Jump to content

ଅପ୍ରେଲ ୨୦୧୫ ନେପାଳ ଭୂମିକମ୍ପ

ଉଇକିପିଡ଼ିଆ‌ରୁ
(April 2015 Nepal earthquakeରୁ ଲେଉଟି ଆସିଛି)

ଏପ୍ରିଲ୍ ୨୦୧୫ରେ ନେପାଳରେ ହୋଇଥିବା ଭୂମିକମ୍ପରେ (ଗୋରଖା ଭୂକମ୍ପ ମଧ୍ୟ କୁହାଯାଏ)[] ନେପାଳ, ଭାରତ, ଚୀନ୍ ଏବଂ ବାଂଲାଦେଶରେ ୮୯୬୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୧,୯୫୨ ଜଣ ଆହତ ହୋଇଥିଲେ । ଏହା ୨୫ ଏପ୍ରିଲ ୨୦୧୫ ଶନିବାର ଦିନ ନେପାଳ ଷ୍ଟାଣ୍ଡାର୍ଡ ଟାଇମ୍ ୧୧:୫୬ ମିନିଟରେ ଘଟିଥିଲା, ଯାହାର ତୀବ୍ରତା ରୀକ୍ଟର ସ୍କେଲରେ ୭.୮Mw କିମ୍ବା ୮.୧Ms ଥିଲା |[] ଏହାର ଭୂକମ୍ପ କେନ୍ଦ୍ର ବା ଏପିସେଣ୍ଟର ଗୋରଖା ଜିଲ୍ଲାର ପୂର୍ବରେ ବାରପାକରେ, କେନ୍ଦ୍ରୀୟ କାଠମାଣ୍ଡୁର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୮୫ କିଲୋମିଟର (୫୩ ମାଇଲ) ଏବଂ ଏହାର ହାଇପୋସେଣ୍ଟର୍ ପ୍ରାୟ ୮.୨ କିଲୋମିଟର (୫.୧ ମାଇଲ୍) ଗଭୀରରେ ଥିଲା । ୧୯୩୪ ମସିହାରେ ଘଟିଥିବା ନେପାଳ - ଭାରତ ଭୂକମ୍ପ ପରେ ଏହା ନେପାଳରେ ଘଟିଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ।[] ନେପାଳର ରାଜଧାନୀ କାଠମାଣ୍ଡୁରେ ରେକର୍ଡ ହୋଇଥିବା ଭୂପୃଷ୍ଠ ଚଳନ ତୀବ୍ରତା ଅପେକ୍ଷାକୃତ କମ ଥିଲା, ଏବଂ ଏହି ସମୟରେ ଗ୍ରାମାଞ୍ଚଳର ଅନେକ ଲୋକ ବାହାରେ କାମ କରୁଥିବାରୁ ଧନଜୀବନ ହାନୀ ଅପେକ୍ଷାକୃତ କମ୍‌ ହୋଇଥିଲା ।[] ଏହି ପ୍ରାକୃତିକ ଦୁର୍ବିପାକରେ ଲଳିତପୁରସ୍ଥିତ ପାଟଣ ଦରବାର ସ୍କୋୟାର ବହୁ କ୍ଷତିଗ୍ରସ୍ତ ହୋଇଥିଲା ।

ପ୍ରାରମ୍ଭ

[ସମ୍ପାଦନା]
Map of the earthquake and aftershocks at 12 May, showing location of major historical earthquakes

