ବିଷ୍ଣୁପ୍ରିୟା ବେହେରା

ଉଇକିପିଡ଼ିଆ‌ରୁ
ବିଷ୍ଣୁପ୍ରିୟା ବେହେରା
ବିଧାୟିକା: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଦାଶରଥୀ ବେହେରା
ପର ଅଧିକାରୀପଦ୍ମନାଭ ବେହେରା
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-09-17) ୧୭ ସେପ୍ଟେମ୍ବର ୧୯୬୨ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପଦ୍ମନାଭ ବେହେରା
ସନ୍ତାନ୩ ପୁଅ ୧ ଝିଅ
ବାପା/ବୋଉପ୍ରଫୁଲ୍ଲ ସାହାଣୀ (ବାପା)
ବୃତ୍ତିରାଜନୀତିଜ୍ଞ

ବିଷ୍ଣୁପ୍ରିୟା ବେହେରା (ଜନ୍ମ: ୧୭ ସେପ୍ଟେମ୍ବର ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାର ନବୀନ ପଟ୍ଟନାୟକଙ୍କର ପ୍ରଥମ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବେଳେ ବିଷ୍ଣୁପ୍ରିୟା ସ୍ଥାନ ପାଇଥିଲେ । ୨୦୦୨ ମସିହାରୁ ୨୦୦୪ ମସିହାରେ ଏହି ବିଧାନ ସଭା ଶେଷ ହେବାଯାଏଁ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିଷ୍ଣୁପ୍ରିୟା ବେହେରା ୧୯୬୨ ମସିହାର ସେପ୍ଟେମ୍ବର ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ପ୍ରଫୁଲ୍ଲ ସାହାଣୀ । ସେ ଶିକ୍ଷାରେ ମାଟ୍ରିକ ପାସ୍ କରିନଥିଲେ ।[୧] ବିଷ୍ଣୁପ୍ରିୟା ପଦ୍ମନାଭ ବେହେରାଙ୍କୁ ବିବାହ କରିଥିଲେ ଏବଂ ଜଣେ ଗୃହିଣୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ବିଷ୍ଣୁପ୍ରିୟାଙ୍କ ସ୍ୱାମୀ ପଦ୍ମନାଭ ବେହେରା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ୧୯୯୦ ମସିହାରୁ ୧୯୯୫ ମସିହା ଯାଏଁ ଓ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ ଯଥାକ୍ରମେ ୧୦ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏବଂ ବିରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏଥି ସହିତ ସେ ଫୁଲବାଣୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୧୨ଶ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ଅଛି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବିଷ୍ଣୁପ୍ରିୟା ତାଙ୍କ ପରିବାରର ରାଜନୈତିକ ସମ୍ପର୍କ ହେତୁ ନିଜେ ରାଜନୀତିରେ ଯୋଗ ଦେଇଥିଲେ[୩] ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ପଦ୍ମନାଭ ଫୁଲବାଣୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ବିଜୁ ଜନତା ଦଳରୁ ପାର୍ଥୀ କରାଇଥିଲେ[୫] ଓ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଏହି ନିର୍ବାଚନ ଲଢ଼ିଥିଲେ ।[୬] ଏହି ନିର୍ବାଚନରେ ବିଷ୍ଣୁପ୍ରିୟା ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାର ବିଭିନ୍ନ କମିଟିରେ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୨ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ବିଷ୍ଣୁପ୍ରିୟାଙ୍କୁ ଜଣେ ମନ୍ତ୍ରୀ ଭାବରେ ଦାୟିତ୍ୱ ନ୍ଯସ୍ତ କରାଯାଇଥିଲା ।[୮] ସେ ୬ ଅଗଷ୍ଟ ୨୦୦୨ରେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୬ ମଇ ୨୦୦୪ରେ ଏହି ବିଧାନ ସଭା ଶେଷ ହେବାଯାଏଁ ଏହି ପଦରେ ରହି କାର୍ଯ୍ୟ କରିଥିଲେ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Smt. Bishnu Priya Behera". odishaassembly.nic.in. Retrieved 2019-02-22.
  2. ୨.୦ ୨.୧ ୨.୨ ୨.୩ "Shri Padmanabh Behera". odishaassembly.nic.in. Retrieved 2019-02-22.
  3. Nayak, Dr Smita (2016). Whither Women: A Shift from Endowment to Empowerment (in ଇଂରାଜୀ). EduPedia Publications (P) Ltd. p. 163. ISBN 9781523724116. Retrieved 23 February 2019.
  4. "MLA Bishnu Priya Behera Profile | PHULBANI Constituency". naveenpatnaik.com. Archived from the original on 2017-10-27. Retrieved 2019-02-23.
  5. Rana, Mahendra Singh (2006). India Votes: Lok Sabha & Vidhan Sabha Elections 2001-2005 (in ଇଂରାଜୀ). Sarup & Sons. p. 356. ISBN 9788176256476. Retrieved 23 February 2019.
  6. "Orissa Assembly Election Results in 2000". www.elections.in. Retrieved 2019-02-23.
  7. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଆମ ଓଡ଼ିଶା. p. 295. Retrieved 23 February 2019.
  8. "MLA Bishnu Priya Behera Profile | PHULBANI Constituency". villageinme.com. Retrieved 2019-02-23.
  9. "ଫୁଲବାଣୀ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ : କନ୍ଧମାଳକୁ ୨୫୦ କୋଟି ଟଙ୍କା ଭେଟି". Sambad (in ଆମେରିକୀୟ ଇଂରାଜୀ). 2019-02-11. Retrieved 2019-02-23.