Jump to content

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

ଉଇକିପିଡ଼ିଆ‌ରୁ
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ସ୍ଥାପନାନଭେମ୍ବର 3, 1955 (1955-11-03)
ପ୍ରକାରସରକାରୀ
ମୁଖ୍ୟାଳୟକଟକ, ଓଡ଼ିଶା, ଭାରତ
ଅବସ୍ଥାନବଜ୍ରକବାଟି ରାସ୍ତା କଟକ
ସଭ୍ୟପଦ89
ମୁଖ୍ୟ ଭାଷାଓଡ଼ିଆ & ଇଂରାଜୀ
ସଭାପତିଶ୍ରୀଯୁକ୍ତ ଶ୍ରୀକାନ୍ତ ତରାଇ, OAS (SS)
ଉପ-ସଭାପତିଡ଼. ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନ୍ତି, OES (SAG)
ସଚ଼ିବଶ୍ରୀମତୀ ମଞ୍ଜୁଲତା ମଲ୍ଲିକ୍
ମନ୍ତ୍ରୀଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ
ମୂଳ ସଙ୍ଗଠନବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର
ୱେବ୍‌ସାଇଟwww.bseodisha.nic.in

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ହେଉଛି ଓଡ଼ିଶାରେ ମାଧ୍ୟମିକ ଶିକ୍ଷାର ପ୍ରଚାର, ପ୍ରସାର ତଥା ସୁପରିଚାଳନା ପାଇଁଁ ସରକାରଙ୍କଦ୍ୱାରା ପରିଚାଳିତ ଏକ ଶୈକ୍ଷିକ ସଂସ୍ଥା ।

ଇତିହାସ

[ସମ୍ପାଦନା]

ଓଡ଼ିଶା ଶିକ୍ଷା ଆଇନ,୧୯୫୩(Odisha Education Act, 1953 as amended in 1979)[] ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ କଟକଠାରେ ୧୯୫୫ ମସିହାରେ ପ୍ରତିଷ୍ଠିତ ହେଲା । ପରିଷଦ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିଥାଏ ଓ ପରିଷଦଦ୍ୱାରା ପରିଚାଳିତ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ବିଭାଗରେ ଶିକ୍ଷା ଦିଆଯାଇ ଛାତ୍ର/ଛାତ୍ରୀଙ୍କୁ ମହାବିଦ୍ୟାଳୟ ଶିକ୍ଷା ପାଇଁଁ ପ୍ରସ୍ତୁତ କରାଯାଏ ।

କାର୍ଯ୍ୟସୂଚୀ

[ସମ୍ପାଦନା]

ପରିଷଦ ଓଡ଼ିଶାରେ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ନିମିତ୍ତ ପାଠ୍ୟପୁସ୍ତକ ତଥା ପାଠ୍ୟ-ଖସଡ଼ା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ଗୁଡିକୁ ସରକାରୀ ସ୍ୱୀକୃତି ପ୍ରଦାନ କରେ । ଏହାର ନିଜସ୍ୱ ମୁଖ୍ୟ କାର୍ଯ୍ୟାଳୟ କ୍ୟାମ୍ପସ୍‌ ମଧ୍ୟରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ ଏହି ପରିଷଦଦ୍ୱାରା ପରିଚାଳିତ । ଏହାଛଡା ପରିଷଦ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମଧ୍ୟମା ପରୀକ୍ଷା, ପ୍ରଥମା ପରୀକ୍ଷା, ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET), ଶିକ୍ଷକ ତାଲିମ ପରୀକ୍ଷା ତଥା ପରିଷଦଦ୍ୱାରା ସ୍ୱୀକୃତ ଅନ୍ୟାନ୍ୟ ପରୀକ୍ଷା ତଥା ବିଭିନ୍ନ ମେଧାବୃତ୍ତି ପରୀକ୍ଷା ପରିଚାଳନା କରିଥାଏ ।

ପାଠ୍ୟକ୍ରମ

[ସମ୍ପାଦନା]

ପରିଷଦ ଓଡ଼ିଶାର ବିଭିନ୍ନ୍ନ ବିଦ୍ୟାଳୟମାନଙ୍କରେ ବିଭିନ୍ନ ଭାଷା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ନିମିତ୍ତ ବ୍ୟବସ୍ଥା ଗ୍ରହଣ କରିଛି ।

ଆଞ୍ଚଳିକ କାର୍ଯ୍ୟାଳୟ

[ସମ୍ପାଦନା]

ପରିଷଦର କେନ୍ଦ୍ରୀୟ ଜୋନ କଟକ ବ୍ୟତୀତ ପରିଷଦ ଅଧୀନରେ ୬ଟି ଜୋନାଲ୍ କାର୍ଯ୍ୟାଳୟ ଯଥା; ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁରଠାରେ କାର୍ଯ୍ୟ କରୁଅଛି ।[]

ବାହାର ଲିଙ୍କ

[ସମ୍ପାଦନା]
  1. "The Orissa Secondary Education ACT 1953". Archived from the original on 6 June 2017. Retrieved 29 May 2017.
  2. "Zone Offices". Archived from the original on 6 June 2017. Retrieved 29 May 2017.