ବଳଭଦ୍ର ମାଝି

ଉଇକିପିଡ଼ିଆ‌ରୁ
(Balabhadra Majhi (1964 birth)ରୁ ଲେଉଟି ଆସିଛି)
ବଳଭଦ୍ର ମାଝି
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଶିବାଜୀ ମାଝି
ପର ଅଧିକାରୀପ୍ରଦୀପ କୁମାର ଦିଶାରୀ
ନିର୍ବାଚନ ମଣ୍ଡଳୀଲାଞ୍ଜିଗଡ଼
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୯
ପୂର୍ବ ଅଧିକାରୀକୁମରମଣି ଶବର
ପର ଅଧିକାରୀଭୂପିନ୍ଦର ସିଂହ
ନିର୍ବାଚନ ମଣ୍ଡଳୀନର୍ଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-06-02) ୨ ଜୁନ ୧୯୬୪ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଶ୍ରୀମତି ମାଝି
ବାପା/ବୋଉଶ୍ରବଣୁ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ବଳଭଦ୍ର ମାଝି (ଜନ୍ମ: ୨ ଜୁନ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନର୍ଲାଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବଳଭଦ୍ର ମାଝି ୧୯୬୪ ମସିହାର ଜୁନ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରବଣୁ ମାଝି ଓ ପତ୍ନୀଙ୍କ ନାମ ଶ୍ରୀମତି ମାଝି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବଳଭଦ୍ର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବିଜୁ ଜନତା ଦଳର ଗଠନ ସମୟରେ ତାଙ୍କର ମଧ୍ୟ କିଛି ଭୂମିକା ଥିଲା ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହାଯାଏଁ ୧୨ଶ ଓଡ଼ିଶା ବିଧାନ ସଭାରେ ଓ ୨୦୦୪ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ୧୩ଶ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ।[୧]

୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କଠାରୁ ୨୪,୮୯୫ ଖଣ୍ଡ ଅଧିକ ଭୋଟ ପାଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶିବାଜୀ ମାଝିଙ୍କଠାରୁ ୩,୦୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ନର୍ଲା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ନର୍ଲା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ନର୍ଲା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ନର୍ଲା ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଲାଞ୍ଜିଗଡ଼ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Balabhadra Majhi". odishaassembly.nic.in. Odisha Assembly. Retrieved 31 May 2021.
  2. "Will not quit BJD, says Odisha MLA Balabhadra Majhi after denied ticket | Sambad English". Sambad English (in English). Bhubaneswar: sambadenglish.com. 25 March 2019. Retrieved 31 May 2021.{{cite news}}: CS1 maint: unrecognized language (link)
  3. ୩.୦ ୩.୧ Giri, Smruti Sangita (11 April 2019). "ଲାଞ୍ଜିଗଡ଼ର 'ଗଡ଼' ହାତେଇବ କିଏ ?". Kanak News (in ଓଡ଼ିଆ). kanaknews.com. Archived from the original on 25 October 2020. Retrieved 31 May 2021.{{cite news}}: CS1 maint: unrecognized language (link)