ପରମା ପୂଜାରୀ

ଉଇକିପିଡ଼ିଆ‌ରୁ
ପରମା ପୂଜାରୀ
ବିଧାୟିକା: ୧୧ଶ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ପୂର୍ବ ଅଧିକାରୀଗୁରୁବାରୀ ମାଝି
ପର ଅଧିକାରୀଧର୍ମୁ ଗଣ୍ଡ
ନିର୍ବାଚନ ମଣ୍ଡଳୀଉମରକୋଟ
ବିଧାୟିକା: ୮ମ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀରବି ସିଂହ ମାଝି
ପର ଅଧିକାରୀଗୁରୁବାରୀ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-07-01) ୧ ଜୁଲାଇ ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉବଳୀ ପୂଜାରୀ (ବାପା)
ବୃତ୍ତିରାଜନୀତିଜ୍ଞ

ପରମା ପୂଜାରୀ (ଜନ୍ମ: ୧ ଜୁଲାଇ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ୧୯୮୦, ୧୯୮୫, ୧୯୯୫ ଓ ୨୦୦୦ ମସିହାରେ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ପରମା ଓଡ଼ିଶା ବିଧାନ ସଭାରେ ବିଭିନ୍ନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ ।[୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପରମା ପୂଜାରୀ ୧୯୫୪ ମସିହାର ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ବଳୀ ପୂଜାରୀ । ସେ ସପ୍ତମ ଶ୍ରେଣୀଯାଏଁ ପାଠ ପଢ଼ିଥିଲେ ।[୨][୪] ପରମା ବିବାହ ପରେ ଜଣେ କୃଷକ ଭାବରେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ପରମା ପୂଜାରୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ରାଜନୀତିଜ୍ଞ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ପ୍ରଥମେ ୧୯୮୦ ମସିହାରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଆଉ ତିନିଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬]

ପରମା ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ପରମା ୧୯୮୦ ମସିହାରୁ ୧୯୮୫ ମସିହା ଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପରମା ପୁଣିଥରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହେଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ପରମା ହେମାନନ୍ଦ ବିଶ୍ୱାଳଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରଥମେ ଜଣେ ଉପମନ୍ତ୍ରୀ ଭାବରେ ୧୯୮୬ ମସିହାରେ ହେମାନନ୍ଦଙ୍କର ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ । ପରମା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ଉପମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ । ଏହି ବିଭାଗରେ ସେ ୨୨ ଜୁଲାଇ ୧୯୮୬ରୁ ୭ ଡିସେମ୍ବର ୧୯୮୯ ଯାଏଁ କାର୍ଯ୍ୟ କରିଥିଲେ । ପରେ ୭ ଡିସେମ୍ବର ୧୯୮୯ରୁ ୩ ମାର୍ଚ୍ଚ ୧୯୯୦ ଯାଏଁ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

ଏହାର ପରବର୍ତ୍ତୀ ନିର୍ବାଚନ ପରମା ପୂଜାରୀ ପରାଜିତ ହୋଇଥିଲେ ଏବଂ ୧୯୯୫ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୧୧ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାରେ ଜାନକୀ ବଲ୍ଲବ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭଙ୍ଗ ହେବାପରେ ଗିରିଧର ଗମାଙ୍ଗଙ୍କ ମନ୍ତ୍ରୀମଣ୍ଡଳରେ ପରମା ମନ୍ତ୍ରୀ ହୋଇଥିଲେ । ସେ ଏକାସାଙ୍ଗରେ ଦୁଇଟି ବିଭାଗର ମନ୍ତ୍ରୀ ପଦରେ ଥିଲେ । ପରମା ୨୪ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ଗିରିଧର ଗମାଙ୍ଗଙ୍କର ମନ୍ତ୍ରୀମଣ୍ଡଳ ଭଙ୍ଗ ହେବାଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଓ ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଏହାପରେ ହେମାନନ୍ଦ ବିଶ୍ୱାଳଙ୍କର ମନ୍ତ୍ରୀ ମଣ୍ଡଳରେ ପରମା ହରିଜନ, ଆଦିବାସୀ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ଲୋକଙ୍କ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଏହି ବିଭାଗରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

ଏହାପରେ ପରମା ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚତୁର୍ଥର ପାଇଁ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଉମରକୋଟ ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଉମରକୋଟ ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଉମରକୋଟ ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଉମରକୋଟ ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. "MLA Parama Pujari Profile | UMERKOTE Constituency". www.orissahelpline.com. Retrieved 2019-02-27.[permanent dead link]
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Smt. Parama Pujari". odishaassembly.nic.in. Odisha Assembly. Retrieved 27 February 2019.
  3. "MLA Parama Pujari Profile | UMERKOTE Constituency". naveenpatnaik.com. Archived from the original on 2017-10-27. Retrieved 2019-02-27.
  4. "Parama Pujari(Indian National Congress(INC)):Constituency- UMARKOTE (ST)(NABARANGPUR) - Affidavit Information of Candidate:". myneta.info. Retrieved 2019-02-27.
  5. "BJD faces tough fight in Umerkote". News18. Retrieved 2019-02-27.
  6. "BJD undecided over Umerkote candidate - Times of India". The Times of India. Retrieved 2019-02-27.
  7. "Parama Pujari, Umarkote Assembly Elections 1995 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-02-27.
  8. "Parama Pujari, Umarkote Assembly Elections 2000 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-02-27.