ଅପ୍ରେଲ ୨୦୧୫ ନେପାଳ ଭୂମିକମ୍ପ
ଏପ୍ରିଲ୍ ୨୦୧୫ରେ ନେପାଳରେ ହୋଇଥିବା ଭୂମିକମ୍ପରେ (ଗୋରଖା ଭୂକମ୍ପ ମଧ୍ୟ କୁହାଯାଏ)[୧] ନେପାଳ, ଭାରତ, ଚୀନ୍ ଏବଂ ବାଂଲାଦେଶରେ ୮୯୬୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୧,୯୫୨ ଜଣ ଆହତ ହୋଇଥିଲେ । ଏହା ୨୫ ଏପ୍ରିଲ ୨୦୧୫ ଶନିବାର ଦିନ ନେପାଳ ଷ୍ଟାଣ୍ଡାର୍ଡ ଟାଇମ୍ ୧୧:୫୬ ମିନିଟରେ ଘଟିଥିଲା, ଯାହାର ତୀବ୍ରତା ରୀକ୍ଟର ସ୍କେଲରେ ୭.୮Mw କିମ୍ବା ୮.୧Ms ଥିଲା |[୨] ଏହାର ଭୂକମ୍ପ କେନ୍ଦ୍ର ବା ଏପିସେଣ୍ଟର ଗୋରଖା ଜିଲ୍ଲାର ପୂର୍ବରେ ବାରପାକରେ, କେନ୍ଦ୍ରୀୟ କାଠମାଣ୍ଡୁର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୮୫ କିଲୋମିଟର (୫୩ ମାଇଲ) ଏବଂ ଏହାର ହାଇପୋସେଣ୍ଟର୍ ପ୍ରାୟ ୮.୨ କିଲୋମିଟର (୫.୧ ମାଇଲ୍) ଗଭୀରରେ ଥିଲା । ୧୯୩୪ ମସିହାରେ ଘଟିଥିବା ନେପାଳ - ଭାରତ ଭୂକମ୍ପ ପରେ ଏହା ନେପାଳରେ ଘଟିଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ।[୩] ନେପାଳର ରାଜଧାନୀ କାଠମାଣ୍ଡୁରେ ରେକର୍ଡ ହୋଇଥିବା ଭୂପୃଷ୍ଠ ଚଳନ ତୀବ୍ରତା ଅପେକ୍ଷାକୃତ କମ ଥିଲା, ଏବଂ ଏହି ସମୟରେ ଗ୍ରାମାଞ୍ଚଳର ଅନେକ ଲୋକ ବାହାରେ କାମ କରୁଥିବାରୁ ଧନଜୀବନ ହାନୀ ଅପେକ୍ଷାକୃତ କମ୍ ହୋଇଥିଲା ।[୪] ଏହି ପ୍ରାକୃତିକ ଦୁର୍ବିପାକରେ ଲଳିତପୁରସ୍ଥିତ ପାଟଣ ଦରବାର ସ୍କୋୟାର ବହୁ କ୍ଷତିଗ୍ରସ୍ତ ହୋଇଥିଲା ।
ପ୍ରାରମ୍ଭ
[ସମ୍ପାଦନା]ଏହି ଭୂକମ୍ପର ଉତ୍ପତ୍ତି ନେପାଳର ପ୍ରାୟ ୩୪ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ଲାମଜୁଙ୍ଗ ସହର ନିକଟବର୍ତ୍ତୀ ଏବଂ ସେଠାରେ ଏହି ଭୂକମ୍ପର କେନ୍ଦ୍ରର ଗଭୀରତା ପ୍ରାୟ ୯ କିଲୋମିଟର ଥିଲା ।[୫] ଏହାର ପ୍ରାରମ୍ଭିକ ତୀବ୍ରତା ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ରଦ୍ୱାରା ୮.୧ ମାନକରେ ମାପ କରାଯାଇଥିଲା | ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣଦ୍ୱାରା ଏହାର ତୀବ୍ରତା ୭.୫, ଏବଂ ତାପରେ ୭.୯ ରିକ୍ଟରରେ ମାପ କରାଯାଇଥିଲା | ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ନେପାଳର କାଠମାଣ୍ଡୁଠାରୁ ୮୦ କିଲୋମିଟର ଦୂରରେ ଦୁଇଟି ଉଚ୍ଚ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଥମଟିର ତୀବ୍ରତା ଥିଲା ରିକ୍ଟର ମାନକରେ 7.9 ରିକ୍ଟର ଏବଂ ଦ୍ୱିତୀୟଟି ୬.