ଏହି ଭୂକମ୍ପର ଉତ୍ପତ୍ତି ନେପାଳର ପ୍ରାୟ ୩୪ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ଲାମଜୁଙ୍ଗ ସହର ନିକଟବର୍ତ୍ତୀ ଏବଂ ସେଠାରେ ଏହି ଭୂକମ୍ପର କେନ୍ଦ୍ରର ଗଭୀରତା ପ୍ରାୟ ୯ କିଲୋମିଟର ଥିଲା ।[] ଏହାର ପ୍ରାରମ୍ଭିକ ତୀବ୍ରତା ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ରଦ୍ୱାରା ୮.୧ ମାନକରେ ମାପ କରାଯାଇଥିଲା | ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣଦ୍ୱାରା ଏହାର ତୀବ୍ରତା ୭.୫, ଏବଂ ତାପରେ ୭.୯ ରିକ୍ଟରରେ ମାପ କରାଯାଇଥିଲା | ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ନେପାଳର କାଠମାଣ୍ଡୁଠାରୁ ୮୦ କିଲୋମିଟର ଦୂରରେ ଦୁଇଟି ଉଚ୍ଚ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଥମଟିର ତୀବ୍ରତା ଥିଲା ରିକ୍ଟର ମାନକରେ 7.9 ରିକ୍ଟର ଏବଂ ଦ୍ୱିତୀୟଟି ୬.୬ ରିକ୍ଟର । ଏହି ଭୂକମ୍ପର କେନ୍ଦ୍ରସ୍ଥଳର ନିକଟତମ ସହର ଥିଲା ନେପାଳର ୩୫ କିଲୋମିଟର ଦୂରରେ ଥିବା ଭରତପୁର । ଯେତେବେଳେ ଭୂକମ୍ପ ଘଟିଲା; ସେହି ସମୟରେ ଶହ ଶହ ପର୍ବତାରୋହୀ ଏଭରେଷ୍ଟ ପର୍ବତ ଉପରକୁ ଚଢୁଥିଲେ । ଭୂକମ୍ପରେ ପ୍ରବଳ କମ୍ପନ ହେତୁ ବରଫର ସ୍ଖଳନ ହୋଇ ବିଶାଳ ସ୍ତର ଖସିବା ଆରମ୍ଭ ହେଲା ଯେଉଁଥିରେ ୧୭ରୁ ଅଧିକ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏତଦ୍‌ବ୍ୟତୀତ ଏଭରେଷ୍ଟର ବେସ୍ କ୍ୟାମ୍ପ ନଷ୍ଟ ହୋଇଯାଇଥିଲା ଏବଂ ୩୭ରୁ ଅଧିକ ଲୋକ ଆହତ ହୋଇଥିଲେ ।

ତୀବ୍ରତା

[ସମ୍ପାଦନା]

USGS ୱେବସାଇଟ୍ ଅନୁଯାୟୀ, ଏହାର ତୀବ୍ରତା VIII ପର୍ଯ୍ୟାୟ (ଗୁରୁତର) ଥିଲା, ତଥାପି କେତେକ ରିପୋର୍ଟରେ X ପର୍ଯ୍ୟାୟ (Extreme) କିମ୍ବା ତାଠାରୁ ଅଧିକ ତୀବ୍ରତା ଦର୍ଶାଯାଇଥିଲା | କାଠମାଣ୍ଡୁର ଅଧିକାଂଶ ସ୍ଥାନରେ ତୀବ୍ରତା VIII-IX ପର୍ଯ୍ୟାୟ ଥିଲା । ଏହି ଭୂକମ୍ପର ଝଟକା ପଡୋଶୀ ଭାରତୀୟ ରାଜ୍ୟ ବିହାର, ଉତ୍ତରପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ, ଝାଡଖଣ୍ଡ, ଉତ୍ତରାଖଣ୍ଡ, ଗୁଜରାଟ, ନୂଆଦିଲ୍ଲୀ ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଉତ୍ତର ବିହାରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଓଡ଼ିଶାର କିଛି ଅଂଶରୁ ମଧ୍ୟ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଦକ୍ଷିଣ କେରଳର କୋଚି ପର୍ଯ୍ୟନ୍ତ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ କମ୍ପନ ଅନୁଭୂତ ହୋଇଥିଲା । ପାଟନାରେ ତୀବ୍ରତା V ପର୍ଯ୍ୟାୟ (ମଧ୍ୟମ) ଥିଲା । ଦକ୍ଷିଣ-ପଶ୍ଚିମ ଚୀନ୍‌ରେ ମଧ୍ୟ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳଠାରୁ ଆରମ୍ଭ କରି ଚେଙ୍ଗଡୁ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏପରିକି ପାକିସ୍ତାନ[] ଏବଂ ଭୁଟାନରେ ମଧ୍ୟ ଏହି ସମୟରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା .।

