ଆକ୍ଟିଭେଟେଡ ଚାରକୋଲ

ଉଇକିପିଡ଼ିଆ‌ରୁ
ଆକ୍ଟିଭେଟେଡ ଚାରକୋଲ
ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆକ୍ଟିଭେଟେଡ ଚାରକୋଲ
Clinical data
Trade namesCharcoAid, others
AHFS/Drugs.commonograph
Routes of
administration
ପାଟିରେ, ନାସାପାକସ୍ଥଳୀ ନଳୀ
Identifiers
CAS Number
ChemSpider
  • none
ECHA InfoCard100.036.697 Edit this at Wikidata

ଆକ୍ଟିଭେଟେଡ ଚାରକୋଲ (ଇଂରାଜୀ ଭାଷାରରେ Activated charcoal, ଅନ୍ୟ ନାମ ଆକ୍ଟିଭେଟେଡ କାର୍ବନ/activated carbon, ଏକ ଔଷଧ ଯାହା ପାଟିବାଟେ ଗ୍ରହଣ କରିଥିବା ବିଷକ୍ରିୟାର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] କେତେକ ପ୍ରକାର ବିଷ ଖାଇବାର ଅଳ୍ପ ସମୟ ମଧ୍ୟରେ (ଏକ ଘଣ୍ଟା) ଏହି ଔଷଧ ଦେଲେ ପ୍ରଭାବଶାଳୀ ହୁଏ ।[୨][୧] ଏହା ସ୍ୟାନାଇଡ ବିଷକ୍ରିୟା (cyanide), କ୍ଷୟକାରୀ ପଦାର୍ଥ (corrosive agents), ଲୌହ (iron), ଲିଥିଅମ (lithium), ଆଲକୋହୋଲ (alcohol) ବା ମାଲାଥିଅନ (malathion) ଇତ୍ୟାଦିର ବିଷକ୍ରିୟାରେ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ ।[୨] ଏହା ପାଟିରେ ଖାଇବାକୁ ଦିଆଯାଏ ବା ନାସାପାକସ୍ଥଳୀ ନଳୀ (nasogastric tube) ମାଧ୍ୟମରେ ଦିଆଯାଏ ।[୩] ହେମୋପରଫ୍ୟୁଜନ ମେସିନରେ (hemoperfusion machines) ମଧ୍ୟ ଏହା ବ୍ୟବ‌ହାର କରାଯାଏ ।[୧]

ଆକ୍ଟିଭେଟେଡ ଚାରକୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), କଳା ଝାଡ଼ା, ତରଳ ଝାଡ଼ା ଓ କୋଷ୍ଠକାଠିନ୍ୟ (constipation) ହୋଇପାରେ ।[୧] ଖାଦ୍ୟନଳୀରୁ ଏହା ଶ୍ୱାସନଳୀ ଭିତରକୁ (aspirated into the lungs) ଚାଲିଗଲା ନିମୋନିଆ ହୁଏ ।[୨][୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ ରହେ ।[୩] ଏହା ବିଷକୁ ଶୋଷିନେଇ କାର୍ଯ୍ୟକ୍ଷମ ହୁଏ ।[୧]

ପୁରାକାଳରୁ ବିଷକ୍ରିୟା ଚିକିତ୍ସାରେ ଅଙ୍ଗାର ବା ଚାରକୋଲ (charcoal) ବ୍ୟବ‌ହାର ହୋଇଆସିଛି କିନ୍ତୁ ସନ ୧୯୦୦ରୁ ଆକ୍ଟଭେଟେଡ ଚାରକୋଲ ବ୍ୟବ‌ହାର ହେଉଛି ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ୦.୪୬ରୁ ୦.୮୬ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Charcoal, Activated". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 57. ISBN 9789241547659. Retrieved 8 December 2016.
  3. ୩.୦ ୩.୧ ୩.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 469. ISBN 9781284057560.
  4. Cecen, Ferhan; Aktas, Özgür. "1". Activated Carbon for Water and Wastewater Treatment: Integration of Adsorption and Biological Treatment (in ଇଂରାଜୀ). John Wiley & Sons. ISBN 9783527639458.
  5. Tascón, J. M. D. (2012). Novel Carbon Adsorbents (in ଇଂରାଜୀ). Elsevier. p. 640. ISBN 9780080977447.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Charcoal, Activated". International Drug Price Indicator Guide. Archived from the original on 26 April 2020. Retrieved 13 August 2015.