ଉଷାରାଣୀ ପଣ୍ଡା
ଦେଖଣା
ଉଷାରାଣୀ ପଣ୍ଡା | |
---|---|
ବିଧାୟିକା: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଅନନ୍ତ ନାରାୟଣ ସିଂହ ଦେଓ |
ପର ଅଧିକାରୀ | କିଶୋର ଚନ୍ଦ୍ର ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ସୋରଡ଼ା |
ବିଧାୟିକା: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ଦ୍ୱିତିକୃଷ୍ଣ ପଣ୍ଡା |
ପର ଅଧିକାରୀ | ଦେବରାଜ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଆସିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ଅକ୍ଟୋବର ୧୯୪୦ |
ମୃତ୍ୟୁ | ୨୧ ସେପ୍ଟେମ୍ବର ୨୦୦୪ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶରତ ଚନ୍ଦ୍ର ପଣ୍ଡା |
ବାପା/ବୋଉ | କେଶବ ଚନ୍ଦ୍ର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉଷାରାଣୀ ପଣ୍ଡା (୯ ଅକ୍ଟୋବର ୧୯୪୦ - ୨୧ ସେପ୍ଟେମ୍ବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ଓ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ଉଷାରାଣୀ ୧୯୪୦ ମସିହାର ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଶବ ଚନ୍ଦ୍ର ଦାସ ଓ ପତିଙ୍କ ନାମ ଶରତ ଚନ୍ଦ୍ର ପଣ୍ଡା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଉଷାରାଣୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଉଷାରାଣୀ ୨୦୦୪ ମସିହାର ସେପ୍ଟେମ୍ବର ୨୧ ତାରିଖରେ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Usha Rani Panda". odishaassembly.nic.in. Odisha Assembly. Retrieved 27 December 2020.