ମନ୍ଦାକିନୀ ବେହେରା

ଉଇକିପିଡ଼ିଆ‌ରୁ
(Mandakini Beheraରୁ ଲେଉଟି ଆସିଛି)
ମନ୍ଦାକିନୀ ବେହେରା
ବିଧାୟିକା: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୨ – ୨୦୦୪
ପୂର୍ବ ଅଧିକାରୀଭାଗବତ ବେହେରା
ପର ଅଧିକାରୀଅରୁଣ କୁମାର ସାହୁ
ନିର୍ବାଚନ ମଣ୍ଡଳୀନୟାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-08-25) ୨୫ ଅଗଷ୍ଟ ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଭାଗବତ ବେହେରା
ସନ୍ତାନ୪ ଝିଅ
ବାପା/ବୋଉଅଲେଖ ଚନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ମନ୍ଦାକିନୀ ବେହେରା (ଜନ୍ମ: ୨୫ ଅଗଷ୍ଟ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୧୨ଶ ଓଡ଼ିଶା ବିଧାନ ସଭାକୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୨ ନୟାଗଡ଼ ବିଧାନ ସଭା ଉପ ନିର୍ବାଚନ ସମୟରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମନ୍ଦାକିନୀ ବେହେରା ୧୯୪୭ ମସିହାର ଅଗଷ୍ଟ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ଅଲେଖ ଚନ୍ଦ୍ର ଦାସ ।[୨] ସେ କଳାରେ ସ୍ନାତକ କରିବା ପରେ ଶିକ୍ଷାରେ ସ୍ନାତକ (ବି. ଏଡ୍) କରିଥିଲେ ।[୩] ମନ୍ଦିକିନୀ ଭାଗବତ ବେହେରାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଚାରି ଜଣ ଝିଅ ଅଛନ୍ତି ।[୧] ଭାଗବତ ବେହେରା ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ ମସିହାରେ ଯଥାକ୍ରମେ ସୋସିଆଲିଷ୍ଟ ପାର୍ଟି, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଆଦି ରାଜନୈତିକ ଦଳରୁ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶ ବିଧାନ ସଭାର ୬ଷ୍ଠ, ୭ମ, ୯ମ, ୧୦୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାର ବିଭିନ୍ନ ମନ୍ତ୍ରୀମଣ୍ଡଳରେ ପଦ୍ମନାଭ ୧୯୯୦ରେ, ୧୯୯୧ରେ, ୧୯୯୩ରେ ଏବଂ ୨୦୦୦ ମସିହାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ମନ୍ଦାକିନୀ ତାଙ୍କର ପତି ଭାଗବତ ବେହେରାଙ୍କର ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ । ୨୦୦୨ ମସିହା ଜୁନ ମାସ ୩ ତାରିଖ ଦିନ ଭାଗବତଙ୍କର ମୃତ୍ୟୁ ହୋଇଥିଲା ।[୪] ସେତେବେଳକୁ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୨ଶ ସଭା ବିଧାୟକ ତଥା ମନ୍ତ୍ରୀ ଥିଲେ ।[୪] ତେଣୁ ତାଙ୍କର ମୃତ୍ୟୁ ପରେ ନୟାଗଡ଼ ବିଧାନ ସଭା ଆସନଟି ଖାଲି ପଡ଼ିଥିଲା । ଫଳରେ ମନ୍ଦାକିନୀ ଏହି ଖାଲି ପଡ଼ିଥିବା ଆସନ ପାଇଁ ବିଜୁ ଜନତା ଦଳର ସଦସ୍ୟ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧]

ମନ୍ଦାକିନୀ ୨୦୦୨ ମସିହାରେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ସେ ୧୨ଶ ଓଡ଼ିଶା ବିଧାନ ସଭାରେ ୪ ଜୁଲାଇ ୨୦୦୨ରୁ ୨୦୦୪ ଯାଏଁ ସେହି ବିଧାନ ସଭା ଭଙ୍ଗ ହେବାଯାଏଁ ବିଧାୟିକା ଭାବରେ ରହିଥିଲେ । ଏହି ବିଧାନ ସଭାରେ ସେ ଜଙ୍ଗଲ ସୁରକ୍ଷା ଗୃହ କମିଟି, ମହିଳା ଓ ଶିଶୁ ବିକାଶ କଲ୍ୟାଣ ଗୃହ କମିଟି, ପଠାଗାର କମିଟି ଆଦିରେ ୨୦୦୩ ମସିହାରୁ ୨୦୦୪ ମସିହାଯାଏଁ ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୧] ଏହି ବିଧାନ ସଭାରେ ସବୁଠାରୁ ଅଧିକ ସଂଖ୍ୟକ ମହିଳା ସଭ୍ୟା ଥିଲେ ।[୬] ଏହି ୧୫ ଜଣ ନିର୍ବାଚିତ ମହିଳାମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସଉଷାରାଣୀ ପଣ୍ଡା, ମମତା ମାଢ଼ୀପରମା ପୂଜାରୀ ଥିଲେ, ଭାରତୀୟ ଜନତା ପାର୍ଟିଦ୍ରୌପଦୀ ମୁର୍ମୁନିବେଦିତା ପ୍ରଧାନ ଥିଲେ ଏବଂ ବିଜୁ ଜନତା ଦଳର କମଳା ଦାସ, ପ୍ରମିଳା ମଲ୍ଲିକ, ମନ୍ଦାକିନୀ ବେହେରା, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ଭି. ସୁଜ୍ଞାନ କୁମାରୀ ଦେଓ, ଉଷା ଦେବୀ, ରୋଷନୀ ସିଂହଦେଓ, ବିଷ୍ଣୁପ୍ରିୟା ବେହେରାଅଞ୍ଜଳି ବେହେରା ଥିଲେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Smt. Mandakini Behera". odishaassembly.nic.in. Retrieved 24 February 2019.
  2. "MLA Mandakini Behera(Bye) Profile | NAYAGARH Constituency". naveenpatnaik.com. Archived from the original on 2019-01-13. Retrieved 2019-02-24.
  3. "MLA Mandakini Behera(Bye) Profile | NAYAGARH Constituency". www.odishahelpline.com. Retrieved 2019-02-24.
  4. ୪.୦ ୪.୧ ୪.୨ "Late Bhagabat Behera". odishaassembly.nic.in. Retrieved 2019-02-24.
  5. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଆମ ଓଡ଼ିଶା. p. 293. Retrieved 24 February 2019.
  6. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଆମ ଓଡ଼ିଶା. p. 288. Retrieved 24 February 2019.
  7. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଆମ ଓଡ଼ିଶା. p. 289. Retrieved 24 February 2019.