ବଳଭଦ୍ର ମାଝି
ବଳଭଦ୍ର ମାଝି | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଶିବାଜୀ ମାଝି |
ପର ଅଧିକାରୀ | ପ୍ରଦୀପ କୁମାର ଦିଶାରୀ |
ନିର୍ବାଚନ ମଣ୍ଡଳୀ | ଲାଞ୍ଜିଗଡ଼ |
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୯ | |
ପୂର୍ବ ଅଧିକାରୀ | କୁମରମଣି ଶବର |
ପର ଅଧିକାରୀ | ଭୂପିନ୍ଦର ସିଂହ |
ନିର୍ବାଚନ ମଣ୍ଡଳୀ | ନର୍ଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଜୁନ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ଶ୍ରୀମତି ମାଝି |
ବାପା/ବୋଉ | ଶ୍ରବଣୁ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବଳଭଦ୍ର ମାଝି (ଜନ୍ମ: ୨ ଜୁନ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନର୍ଲା ଓ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବଳଭଦ୍ର ମାଝି ୧୯୬୪ ମସିହାର ଜୁନ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରବଣୁ ମାଝି ଓ ପତ୍ନୀଙ୍କ ନାମ ଶ୍ରୀମତି ମାଝି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବଳଭଦ୍ର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବିଜୁ ଜନତା ଦଳର ଗଠନ ସମୟରେ ତାଙ୍କର ମଧ୍ୟ କିଛି ଭୂମିକା ଥିଲା ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହାଯାଏଁ ୧୨ଶ ଓଡ଼ିଶା ବିଧାନ ସଭାରେ ଓ ୨୦୦୪ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ୧୩ଶ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ।[୧]
୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କଠାରୁ ୨୪,୮୯୫ ଖଣ୍ଡ ଅଧିକ ଭୋଟ ପାଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶିବାଜୀ ମାଝିଙ୍କଠାରୁ ୩,୦୩୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ନର୍ଲା | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ନର୍ଲା | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ନର୍ଲା | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ନର୍ଲା | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଲାଞ୍ଜିଗଡ଼ | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Balabhadra Majhi". odishaassembly.nic.in. Odisha Assembly. Retrieved 31 May 2021.
- ↑ "Will not quit BJD, says Odisha MLA Balabhadra Majhi after denied ticket | Sambad English". Sambad English (in English). Bhubaneswar: sambadenglish.com. 25 March 2019. Retrieved 31 May 2021.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ Giri, Smruti Sangita (11 April 2019). "ଲାଞ୍ଜିଗଡ଼ର 'ଗଡ଼' ହାତେଇବ କିଏ ?". Kanak News (in ଓଡ଼ିଆ). kanaknews.com. Archived from the original on 25 October 2020. Retrieved 31 May 2021.
{{cite news}}
: CS1 maint: unrecognized language (link)