ଭାଗବତ ବେହେରା
ଭାଗବତ ବେହେରା | |
|---|---|
| ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୮୦ | |
| ପୂର୍ବ ଅଧିକାରୀ | ଅଚ୍ୟୁତାନନ୍ଦ ମହାନ୍ତି |
| ପର ଅଧିକାରୀ | ବଂଶୀଧର ସାହୁ |
| ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
| ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୫ – ୧୯୯୫ | |
| ପୂର୍ବ ଅଧିକାରୀ | ବଂଶୀଧର ସାହୁ |
| ପର ଅଧିକାରୀ | ସୀତାକାନ୍ତ ମିଶ୍ର |
| ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
| ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୦ – ୩ ଜୁନ ୨୦୦୨ | |
| ପୂର୍ବ ଅଧିକାରୀ | ସୀତାକାନ୍ତ ମିଶ୍ର |
| ପର ଅଧିକାରୀ | ମନ୍ଦାକିନୀ ବେହେରା |
| ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜୁନ ୧, ୧୯୪୦ |
| ମୃତ୍ୟୁ | ୬ ମାର୍ଚ୍ଚ ୨୦୦୨ (ବୟସ ୬୧) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ |
| ଜୀବନ ସାଥୀ | ମନ୍ଦାକିନୀ ବେହେରା |
| ବାପା/ବୋଉ | ନାରାୟଣ ବେହେରା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଭାଗବତ ବେହେରା (୧ ଜୁନ ୧୯୪୦ - ୩ ଜୁନ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୯ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭାଗବତ ବେହେରା ୧୯୪୦ ମସିହାର ଜୁନ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନାରାୟଣ ବେହେରା ଏବଂ ପତ୍ନୀଙ୍କ ନାମ ମନ୍ଦାକିନୀ ବେହେରା ।[୧] ତାଙ୍କର ଶିକ୍ଷାଗତ ଯୋଗତ୍ୟା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭାଗବତ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିବା ସହ ୧୯୯୦ରୁ ୧୯୯୫ ଯାଏଁ ଏବଂ ୨୦୦୦ ମସିହାରୁ ୨୦୦୦ ମସିହାଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଭାଗବତ ବେହେରା ୨୦୦୨ ମସିହାର ଜୁନ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ଥୋଇଥିଲା ।