ଟୋଲଟେରୋଡିନ
Clinical data | |
---|---|
Trade names | Detrol, Detrusitol, others |
AHFS/Drugs.com | monograph |
MedlinePlus | a699026 |
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 77% |
Protein binding | Approximately 96.3% |
Elimination half-life | 1.9–3.7 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.232.068 |
Chemical and physical data | |
Formula | C22H31NO |
Molar mass | 325.488 g/mol |
3D model (JSmol) | |
| |
| |
(verify) |
ଟୋଲଟେରୋଡିନ (ଇଂରାଜୀ ଭାଷାରେ Tolterodine, ବିକ୍ରୟ ନାମ ଡେଟ୍ରଲ) ଏକ ଔଷଧ ଯାହା ବାରମ୍ବାର ପରିସ୍ରା (frequent urination) ହେଉଥିଲେ, ଅନିୟନ୍ତ୍ରିତ ପରିସ୍ରା (urinary incontinence) ବା ତୁରନ୍ତ ପରିସ୍ରା (urinary urgency) ହେଇଯାଉଥିଲେ ଏହି ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଯାଏ ।[୨] ପାଟିରେ ଏହି ଔଷଧ ଦିଆଯାଏ ।[୨]
ଟୋଲଟେରୋଡିନର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଶୁଷ୍କ ପାଟି, କୋଷ୍ଠକାଠିନ୍ୟ ଓ ମୁଣ୍ଡ ଓଜନିଆ ହୋଇପାରେ ।[୨] ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ମୂତ୍ରାବରୋଧ ଓ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୧][୩] ମୂତ୍ରାଶୟ ଉପରେ ଏହାର ମସ୍କାରିନିକ ରିସେପ୍ଟର ଅବରୋଧ (blocking muscarinic receptors) ପ୍ରଭାବ ଯୋଗୁଁ ଏହାର ସଙ୍କୋଚନ କମ୍ ଶକ୍ତିଶାଳୀ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]
ଡାକ୍ତରୀ ବ୍ୟବହାର ନିମନ୍ତେ ଟୋଲଟେରୋଡିନ ସନ ୧୯୯୮ରେ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨.୦୯ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୭.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୩୦୦ତମ ସ୍ଥାନ ଅଧିକାର କରିଥିଲା ।[୫]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ British national formulary : BNF 76 (76 ed.). Pharmaceutical Press. 2018. p. 762. ISBN 9780857113382.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Tolterodine Tartrate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ "tolterodine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.