ଶିବାଜୀ ମାଝି
ଶିବାଜୀ ମାଝି | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପର ଅଧିକାରୀ | ବଳଭଦ୍ର ମାଝି |
ନିର୍ବାଚନ ମଣ୍ଡଳୀ | ଲାଞ୍ଜିଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅପ୍ରେଲ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରୂପା ମାଝି |
ବାପା/ବୋଉ | ନୃସିଂହ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶିବାଜୀ ମାଝି (ଜନ୍ମ: ୧ ଅପ୍ରେଲ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
' ଜନ୍ମ, ପରିବାର ଓ ଶିକ୍ଷା ' ଶିବାଜୀ ମାଝି ୧୯୭୨ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ମାଝି ଓ ପତ୍ନୀଙ୍କ ନାମ ରୂପା ମାଝି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶିବାଜୀ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୩୮ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବଳଭଦ୍ର ମାଝିଙ୍କୁ ୩,୦୩୯ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ କଂଗ୍ରେସର ପ୍ରାର୍ଥୀ ଭାବରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୮,୧୦୫ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ୧୪,୩୦୮ ଖଣ୍ଡ ଭୋଟ୍ରେ ବିଜେଡିର ପ୍ରଦୀପ କୁମାର ଦିଶାରୀଙ୍କଠାରୁ ପରାସ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Shibaji Majhi". odishaassembly.nic.in. Odisha Assembly. Retrieved 7 June 2021.
- ↑ ୨.୦ ୨.୧ "Lanjigarh Assembly Election Results 2019 Live: Lanjigarh Constituency (Seat) Election Results, Live News". News18. Retrieved 8 June 2021.
- ↑ Giri, Smruti Sangita (11 April 2019). "ଲାଞ୍ଜିଗଡ଼ର 'ଗଡ଼' ହାତେଇବ କିଏ ?". Kanak News (in ଓଡ଼ିଆ). kanaknews.com. Archived from the original on 25 October 2020. Retrieved 31 May 2021.
{{cite news}}
: CS1 maint: unrecognized language (link)