ଚକ୍ରଧର ଶତପଥୀ
ଦେଖଣା
(Chakradhar Satapathyରୁ ଲେଉଟି ଆସିଛି)
ଚକ୍ରଧର ଶତପଥୀ | |
|---|---|
ଚକ୍ରଧର ଶତପଥିଙ୍କର କଳାବୁଦା ବଜାରରେ ଥିବା ପ୍ରତିମୂର୍ତ୍ତି | |
| ସଭ୍ୟ: ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୦୧ ମାର୍ଚ୍ଚ ୧୯୬୭ – ୨୩ ଜାନୁଆରୀ ୧୯୭୧ | |
| ପୂର୍ବ ଅଧିକାରୀ | ଲୋକନାଥ ମିଶ୍ର |
| ପର ଅଧିକାରୀ | ରାଜକିଶୋର ନାୟକ |
| ନିର୍ବାଚନ ମଣ୍ଡଳୀ | ପାଟକୁରା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଚକ୍ରଧର ଶତପଥୀ ୧ ଅକ୍ଟୋବର ୧୯୩୨ କଳାବୁଦା, କେନ୍ଦ୍ରାପଡ଼ା |
| ମୃତ୍ୟୁ | ୨୮ ମଇ ୨୦୦୬ (ବୟସ ୭୩) କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ପ୍ରଜା ସୋସାଲିଷ୍ଟ ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
| ବୃତ୍ତି | ଶିକ୍ଷକ, ରାଜିନୀତିଜ୍ଞ |
ଚକ୍ରଧର ଶତପଥୀ (୧ ଅକ୍ଟୋବର ୧୯୩୨[୧] - ୨୮ ମଇ ୨୦୦୬[୨] ) ହେଉଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ । ୧୯୬୭ ମସିହାରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ହରାଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପ୍ରଜା ସାଧାରଣ ଦଳ (Praja Socialist Party) ତରଫରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ଚକ୍ରଧର ନିଜ ବୃତ୍ତିଗତ ଜୀବନ ଶିକ୍ଷକ ଭାବେ ଆରମ୍ଭ କରିଥିଲେ ଏବଂ ୧୯୬୪ରେ ଚାକିରିରୁ ଅବସର ନେଇ ପ୍ରଜା ପାର୍ଟିରେ ଯୋଗ ଦେଇଥିଲେ । ୧୯୬୫ରେ ସେ ଗରଦପୁର ବ୍ଲକର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।[୩]
୨୦୦୬ ମସିହା ମଇ ମାସରେ ନିଜ ଗାଁ କଳାବୁଦାରେ ଥିଲାବେଳେ ଚକ୍ରଧର ଅସୁସ୍ଥତା କାରଣରୁ କଳିଙ୍ଗ ହସ୍ପିଟାଲରେ ଦାଖଲ ହୋଇଥିଲେ ଏବଂ ସେଠାରେ ମୃତ୍ୟୁବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ "Chakradhar Satpathy | MLA Profile". ମୋ ଓଡ଼ିଶା. Retrieved 21 February 2017.[permanent dead link]
- ↑ "Former Orissa MLA C Satapathy dies". ହିନ୍ଦୁସ୍ଥାନ ଟାଇମ୍ସ. Retrieved 21 February 2017.
- ↑ "Veteran Orissa leader dies at 76" (PDF) (in ଇଂରାଜୀ). Indiaenews. Retrieved 18 November 2011.[permanent dead link]
- ↑ "Orissa leader dies at 76" (in ଇଂରାଜୀ). nerve.in. 28 May 2006. Archived from the original on 4 June 2012. Retrieved 18 November 2011.