ଉଦ୍ଧାର କାର୍ଯ୍ୟ

[ସମ୍ପାଦନା]

ନେପାଳ ସେନାର ପ୍ରାୟ ଶତକଡା ନବେଭାଗ ସୈନିକଙ୍କୁ ଉଦ୍ଧାର କାର୍ଯ୍ୟରେ (ଅପରେସନ୍ ସଙ୍କଟ ମୋଚନ) ନିୟୋଜିତ କରି ଭୂକମ୍ପ ଭୂକମ୍ପଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଥିଲା । ଏହାଛଡା ସ୍ୱେଚ୍ଛସେବୀମାନେ ଦେଶର ଅନ୍ୟାନ୍ୟ ସ୍ଥାନରୁ ଏକତ୍ରିତ ହୋଇ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ । ବୃଷ୍ଟିପାତ ଏବଂ ଭୂକମ୍ପ ପରର ଝଟକା ଉଦ୍ଧାର କାର୍ଯ୍ୟକୁ ଜଟିଳ କରୁଥିଲା । ରାସ୍ତା କ୍ଷତିଗ୍ରସ୍ତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ତ୍ୱରିତ ଉଦ୍ଧାର କାର୍ଯ୍ୟପାଇଁ ଏହା ଏକ ବଡ ଆହ୍ୱାନ ସୃଷ୍ଟି କରିଥିଲା । ଭୂକମ୍ପ ପରେ ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ଧ୍ୱସସ୍ତୁପରୁ ବଞ୍ଚିଥିବା ଲୋକଙ୍କୁ ଉଦ୍ଧର କରାଯାଇଥିଲା ।[][][][୧୦]

  1. "Is this the 'Big Himalayan Quake' we feared?". The Times of India. 2015-04-26. ISSN 0971-8257. Retrieved 2024-11-26.
  2. earthquake.usgs.gov https://earthquake.usgs.gov/earthquakes/eventpage/us20002926/executive. Retrieved 2024-11-26. {{cite web}}: Missing or empty |title= (help)
  3. Team, DNA Web. "Nepal earthquake: Eerie reminder of 1934 tragedy". DNA India (in ଇଂରାଜୀ). Retrieved 2024-11-26.
  4. Parajuli, Rishi Ram; Kiyono, Junji (2015-11-18). "Ground Motion Characteristics of the 2015 Gorkha Earthquake, Survey of Damage to Stone Masonry Structures and Structural Field Tests". Frontiers in Built Environment (in English). 1. doi:10.3389/fbuil.2015.00023. ISSN 2297-3362.{{cite journal}}: CS1 maint: unflagged free DOI (link) CS1 maint: unrecognized language (link)
  5. "Nepal toll rises after worst quake in decades". Al Jazeera (in ଇଂରାଜୀ). Retrieved 2024-11-26.
  6. Kim Hjelmgaard (26 April 2015). "Nepal hit by major aftershock as search for quake survivors intensifies". USA Today. Retrieved 26 April 2015.
  7. "Survivors pulled out from rubble in Nepal" (in ଇଂରାଜୀ). 2015-05-03. {{cite journal}}: Cite journal requires |journal= (help)
  8. "Nepal Earthquake: Man Explains How He Survived in Rubble for 82 Hours". United States (US): ABC News. Associated Press. 29 April 2015. Retrieved 4 May 2015.
  9. "Four survivors pulled alive from earthquake rubble in Nepal". RTÉ News, Ireland. 3 May 2015. Retrieved 4 May 2015.
  10. Sedhai, Roshan. "Still finding survivors". ekantipur.com. Archived from the original on 5 May 2015. Retrieved 2 May 2015.