ଗୁଲେନ-ବାରେ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଗୁଲେନ-ବାରେ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - Guillain–Barré–Strohl syndrome, Landry's paralysis, postinfectious polyneuritis[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣFrench pronunciation: ​[ɡiˈlɛ̃ baˈʁe], English: /ɡˈjænbɑːrˈ/
ସ୍ପେଶାଲିଟିସ୍ନାୟୁ ବିଜ୍ଞାନ ବିଭାଗ
ଆଇସିଡ଼ି-୧୦G61.0
ଆଇସିଡ଼ି-୯-ସିଏମ୍357.0
ଓଏମ୍‌ଆଇଏମ୍139393
ରୋଗ ଡାଟାବେସ5465
ମେଡ଼ିସିନ-ପ୍ଲସ000684
ଇ-ମେଡ଼ିସିନemerg/222 neuro/7 pmr/48 neuro/598
Patient UKଗୁଲେନ-ବାରେ ସିଣ୍ଡ୍ରୋମ
MeSHD020275

ଗୁଲେନ-ବାରେ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Guillain–Barré syndrome ବା ଜିବିଏସ/GBS) ଏକ ଦୃତ ଆରମ୍ଭ ହେଉଥିବା ମାଂସପେଶୀ ପକ୍ଷାଘାତ/ପାରାଲିସିସ ରୋଗ ଯାହା ଇମ୍ମ୍ୟୁନ ସିସ୍ଟମ ଯୋଗୁ ହୁଏ ଓ ପ୍ରାନ୍ତୀୟ ସ୍ନାୟୁ ମଣ୍ଡଳକୁ କ୍ଷତିଗ୍ରସ୍ତ କରିଦିଏ ।[୨] ପ୍ରାରମ୍ଭରେ ହାତ ଓ ପାଦରେ ଦୁର୍ବଳତା ଅନୁଭବ ସ‌ହିତ ସ୍ନାୟୁଗତ ଅନୁଭବରେ ପରିବର୍ତ୍ତନ ବା ଯନ୍ତ୍ରଣା ହୁଏ । ଏହା ବାହୁ ଓ ଶରୀରର ଉର୍ଦ୍ଧ୍ୱ ଓ ଉଭୟ ଭାଗକୁ ବ୍ୟାପିଯାଏ । କିଛି ଘଣ୍ଟାରୁ କିଛି ସପ୍ତାହ ମଧ୍ୟରେ ଏହି ଲକ୍ଷଣ ବିକଶିତ ହୋଇଯାଏ ।[୨] ରୋଗର ତୀବ୍ର ଅବସ୍ଥାରେ ଶ୍ୱାସକ୍ରିୟା ମାଂସପେଶୀ (breathing muscle) ଦୁର୍ବଳ ହୋଇଯିବା ଯୋଗୁ ୧୫% ଲୋକଙ୍କର ଜୀବନ ବିପନ୍ନ ହୋଇଯାଏ ଓ ମେକାନିକାଲ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ ।[୧] କେତେକ କେଶ୍‌ରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ (autonomic nervous system) ଡିସଅଟୋନୋମିଆ (changes in the function) ହେବା ଯୋଗୁ ବିପଦଜନ‌କ ଭାବରେ ହୃତ୍‌ପିଣ୍ଡ ଗତିହାର (heart rate) ଓ ରକ୍ତଚାପରେ (blood pressure) ପରିବର୍ତ୍ତନ ହୁଏ ।[୨]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅଟୋଇମ୍ମ୍ୟୁନ ବେମାରୀ (autoimmune disorder) ଯୋଗୁ ଶରୀର ନିଜର ପ୍ରାନ୍ତୀୟ ସ୍ନାୟୁମାନଙ୍କୁ ଚିହ୍ନି ନ ପାରି ସେଗୁଡ଼ିକର ମାୟେଲିନ (myelin) କଭରଗୁଡ଼ିକୁ ଆକ୍ରମଣ କରି ନଷ୍ଟ କରିଦିଏ ।[୨] ବେଳେ ବେଳେ ସଂକ୍ରମଣ, ଅପରେଶନ ଓ ଟିକାଦ୍ୱାରା ଏହି ଅଟୋଇମ୍ମ୍ୟୁନିଟି ଟ୍ରିଗର ହୋଇଯାଏ ।[୨][୧] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ, ଅନ୍ୟାନ୍ୟ କାରଣମାନଙ୍କୁ ତ୍ୟାଗ କରାଯିବା ସ‌ହିତ ସ୍ନାୟୁ କଣ୍ଡକସନ ଟେଷ୍ଟ (nerve conduction studies) ଓ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ଼ (cerebrospinal fluid) ଅନୁଶୀଳନ କରି ରୋଗ ନିଧାର୍ଯ୍ୟ କରାଯାଏ ।[୨] ଦୁର୍ବଳ ସ୍ଥାନ, ସ୍ନାୟୁ କଣ୍ଡକସନ ଟେଷ୍ଟ ଓ ଆଣ୍ଟିଗାଙ୍ଗ୍ଲିଓସାଇଡ ଆଣ୍ଟିବଡି (certain antibiodies) ଉପସ୍ଥିତି ଅନୁସାରେ କେତେକ ସବ-ଟାଇପ ମଧ୍ୟ ନିର୍ଣ୍ଣୟ କରାଯାଏ ।[୩] ଏହି ରୋଗକୁ ତୀବ୍ର/ଆକ୍ୟୁଟ ପଲିନିଉରୋପାଥି (polyneuropathy) ରୋଗରେ ଶ୍ରେଣୀଭୁକ୍ତ କରାଯାଏ ।[୧]

