ଭୂମିକମ୍ପ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Global earthquake epicenters, 1963–1998
Global plate tectonic movement

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor ବା temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।[୧] ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍‌ମିସିଟି, ସିସ୍‌ମିଜିମ୍ କିମ୍ବା ସିସ୍‌ମିକ କ୍ରିୟା କୁହାଯାଏ ।
ଭୂମିକମ୍ପକୁ ଆମେ ସିସ୍‌ମୋମିଟର (seismometers) ଦ୍ଵାରା ମାପିଥାଉ । ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ । ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।[୨]

ପ୍ରାକୃତିକ ଭୂମିକମ୍ପ[ସମ୍ପାଦନା]

ଶୀଳାସ୍ତରୀୟ ଭୂମିକମ୍ପ (tectonic earthquake) ପୃଥିବୀର ଯେ କୌଣସି ସ୍ଥାନରେ ହୋଇପାରେ ଯେଉଁଠାରେ ଯଥେଷ୍ଟ ଇଲାସ୍ଟିକ ସ୍ଟ୍ରେନ (strain) ଏନର୍ଜି ଷ୍ଟୋର ହୋଇ ଥାଏ ଯାହା ଶୀଳା ତୃଟି ସ୍ଥାନରେ ଘୁଞ୍ଚେଇବାକୁ ସକ୍ଷମ ଥାଏ । ଏହି ସ୍ତର ପରଷ୍ପର ସ‌ହିତ ଘଷି ହୋଇଥାଆନ୍ତି ଯେ ପର୍ଯ୍ୟନ୍ତ ସ୍ତର ଗୁଡ଼ିକ ପାଲିସ୍ ଥାଏ ଓ କୌଣସି ଆବୁଡ଼ଖାବୁଡ଼ା ବା ଅନିୟମିତ‌ତା ନ ଥାଏ । ଏହି ଘଷି ହେବା ସ୍ଥାନ ଲାଖିବା-ଖସିବା ପଦ୍ଧତିରେ ଘୁଞ୍ଚି ଯାଉଥାଆନ୍ତି । କିନ୍ତୁ ଥରେ ଲାଖିରହିଗଲେ ପ୍ରବଳ ଚାପ ସୃଷ୍ଟି ହୁଏ ଓ ସେହି ଶକ୍ତି ବା ଏନର୍ଜି ଗଚ୍ଛିତ ହୋଇଥାଏ । ଏହି ପରି ଚାପ ବୃଦ୍ଧି ପ୍ରାପ୍ତ ହୋଇ ଅବଶେଷରେ ଲାଖି ନ ରହି ଘୁଞ୍ଚିବାକୁ ଆରମ୍ଭ କରନ୍ତି ଓ ଗଚ୍ଛିତ ଶକ୍ତି ନିର୍ଗତ ହୁଏ ।[୩] ବିକୀରିତ ଇଲାସ୍ଟିକ ସ୍ଟ୍ରେନ ସିସ୍‌ମିକ୍ ତରଙ୍ଗ (radiated elastic strain seismic waves), ଘର୍ଷଣ ଉତ୍ତାପ ଓ ଶୀଳା ଫାଟିବା ଇତ୍ୟାଦିଙ୍କ ମିଳିତ ପ୍ରଭାବ ଯୋଗୁ ଭୁମିକମ୍ପ ଜାତ ହୁଏ । ବର୍ଦ୍ଧିଷ୍ଣୁ ଚାପ ଓ ଭୂମିକମ୍ପ ଫେଲ୍‌ହେବାକୁ ଇଲାସ୍ଟିକ ରିବାଉଣ୍ଡ ଥିଓରି କୁହାଯାଏ । ହିସାବରୁ ଜଣାଯାଏ, ଗଚ୍ଛିତ ଶକ୍ତିର ୧୦ % କିମ୍ବା ତା'ଠାରୁ କମ୍ ଶକ୍ତି ଭୂମିକମ୍ପରେ ବିକୀରିତ ସିସ୍‌ମିକ୍ ଶକ୍ତି ଆକାରରେ ବାହାରେ । ଭୂମିକମ୍ପ ଶକ୍ତିର ଅଧିକାଂଶ ଭାଗ ଭୂକମ୍ପ ଭଗ୍ନ ବୃଦ୍ଧିରେ ଲାଗେ ବା ଘର୍ଷଣ ଯୋଗୁ ଉତ୍ତାପ ଜାତ ହୁଏ । ଅତଏବ ଭୂମିକମ୍ପ ପୃଥିବୀର ଉପଲବ୍‌ଧ ପୋଟେନ୍‌ସିଆଲ ଶକ୍ତି କମାଏ ଓ ଉତ୍ତାପ ବଢ଼ାଏ ଯଦିଓ ଏହି ପରିବର୍ତ୍ତନ ପୃଥିବୀର ଅଭ୍ୟନ୍ତରରୁ ଜାତ କଣ୍ଡକ୍ଟିଭ୍ ଓ କନ୍‌ଭେକ୍‌ଟିଭ ଉତ୍ତାପ ପ୍ରବାହ ଅପେକ୍ଷା ନ‌ଗନ୍ୟ ।[୪]


ଆଧାର[ସମ୍ପାଦନା]

  1. "Why Do Earthquakes Happen?". UPSeis. http://www.geo.mtu.edu/UPSeis/why.html. Retrieved 28/04/2015. 
  2. "Earthquake FAQ". Crustal.ucsb.edu. http://www.crustal.ucsb.edu/outreach/faq.php. Retrieved 2011-07-24. 
  3. Ohnaka, M. (2013). The Physics of Rock Failure and Earthquakes. Cambridge University Press. p. 148. ISBN 9781107355330. 
  4. Spence, William; S. A. Sipkin (1989). "Measuring the Size of an Earthquake". United States Geological Survey. http://earthquake.usgs.gov/learning/topics/measure.php. Retrieved 2006-11-03. 

ବାହାର କଡ଼ି[ସମ୍ପାଦନା]