୬ ରିକ୍ଟର । ଏହି ଭୂକମ୍ପର କେନ୍ଦ୍ରସ୍ଥଳର ନିକଟତମ ସହର ଥିଲା ନେପାଳର ୩୫ କିଲୋମିଟର ଦୂରରେ ଥିବା ଭରତପୁର । ଯେତେବେଳେ ଭୂକମ୍ପ ଘଟିଲା; ସେହି ସମୟରେ ଶହ ଶହ ପର୍ବତାରୋହୀ ଏଭରେଷ୍ଟ ପର୍ବତ ଉପରକୁ ଚଢୁଥିଲେ । ଭୂକମ୍ପରେ ପ୍ରବଳ କମ୍ପନ ହେତୁ ବରଫର ସ୍ଖଳନ ହୋଇ ବିଶାଳ ସ୍ତର ଖସିବା ଆରମ୍ଭ ହେଲା ଯେଉଁଥିରେ ୧୭ରୁ ଅଧିକ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏତଦ୍ବ୍ୟତୀତ ଏଭରେଷ୍ଟର ବେସ୍ କ୍ୟାମ୍ପ ନଷ୍ଟ ହୋଇଯାଇଥିଲା ଏବଂ ୩୭ରୁ ଅଧିକ ଲୋକ ଆହତ ହୋଇଥିଲେ ।
ତୀବ୍ରତା
[ସମ୍ପାଦନା]USGS ୱେବସାଇଟ୍ ଅନୁଯାୟୀ, ଏହାର ତୀବ୍ରତା VIII ପର୍ଯ୍ୟାୟ (ଗୁରୁତର) ଥିଲା, ତଥାପି କେତେକ ରିପୋର୍ଟରେ X ପର୍ଯ୍ୟାୟ (Extreme) କିମ୍ବା ତାଠାରୁ ଅଧିକ ତୀବ୍ରତା ଦର୍ଶାଯାଇଥିଲା | କାଠମାଣ୍ଡୁର ଅଧିକାଂଶ ସ୍ଥାନରେ ତୀବ୍ରତା VIII-IX ପର୍ଯ୍ୟାୟ ଥିଲା । ଏହି ଭୂକମ୍ପର ଝଟକା ପଡୋଶୀ ଭାରତୀୟ ରାଜ୍ୟ ବିହାର, ଉତ୍ତରପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ, ଝାଡଖଣ୍ଡ, ଉତ୍ତରାଖଣ୍ଡ, ଗୁଜରାଟ, ନୂଆଦିଲ୍ଲୀ ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଉତ୍ତର ବିହାରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଓଡ଼ିଶାର କିଛି ଅଂଶରୁ ମଧ୍ୟ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଦକ୍ଷିଣ କେରଳର କୋଚି ପର୍ଯ୍ୟନ୍ତ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ କମ୍ପନ ଅନୁଭୂତ ହୋଇଥିଲା । ପାଟନାରେ ତୀବ୍ରତା V ପର୍ଯ୍ୟାୟ (ମଧ୍ୟମ) ଥିଲା । ଦକ୍ଷିଣ-ପଶ୍ଚିମ ଚୀନ୍ରେ ମଧ୍ୟ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳଠାରୁ ଆରମ୍ଭ କରି ଚେଙ୍ଗଡୁ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏପରିକି ପାକିସ୍ତାନ[୬] ଏବଂ ଭୁଟାନରେ ମଧ୍ୟ ଏହି ସମୟରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା .।
ଉଦ୍ଧାର କାର୍ଯ୍ୟ
[ସମ୍ପାଦନା]ନେପାଳ ସେନାର ପ୍ରାୟ ଶତକଡା ନବେଭାଗ ସୈନିକଙ୍କୁ ଉଦ୍ଧାର କାର୍ଯ୍ୟରେ (ଅପରେସନ୍ ସଙ୍କଟ ମୋଚନ) ନିୟୋଜିତ କରି ଭୂକମ୍ପ ଭୂକମ୍ପଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଥିଲା । ଏହାଛଡା ସ୍ୱେଚ୍ଛସେବୀମାନେ ଦେଶର ଅନ୍ୟାନ୍ୟ ସ୍ଥାନରୁ ଏକତ୍ରିତ ହୋଇ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ । ବୃଷ୍ଟିପାତ ଏବଂ ଭୂକମ୍ପ ପରର ଝଟକା ଉଦ୍ଧାର କାର୍ଯ୍ୟକୁ ଜଟିଳ କରୁଥିଲା । ରାସ୍ତା କ୍ଷତିଗ୍ରସ୍ତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ତ୍ୱରିତ ଉଦ୍ଧାର କାର୍ଯ୍ୟପାଇଁ ଏହା ଏକ ବଡ ଆହ୍ୱାନ ସୃଷ୍ଟି କରିଥିଲା । ଭୂକମ୍ପ ପରେ ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ଧ୍ୱସସ୍ତୁପରୁ ବଞ୍ଚିଥିବା ଲୋକଙ୍କୁ ଉଦ୍ଧର କରାଯାଇଥିଲା ।[୭][୮][୯][୧୦]