ରୋଗୀ ସାଂଘାତିକ ଦୁର୍ବଳ ହୋଇଥିଲେ ତୁରନ୍ତ ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin) ବା ପ୍ଲାଜମାଫେରେସିସ (plasmapheresis) କରାଯିବା ସ‌ହିତ ଅନ୍ୟ ସାହାଯ୍ୟକାରୀ ଯତ୍ନ ନେଲେ ଅଧିକାଂଶ କେଶ୍‌ରେ ଉତ୍ତମ ସ୍ୱାସ୍ଥ୍ୟଲାଭ ହୁଏ । ଭଲ ହେବାକୁ କିଛି ସପ୍ତାହରୁ କିଛି ବର୍ଷ ଲାଗିପାରେ । ଏକ ତୃତୀୟାଂଶ ଲୋକ କିଛି ପରିମାଣରେ ଦୁର୍ବଳ ରହନ୍ତି ।[୨] ସାରା ପୃଥିବୀରେ ୭.୫% ରୋଗୀ ମୃତ୍ୟୁ ଲାଭ କରନ୍ତି । [୧] ଗୁଲେନ-ବାରେ ସିଣ୍ଡ୍ରୋମ କ୍ୱଚିତ ହୁଏ, ବର୍ଷକୁ ଏକ ଲକ୍ଷ ଲୋକରେ ଏକ ବା ଦୁଇ ଜଣକୁ ଏ ରୋଗ ହୁଏ ।[୨][୪] ପୁରୁଷ ଓ ମହିଳା ଉଭୟଙ୍କୁ ସମ ଭାବରେ ଏ ରୋଗ ସବୁ ସ୍ଥାନରେ ଆକ୍ରମଣ କରେ । [୨][୧] ଫରାସୀ ସ୍ନାୟୁବିଜ୍ଞାନ ବିଶେଷଜ୍ଞ ଜର୍ଜ ଗୁଲେନ (Georges Guillain) ଓ ଜିନ ଆଲେକଜାଣ୍ଡର ବାରେଙ୍କ (Jean Alexandre Barré) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଆଣ୍ଡ୍ରେ ସ୍ଟ୍ରୋଲଙ୍କ ସ‌ହ ମିଶି ସନ ୧୯୧୬ରେ ଏହାର ବର୍ଣ୍ଣନା କରିଥିଲେ ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 529. ISBN 9780323448383.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Guillain-Barré Syndrome Fact Sheet". NIAMS. June 1, 2016. Retrieved 13 August 2016.
  3. van den Berg, Bianca; Walgaard, Christa; Drenthen, Judith; Fokke, Christiaan; Jacobs, Bart C.; van Doorn, Pieter A. (15 July 2014). "Guillain–Barré syndrome: pathogenesis, diagnosis, treatment and prognosis". Nature Reviews Neurology. 10 (8): 469–482. doi:10.1038/nrneurol.2014.121. PMID 25023340.
  4. Sejvar, James J.; Baughman, Andrew L.; Wise, Matthew; Morgan, Oliver W. (2011). "Population incidence of Guillain–Barré syndrome: a systematic review and meta-analysis". Neuroepidemiology. 36 (2): 123–133. doi:10.1159/000324710. PMID 21422765.
  5. van Doorn, Pieter A; Ruts, Liselotte; Jacobs, Bart C (October 2008). "Clinical features, pathogenesis, and treatment of Guillain–Barré syndrome". The Lancet Neurology. 7 (10): 939–950. doi:10.1016/S1474-4422(08)70215-1. PMID 18848313.
  6. Eldar AH, Chapman J (April 2014). "Guillain Barré syndrome and other immune mediated neuropathies: diagnosis and classification". Autoimmunity Reviews. 13 (4–5): 525–30. doi:10.1016/j.autrev.2014.01.033. PMID 24434363.