Jump to content

ଟୋଲଟେରୋଡିନ

ଉଇକିପିଡ଼ିଆ‌ରୁ
(Tolterodineରୁ ଲେଉଟି ଆସିଛି)
ଟୋଲଟେରୋଡିନ
Clinical data
Trade namesDetrol, Detrusitol, others
AHFS/Drugs.commonograph
MedlinePlusa699026
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability77%
    Protein bindingApproximately 96.3%
    Elimination half-life1.9–3.7 hours
    Identifiers
    • (S)-2-[3-(Diisopropylamino)-1-phenylpropyl]-4-methylphenol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.232.068 Edit this at Wikidata
    Chemical and physical data
    FormulaC22H31NO
    Molar mass325.488 g/mol
    3D model (JSmol)
    • Cc1ccc(c(c1)[C@H](CCN(C(C)C)C(C)C)c2ccccc2)O
    • InChI=1S/C22H31NO/c1-16(2)23(17(3)4)14-13-20(19-9-7-6-8-10-19)21-15-18(5)11-12-22(21)24/h6-12,15-17,20,24H,13-14H2,1-5H3/t20-/m1/s1 checkY
    • Key:OOGJQPCLVADCPB-HXUWFJFHSA-N checkY
      (verify)

    ଟୋଲଟେରୋଡିନ (ଇଂରାଜୀ ଭାଷାରେ Tolterodine, ବିକ୍ରୟ ନାମ ଡେଟ୍ରଲ) ଏକ ଔଷଧ ଯାହା ବାରମ୍ବାର ପରିସ୍ରା (frequent urination) ହେଉଥିଲେ, ଅନିୟନ୍ତ୍ରିତ ପରିସ୍ରା (urinary incontinence) ବା ତୁରନ୍ତ ପରିସ୍ରା (urinary urgency) ହେଇଯାଉଥିଲେ ଏହି ଔଷଧ ଦେଇ ଚିକିତ୍ସା କରାଯାଏ ।[] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଯାଏ ।[] ପାଟିରେ ଏହି ଔଷଧ ଦିଆଯାଏ ।[]

    ଟୋଲଟେରୋଡିନର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଶୁଷ୍କ ପାଟି, କୋଷ୍ଠକାଠିନ୍ୟ ଓ ମୁଣ୍ଡ ଓଜନିଆ ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ମୂତ୍ରାବରୋଧ ଓ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇପାରେ ।[] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[][] ମୂତ୍ରାଶୟ ଉପରେ ଏହାର ମସ୍କାରିନିକ ରିସେପ୍ଟର ଅବରୋଧ (blocking muscarinic receptors) ପ୍ରଭାବ ଯୋଗୁଁ ଏହାର ସଙ୍କୋଚନ କମ୍ ଶକ୍ତିଶାଳୀ ହୋଇ କାର୍ଯ୍ୟକ୍ଷମ ହୁଏ ।[]

    ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟୋଲଟେରୋଡିନ ସନ ୧୯୯୮ରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨.୦୯ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୭.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୩୦୦ତମ ସ୍ଥାନ ଅଧିକାର କରିଥିଲା ।[]

    1. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. p. 762. ISBN 9780857113382.
    2. 1 2 3 4 5 6 "Tolterodine Tartrate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    3. "tolterodine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]