ଆଧାର
[ସମ୍ପାଦନା]- ↑ "Is this the 'Big Himalayan Quake' we feared?". The Times of India. 2015-04-26. ISSN 0971-8257. Retrieved 2024-11-26.
- ↑ earthquake.usgs.gov https://earthquake.usgs.gov/earthquakes/eventpage/us20002926/executive. Retrieved 2024-11-26.
{{cite web}}
: Missing or empty|title=
(help) - ↑ Team, DNA Web. "Nepal earthquake: Eerie reminder of 1934 tragedy". DNA India (in ଇଂରାଜୀ). Retrieved 2024-11-26.
- ↑ Parajuli, Rishi Ram; Kiyono, Junji (2015-11-18). "Ground Motion Characteristics of the 2015 Gorkha Earthquake, Survey of Damage to Stone Masonry Structures and Structural Field Tests". Frontiers in Built Environment (in English). 1. doi:10.3389/fbuil.2015.00023. ISSN 2297-3362.
{{cite journal}}
: CS1 maint: unflagged free DOI (link) CS1 maint: unrecognized language (link) - ↑ "Nepal toll rises after worst quake in decades". Al Jazeera (in ଇଂରାଜୀ). Retrieved 2024-11-26.
- ↑ Kim Hjelmgaard (26 April 2015). "Nepal hit by major aftershock as search for quake survivors intensifies". USA Today. Retrieved 26 April 2015.
- ↑ "Survivors pulled out from rubble in Nepal" (in ଇଂରାଜୀ). 2015-05-03.
{{cite journal}}
: Cite journal requires|journal=
(help) - ↑ "Nepal Earthquake: Man Explains How He Survived in Rubble for 82 Hours". United States (US): ABC News. Associated Press. 29 April 2015. Retrieved 4 May 2015.
- ↑ "Four survivors pulled alive from earthquake rubble in Nepal". RTÉ News, Ireland. 3 May 2015. Retrieved 4 May 2015.
- ↑ Sedhai, Roshan. "Still finding survivors". ekantipur.com. Archived from the original on 5 May 2015. Retrieved 2 May 2015.