Jump to content

ବିଟା ବ୍ଲକର ବିଷକ୍ରିୟା

ଉଇକିପିଡ଼ିଆ‌ରୁ
Beta blocker poisoning, beta blocker overdose
A 20% lipid emulsion may be used for beta blocker toxicity
ବିଭାଗEmergency medicine
ଲକ୍ଷଣSlow heart rate, low blood pressure[]
ଆକ୍ରାନ୍ତ ସମୟWithin 2 hours[]
କାରଣToo much beta blockers either by accident or on purpose[]
ସଠିକ ରୋଗ ନିର୍ଣ୍ଣୟCalcium channel blocker toxicity, acute coronary syndrome, hyperkalemia[]
ଚିକିତ୍ସାActivated charcoal, whole bowel irrigation, intravenous fluids, sodium bicarbonate, glucagon, high dose insulin, vasopressors, lipid emulsion, ECMO[]
PrognosisHigh risk of death[]
ପୁନଃପୌନିକRelatively uncommon[]

ବିଟା ବ୍ଲକର ବିଷକ୍ରିୟା ହୁଏ ଯେତେବେଳେ ଦୁର୍ଘଟଣା କିମ୍ବା ଉଦ୍ଦେଶ୍ୟ ମୂଳକ ଭାବରେ ବିଟା ବ୍ଲକର ଔଷଧ ଅତ୍ୟଧିକ ଗ୍ରହଣ କରାଯାଏ । [] ଏହା ଫଳରେ ପ୍ରାୟଃ ମନ୍ଥର ହୃଦସ୍ପନ୍ଦନ ଏବଂ ନିମ୍ନ ରକ୍ତଚାପ ସୃଷ୍ଟି ହୋଇଥାଏ । [] କେତେକ ବିଟା ବ୍ଲକର୍ ମଧ୍ୟ ଅନିୟମିତ ହୃଦସ୍ପନ୍ଦନ କିମ୍ବା ନିମ୍ନ ରକ୍ତ ଶର୍କରା ସୃଷ୍ଟି କରିପାରେ । [] ଲକ୍ଷଣ ସାଧାରଣତଃ ପ୍ରଥମ ଘଣ୍ଟାରେ ଦେଖାଯାଏ କିନ୍ତୁ କିଛି ଔଷଧରେ ୨୦ ଘଣ୍ଟା ପରେ ଆରମ୍ଭ ହୋଇନପାରେ । [] ଯଦି ତୁରନ୍ତ ରିଲିଜ୍ ହେଉଥିବା ଔଷଧ ନେବାର ୬ ଘଣ୍ଟା ମଧ୍ୟରେ ସେମାନଙ୍କର କ କୌଣସି ଲକ୍ଷଣ ନଥାଏ ତେବେ ସେହି ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି ।[]

ବିଟା ବ୍ଲକର୍ ଗୁଡିକରେ ମେଟୋପ୍ରୋଲୋଲ, ବାସୋପ୍ରୋଲୋଲ, କାର୍ଭେଡିଲୋଲ୍, ପ୍ରୋପ୍ରାନୋଲଲ ଏବଂ ସୋଟାଲୋଲ ହୋଇପାରେ । [] ଇସିଜି (ECG) ପରିବର୍ତ୍ତନଗୁଡ଼ିକରେ ପିଆର ବିସ୍ତାର ଏବଂ ଏକ ଚଉଡ଼ା QRS ଅନ୍ତର୍ଭୁକ୍ତ ହୋଇପାରେ ।[] ବିଟା ବ୍ଲକରର ରକ୍ତ ସ୍ତର ମାପିବା ଉପଯୋଗୀ ନୁହେଁ । [] ଅନ୍ୟାନ୍ୟ ଅବସ୍ଥା ଯାହା ସମାନ ଭାବରେ ଉପସ୍ଥାପିତ ହୋଇପାରେ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ବିଷାକ୍ତତା, ଆକ୍ୟୁଟ୍ କରୋନାରି ସିଣ୍ଡ୍ରୋମ ଏବଂ ହାଇପରକାଲେମିଆ[]

