Jump to content

ଡିଗକ୍ସିନ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
(Digoxin toxicityରୁ ଲେଉଟି ଆସିଛି)
ଡିଗକ୍ସିନ ବିଷକ୍ରିୟା (Digoxin toxicity)
Digoxin poisoning, digoxin overdose
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine)
ଲକ୍ଷଣବାନ୍ତି, ଅରୁଚି, ଦ୍ୱନ୍ଦ୍ୱ, ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନ []
କାରଣଅତ୍ୟଧିକ ଡିଗକ୍ସିନ, ଫକ୍ସଗ୍ଲୋଭ ଛୋଟ ବୃକ୍ଷ (foxglove) [][]
ବିପଦ କାରକସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ[]
ସଠିକ ରୋଗ ନିର୍ଣ୍ଣୟଆକ୍ୟୁଟ କରୋନାରି ସିଣ୍ଡ୍ରୋମ (Acute coronary syndrome), ହାଇପରକାଲେମିଆ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ବିଟା ବ୍ଲକର ବିଷକ୍ରିୟା (beta blocker toxicity)[]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଆକ୍ଟିଭେଟେଡ ଚାରକୋଲ, ଆଟ୍ରୋପିନ, ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments)[][]
ପୁନଃପୌନିକ~ବର୍ଷକୁ ୨,୫୦୦ (ଯୁକ୍ତରାଷ୍ଟ୍ର ଆମେରିକା)[]

ଡିଗକ୍ସିନ ବିଷକ୍ରିୟା (ଇଂରାଜୀ ଭଷାରେ Digoxin toxicity, also known as digoxin poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅତ୍ୟଧିକ ଡିଗକ୍ସିନ ଅଥବା ଫକ୍ସଗ୍ଲୋଭ (foxglove) ଛୋଟ ବୃକ୍ଷ ସେବନ କଲେ ସଂଘଟିତ ହୁଏ ।[][] ଏହାର ଲକ୍ଷଣ ଅତି ଅସ୍ପଷ୍ଟ ।[] ବାନ୍ତି, ଅରୁଚି, ଦ୍ୱନ୍ଦ୍ୱ (confusion), ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନତା ଆଦି ଲକ୍ଷଣ ଏଥିରେ ଦେଖାଯାଏ ।[] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ ଡିସରିଦମିଆ (Heart dysrhythmia) ଦୃତ ହୃଦ୍‌ଗତି (too fast) ବା ଧୀର ହୃଦ୍‌ଗତି (too slow) ହୋଇପାରେ ।[]

ଅଳ୍ପ ସମୟରେ ଅତ୍ୟଧିକ ମାତ୍ରା (overdose) ବା ସମୟ କ୍ରମେ ଦୀର୍ଘ କାଳ ଧରି ଅଳ୍ପ ମାତ୍ରାର ଡିଗକ୍ସିନ ଦେହକୁ ଗଲେ ବିଷକ୍ରିୟା ହୁଏ । [] ଶରୀରରେ ସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ ରହିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[] ହୃଦ୍‌ପାତ ବା ଆଟ୍ରିଆଲ ଫିବ୍ରିଲେସନ ରୋଗ ଥିଲେ ଡିଗକ୍ସିନ ଔଷଧ ଦିଆଯାଏ ।[] ରୋଗ ନିର୍ଣ୍ଣୟ ନିମନ୍ତେ ରୁଟିନ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (electrocardiogram) ଆବଶ୍ୟକ ହୁଏ ।[] ଶେଷ ମାତ୍ରା ଡିଗକ୍ସିନ ନେବାର ୬ ଘଣ୍ଟା ପରେ ରକ୍ତରେ ଥିବା ଔଷଧ ମାତ୍ରା ରୋଗ ନିର୍ଣ୍ଣୟରେ ଉପକାରୀ ହୁଏ । []

ଔଷଧ ଖାଇବାର ୨ ଘଣ୍ଟା ମଧ୍ୟରେ ଆକ୍ଟିଭେଟେଡ ଚାରକୋଲ ବ୍ୟବ‌ହାର କରାଯାଇପାରେ । [] ହୃଦ୍‌ଗତି ଧୀର ଥିଲେ ଆଟ୍ରୋପିନପ୍ରିମାଚ୍ୟୁର ଭେଣ୍ଟ୍ରିକୁଲାର କଣ୍ଟ୍ରାକସନ ଥିଲେ ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର) ଦିଆଯାଏ ।[] ଅତ୍ୟଧିକ ବିଷକ୍ରିୟା ହୋଇଥିଲେ ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments) ଦେଇ ଚିକିତ୍ସା କରାଯାଏ ।[] ଯେଉଁମାନଙ୍କର ସାଂଘାତିକ ଡିସଆରିଦମିଆ ଥାଏ, ରୋଗୀର ହୃଦ୍‌ପାତ ଥାଏ ବା ପୋଟାସିଅମ ସ୍ତର ୫ମିମୋଲରୁ ଅଧିକ ଥିଲେ ଏହା ଦିଆଯାଏ ।[] ଅଳ୍ପ ମାତ୍ରାର ପୋଟାସିଅମ ବା ମ୍ୟାଗନେସିଅମ ଥିଲେ ତାହାକୁ ଠିକ କରାଯାଏ ।[] ଚିକିତ୍ସା କରିବାର କିଛି ଦିନ ପରେ ଏହି ବିଷକ୍ରିୟା ପୁନର୍ବାର ହୋଇପାରେ । []

ଅଷ୍ଟ୍ରେଲିଆରେ ସନ ୧୦୧୨ରେ ୧୪୦ଟି କେଶ ଲିପିବଦ୍ଧ ହୋଇଥିଲା ।[] ଡିଗକ୍ସିନ ବ୍ୟବ‌ହାର କମିଯିବା ଫଳରେ ସନ ୧୯୯୪ରୁ ଏହି ସଂଖ୍ୟା କମିଯାଇଛି ।[] ସନ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ୨୫୦୦ ରୋଗୀଙ୍କର ବିବରଣୀ ମିଳିଥିଲା ଓ ସେମାନଙ୍କ ମଧ୍ୟରୁ ୨୭ ଜଣ ମୃତ୍ୟୁ ବରଣ କରିଥିଲେ ।[] ଉଇଲିଅମ ଉଇଦରିଙ୍ଗ (William Withering) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Pincus, M (February 2016). "Management of digoxin toxicity". Australian prescriber. 39 (1): 18–20. doi:10.18773/austprescr.2016.006. PMC 4816869. PMID 27041802.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Palatnick, W; Jelic, T (February 2014). "Emergency department management of calcium-channel blocker, beta blocker, and digoxin toxicity". Emergency medicine practice. 16 (2): 1–19, quiz 19-20. PMID 24883458. Archived from the original on 2014-05-14.
  3. Gheorghiade, M; van Veldhuisen, DJ; Colucci, WS (30 May 2006). "Contemporary use of digoxin in the management of cardiovascular disorders". Circulation. 113 (21): 2556–64. doi:10.1161/circulationaha.105.560110. PMID 16735690.
  4. Feldman, Arthur M. (2008). Heart Failure: Pharmacologic Management (in ଇଂରାଜୀ). John Wiley & Sons. p. 26. ISBN 9781405172530. Archived from the original on 2017-09-10.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