ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

ଉଇକିପିଡ଼ିଆ ରୁ
(Board of Secondary Education, Odisha ରୁ ଲେଉଟି ଆସିଛି)
Jump to navigation Jump to search
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ଗଠନନଭେମ୍ବର 3, 1955 (1955-11-03)
ପ୍ରକାରସରକାରୀ
ମୁଖ୍ୟାଳୟକଟକ, ଓଡ଼ିଶା, ଭାରତ
ଅବସ୍ଥାନବଜ୍ରକବାଟି ରାସ୍ତା କଟକ
ସଭ୍ୟପଦ89
ମୁଖ୍ୟ ଭାଷାଓଡ଼ିଆ & ଇଂରାଜୀ
ବେବସାଇଟwww.bseodisha.nic.in

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ହେଉଛି ଓଡ଼ିଶାରେ ମାଧ୍ୟମିକ ଶିକ୍ଷାର ପ୍ରଚାର, ପ୍ରସାର ତଥା ସୁପରିଚାଳନା ପାଇଁଁ ସରକାରଙ୍କଦ୍ୱାରା ପରିଚାଳିତ ଏକ ଶୈକ୍ଷିକ ସଂସ୍ଥା ।

ଇତିହାସ[ସମ୍ପାଦନା]

ଓଡ଼ିଶା ଶିକ୍ଷା ଆଇନ,୧୯୫୩(Odisha Education Act, 1953 as amended in 1979)[୧]ର ପ୍ରାବଧାନ ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ କଟକଠାରେ ୧୯୫୫ ମସିହାରେ ପ୍ରତିଷ୍ଠିତ ହେଲା । ପରିଷଦ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବା ସହିତ ପରିଷଦଦ୍ୱାରା ପରିଚାଳିତ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ବିଭାଗରେ ଶିକ୍ଷା ଦିଆଯାଇ ଛାତ୍ର/ଛାତ୍ରୀଙ୍କୁ ମହାବିଧ୍ୟାଳୟ ଶିକ୍ଷା ପାଇଁଁ ପ୍ରସ୍ତୁତ କରାଯାଏ ।

କାର୍ଯ୍ୟ ସୂଚୀ[ସମ୍ପାଦନା]

ପରିଷଦ ଓଡ଼ିଶାରେ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ନିମିତ୍ତ ପାଠ୍ୟ ବହି ତଥା ପାଠ୍ୟ ଖସଡା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ଗୁଡିକୁ ସରକାରୀ ସ୍ୱୀକୃତୀ ଦିଏ । ଏହାର ନିଜସ୍ୱ ମୁଖ୍ୟ କାର୍ଯ୍ୟାଳୟ କ୍ୟାମ୍ପସ୍‌ ମଧ୍ୟରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ ଏହି ପରିଷଦଦ୍ୱାରା ପରିଚାଳିତ । ଏହାଛଡା ପରିଷଦ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମଧ୍ୟମା ପରୀକ୍ଷା, ଓଡ଼ିଶା ଶିକ୍ଷକ ଯୋଗ୍ୟତା(OTET) ପରୀକ୍ଷା, ଶିକ୍ଷକ ତାଲିମ ପରୀକ୍ଷା ତଥା ପରିଷଦଦ୍ୱାରା ସ୍ୱୀକୃତ ଅନ୍ୟାନ୍ୟ ପରୀକ୍ଷା ପରିଚାଳନା କରେ ।

ଆଞ୍ଚଳିକ କାର୍ଯ୍ୟାଳୟ[ସମ୍ପାଦନା]

ପରିଷଦର କେନ୍ଦ୍ରୀୟ ଜୋନ କଟକ ବ୍ୟତୀତ ପରିଷଦ ଅଧୀନରେ ୬ଟି ଜୋନାଲ୍ କାର୍ଯ୍ୟାଳୟ ଯଥା; ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁରଠାରେ କାର୍ଯ୍ୟ କରୁଅଛି ।[୨]

ବାହାର ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Orissa Secondary Education ACT 1953". Retrieved 29 May 2017.
  2. "Zone Offices". Retrieved 29 May 2017.