ଚିକିତ୍ସାରେ ଔଷଧର ଅବଶୋଷଣକୁ ହ୍ରାସ କରିବା ପାଇଁ ପ୍ରୟାସ: ପାଟିରେ ଅଳ୍ପ ସମୟ ଆଗରୁ ନେଇଥିଲେ ସକ୍ରିୟ ଚାରକୋଲ ଦିଆଯାଏ, ଦୀର୍ଘକାଳୀନ ରିଲିଜ ଔଷଧ ଗ୍ରହଣ କରିଥିଲେ ସମ୍ପୁର୍ଣ୍ଣ ଅନ୍ତନଳୀ ଜଳସେଚନର କରାଯାଏ । [] ବାନ୍ତି ଆଣିବା ପାଇଁ ପ୍ରୟାସ ସୁପାରିଶ କରାଯାଏ ନାହିଁ । [] ବିଷାକ୍ତ ପ୍ରଭାବର ଚିକିତ୍ସା ପାଇଁ ଔଷଧ: ଶିରାଭ୍ୟନ୍ତର ତରଳ ପଦାର୍ଥ, ସୋଡିୟମ୍ ବାଇକାର୍ବୋନାଟ୍, ଗ୍ଲୁକାଗନ୍, ଉଚ୍ଚମାତ୍ରାର ଇନସୁଲିନ୍, ଭାସୋପ୍ରେସର ଏବଂ ଲିପିଡ ଏମଲସନ ଦିଆଯାଏ । [] ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ ଏବଂ ବୈଦୁତିକ ପେସ୍ ମଧ୍ୟ ବିକଳ୍ପ ହୋଇପାରେ । [] ଡାଏଲିସିସ‌ଦ୍ୱାରା କିଛି ବିଟା ବ୍ଲକର୍ ଅପସାରଣ ହୋଇପାରେ । []

ବିଟା ବ୍ଲକର ବିଷକ୍ରିୟା ଅପେକ୍ଷାକୃତ ଅସାଧାରଣ ଅଟେ । [] କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ଏବଂ ଡିଗୋକ୍ସିନ୍ ବିଟା ବ୍ଲକର୍ ଯୋଗୁ ମାତ୍ରାରେ ମୃତ୍ୟୁ ହାର ହୁଏ । [] ଏହି ଔଷଧଗୁଡ଼ିକ ପ୍ରଥମେ ୧୯୬୦ ଏବଂ ୧୯୭୦ ଦଶକରେ ଉପଲବ୍ଧ ହୋଇଥିଲା । [] []

  1. 1 2 3 4 5 6 7 8 9 10 11 12 Palatnick, Wesley (September 2020). "Calcium-Channel Blocker, Beta Blocker, and Digoxin Toxicity Management Strategies". www.ebmedicine.net (in ଇଂରାଜୀ). Archived from the original on 14 May 2014. Retrieved 27 December 2020.
  2. 1 2 3 Khalid, MM; Galuska, MA; Hamilton, RJ (January 2020). "Beta-Blocker Toxicity". PMID 28846217. {{cite journal}}: Cite journal requires |journal= (help)
  3. Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.
  4. 1 2 Khalid, MM; Galuska, MA; Hamilton, RJ (January 2020). "Beta-Blocker Toxicity". PMID 28846217. {{cite journal}}: Cite journal requires |journal= (help)
  5. 1 2 3 4 Palatnick, Wesley (September 2020). "Calcium-Channel Blocker, Beta Blocker, and Digoxin Toxicity Management Strategies". www.ebmedicine.net (in ଇଂରାଜୀ). Archived from the original on 14 May 2014. Retrieved 27 December 2020.
  6. 1 2 Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1881. ISBN 978-0323354790.
  7. Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.