରମ୍ବାର ପରିସ୍ରା କରିବା, ମୂତ୍ର ତ୍ୟାଗ କରିବା ଇଚ୍ଛା ହେବା ସମୟରେ ମୂତ୍ର ସ୍ୱତଃ ବାହାରିଯିବା ଏବଂ ମୂତ୍ର ତ୍ୟାଗ କରିବାର ଅକ୍ଷମତା ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । [୧] ରୋଗ ଜଟିଳ ହେଲେ ହେଲେ ମୂତ୍ରନଳୀ ସଂକ୍ରମଣ, ଅନିଚ୍ଛାକୃତ ମୂତ୍ରତ୍ୟାଗ, ବୃକ୍କ ପଥର ରୋଗ ଏବଂ ଭେସିକୋୟୁରେଥ୍ରାଲ ରିଫ୍ଲକ୍ସ ହୋଇପାରେ । [୨]
ମେରୁଦଣ୍ଡ ଆଘାତ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ଷ୍ଟ୍ରୋକ, ସେରେବ୍ରାଲ୍ ପାଲ୍ସି, ମସ୍ତିଷ୍କ ଆଘାତ, ପାର୍କିନ୍ସନ୍ ରୋଗ, ଡିମେନ୍ସିଆ, ସାଧାରଣ ଚାପ ବିଶିଷ୍ଟ ହାଡ୍ରୋସେଫାଲସ, ପ୍ରସବ ଏବଂ ଗୁଲେନ୍-ବାରେ ସିଣ୍ଡ୍ରୋମ କାରଣମାନଙ୍କ ଯୋଗୁ ଏହି ସ୍ନାୟୁ ଜନିତ ମୂତ୍ରାଶୟ ଉପୁଜିପାରେ । | [୨] [୧] ୟୁରୋଡାଇନାମିକ ଟେଷ୍ଟିଙ୍ଗ, ମେଡିକାଲ ଇମେନିଙ୍ଗ, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି) ଓ ଇଲେକ୍ଟ୍ରୋମାୟୋଗ୍ରଫ (ଇଏମଜି) କରି ରୋଗ ନିର୍ଣ୍ଣୟ କରାଯାଏ । [୧]
ମୂଳ କାରଣ ଏବଂ ଉପସ୍ଥାପିତ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [୨] [୧] ଅତି ସକ୍ରିୟ ମୂତ୍ରାଶୟ ଥିଲେ ପୁନଃପୌନିକ କାଥେଟର ଭର୍ତ୍ତି କରାଯାଏ ଓ ଅକ୍ସିବ୍ୟୁଟିରିନ ଭଳି ଆଣ୍ଟିକଲିନର୍ଜିକ ଔଷଧ ଦିଆଯାଏ । [୨] [୧] ଅନ୍ୟାନ୍ୟ ବିକଳ୍ପଗୁଡ଼ିକରେ ମୂତ୍ରାଶୟ ଟ୍ରେନିଂ, ଟାମ୍ସୁଲୋସିନ ଭଳି ଆଲଫା-ବ୍ଲକର ଓ ସାକ୍ରାଲ ସ୍ନାୟୁ ଉତ୍ତେଜିତ କରିବା ଚିକିତ୍ସା କରାଯାଏ । [୨] [୧] କେଗେଲ ବ୍ୟାୟାମ କଲେ ସ୍ୱତଃସ୍ଫୁର୍ତ୍ତ ନିଷ୍କାସନ ବନ୍ଦ ହୋଇପାରେ ।[୧] ମୂତ୍ରାଶୟ କାଥେଟର ଭିତରକୁ ନ ଗଲେ ସୁପ୍ରାପ୍ୟୁବିକ କାଥେଟର ଦିଆଯାଏ । [୨]
ମଲ୍ଟିପ୍ଲ ସ୍କ୍ଲେରୋସିସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୬୫% ରୋଗୀଙ୍କର, ପାର୍କିନସନ ରୋଗୀଙ୍କ ମଧ୍ୟରୁ ୫୫%, ଷ୍ଟ୍ରୋକ ରୋଗୀଙ୍କ ମଧ୍ୟରୁ ୧୫%, ମେରୁଦଣ୍ଡ ଆଘାତ ଥିଲେ ୭୫% ଏବଂ ସ୍ପାଇନା ବାଇଫିଡା ଥିଲେ ସମସ୍ତଙ୍କର ଏହି ସ୍ନାୟୁଜନିତ ମୂତ୍ରାଶୟ ହୁଏ । [୨] ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ଶତାବ୍ଦୀରେ ମେରୁଦଣ୍ଡରେ ଆଘାତ ପରେ ଏହି ଅବସ୍ଥା ସୃଷ୍ଟି ହେଉଥିବାର ବର୍ଣ୍ଣନା ହିପୋକ୍ରେଟସ କରିଥିଲେ । [୩] ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୂତ୍ର କ୍ୟାଥେରାଇଜେସନ ଏକ ଉପଯୋଗୀ ଚିକିତ୍ସା ବୋଲି ସ୍ଥିର କରାଯାଇଥିଲା। [୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Bladder Control Problems & Nerve Disease | NIDDK". National Institute of Diabetes and Digestive and Kidney Diseases. Archived from the original on 2 February 2021. Retrieved 26 January 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Tayyeb, M; Tadi, P (January 2020). "Neurogenic Bladder". PMID 32809452.
{{cite journal}}
: Cite journal requires|journal=
(help) - ↑ Argyropolous, Spilios; Forshall, Sam; Nutt, David (2004). Life Care Planning and Case Management Handbook (in ଇଂରାଜୀ). CRC Press. p. 483. ISBN 978-0-203-50525-0.
- ↑ Fogel, Barry S.; Greenberg, Donna B. (2015). Psychiatric Care of the Medical Patient (in ଇଂରାଜୀ). Oxford University Press. p. PT3632. ISBN 978-0-19-022629-9.