Jump to content

ସାଇନାଇଡ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ସାଇନାଇଡ ବିଷକ୍ରିୟା
ଇଂରାଜୀ ପ୍ରତିଶବ୍ଦ - cyanide toxicity, hydrocyanic acid poisoning[]
ବିଭାଗToxicology, critical care medicine
ଆଇସିଡ଼ି-୧୦T65.0
ଆଇସିଡ଼ି-୯-ସିଏମ୍989.0
ରୋଗ ଡାଟାବେସ3280
ଇ-ମେଡ଼ିସିନmed/487

ସାଇନାଇଡ ବିଷକ୍ରିୟା (ଇଂରାଜୀ ଭାଷାରେ Cyanide poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅନେକ ପ୍ରକାରର ସାଇନାଇଡ (cyanide) ସଂସ୍ପର୍ଶରେ ଆସିବା ଫଳରେ ଦେଖାଯାଏ ।[] ପ୍ରାରମ୍ଭିକ ଲକ୍ଷଣରେ ମୁଣ୍ଡବଥା, ମୁଣ୍ଡବୁଲା, ଦୃତ ହୃତ୍‌ସ୍ପନ୍ଦନ (fast heart rate), ଅଣନିଶ୍ୱାସୀ, ବାନ୍ତି ଇତ୍ୟାଦି ହୁଏ । ଏହା ପରେ ବାତ (seizures), ଧୀର ହୃତ୍‌ସ୍ପନ୍ଦନ (slow heart rate), ନିମ୍ନ ରକ୍ତଚାପ, ମୂର୍ଚ୍ଛାହୃଦ୍‌ରୋଧ (cardiac arrest) ହୁଏ । [] ଲକ୍ଷଣମାନଙ୍କ ପ୍ରାରମ୍ଭ ଅଳ୍ପ କିଛି ମିନିଟ ମଧ୍ୟରେ ହୁଏ । [][] ରୋଗୀ ବଞ୍ଚିଗଲେ ଦୀର୍ଘକାଳୀନ ସ୍ନାୟୁ ବେମାରୀ ରହିଯାଏ । []

ହାଇଡ୍ରୋଜେନ ସାଇନାଇଡ (hydrogen cyanide) ଗ୍ୟାସ ଓ ଅନେକ ସାଇନାଇଡ ଲବଣ (salts)ରେ ସାଇନାଇଡ ଥାଏ । ଘର ଅଗ୍ନିକାଣ୍ଡର (house fire) ଧୁଆଁ ପ୍ରଶ୍ୱାସରେ ଗଲେ ସାଧାରଣତଃ ଏହି ବିଷକ୍ରିୟା ସାଧିତ ହୁଏ ।[] ଧାତୁ ପଲିସ କରାଯାଉଥିବା (metal polishing) କର୍ମସ୍ଥଳୀ, କେତେକ ପୋକମାରୀ (insecticides) ଓ କେତେକ ଆପଲ ମଞ୍ଜିରେ ସମ୍ଭାବ୍ୟ ସାଇନାଇଡ ଥାଇପାରେ । [] ସାଇନାଇଡ ଥିବା ତରଳ ପଦାର୍ଥ ଚର୍ମ ମାଧ୍ୟମରେ ଅବଶୋଷିତ ହୋଇଯାଏ । [] ସାଇନାଇଡ ଆୟନଦ୍ୱାରା (ions) ଜୈବ ଶ୍ୱାସକ୍ରିୟା (cellular respiration) ଅବରୋଧ ହେବା ଫଳରେ ଦେହର ତନ୍ତୁ ଅମ୍ଳଜାନ (oxygen) ବ୍ୟବ‌ହାର କରିପାରେନି । []

ଅଧିକାଂଶ ସମୟରେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ । କୌଣସି ଲୋକର ଘର ଅଗ୍ନିକାଣ୍ଡ ପରେ ଚେତନା ଶକ୍ତି (level of consciousness) କମିଗଲେ, ରକ୍ତଚାପ କମିଲେ ବା ରକ୍ତ ଲାକ୍ଟେଟ (blood lactate) ଅଧିକ ହେଲେ ଏହି ବିଷ ପ୍ରଭାବ ଥିବା ସନ୍ଦେହ କରାଯାଏ । ରକ୍ତରେ ସାଇନାଇଡ ସ୍ତର ମାପିହୁଏ କିନ୍ତୁ ଏହା ସମୟ ସାପେକ୍ଷ । ଏହି ସ୍ତର ୦.୫–୧ ମି:ଗ୍ରା:/ଲି ଥିଲେ ସାମାନ୍ୟ, ୧–୨ ମି:ଗ୍ରା:/ଲି ଥିଲେ ମଧ୍ୟମ, ୨–୩ ମି:ଗ୍ରା:/ଲି ଥିଲେ ସାଂଘାତିକ କୁହାଯାଏ ଓ ୩ ମି:ଗ୍ରା:/ଲି ହୋଇଗଲେ ମୃତ୍ୟୁ ହୁଏ । []

ରୋଗୀକୁ ଦୂଷିତ ଉତ୍ସରୁ ଦୂରକୁ ଅଣାଯାଏ ଓ ବିସନ୍ଦୁଷିତ (decontaminate) କରାଯାଏ ।[] ସ‌ହାୟକ ଯତ୍ନ (supportive care) ଓ ୧୦୦% ଅମ୍ଳଜାନ ଦେଇ ଚିକିତ୍ସା କରାଯାଏ ।[][] ହାଇଡ୍ରୋକ୍ସିକୋବୋଲାମିନ (Hydroxocobalamin) ଏହାର ଆଣ୍ଟିଡୋଟ (antidote) କାମ କରିବା ଜଣାଯାଏ ଓ ଏହା ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ବିବେଚନା କରାଯାଏ । [][] ସୋଡ଼ିଅମ ଥାୟୋସଲଫେଟ (Sodium thiosulphate) ମଧ୍ୟ ଏଥିନିମନ୍ତେ ଦିଆଯାଏ । [] ଇତିହାସ ଅନୁସାରେ ସାଇନାଇଡ ସମୂହ ଆତ୍ମହତ୍ୟା ନିମନ୍ତେ ବ୍ୟବ‌ହୃତ ହେଉଥିଲା ଓ ନରସଂହାର (genocide) ନିମନ୍ତେ ନାଜିମାନେ ବ୍ୟବ‌ହାର କରୁଥିଲେ । []

  1. Waters, Brenda L. (2010). Handbook of Autopsy Practice (in ଇଂରାଜୀ) (4 ed.). Springer Science & Business Media. p. 427. ISBN 9781597451277.
  2. Dorland's Illustrated Medical Dictionary (in ଇଂରାଜୀ) (32 ed.). Elsevier Health Sciences. 2011. p. 1481. ISBN 1455709859.
  3. 1 2 3 4 5 6 7 8 9 Anseeuw, K; Delvau, N; Burillo-Putze, G; De Iaco, F; Geldner, G; Holmström, P; Lambert, Y; Sabbe, M (February 2013). "Cyanide poisoning by fire smoke inhalation: a European expert consensus". European journal of emergency medicine : official journal of the European Society for Emergency Medicine. 20 (1): 2–9. PMID 22828651.
  4. 1 2 3 4 5 Hamel, J (February 2011). "A review of acute cyanide poisoning with a treatment update". Critical care nurse. 31 (1): 72–81, quiz 82. PMID 21285466.
  5. "Hydrogen Cyanide - Emergency Department/Hospital Management". CHEMM. 14 January 2015. Archived from the original on 14 November 2016. Retrieved 26 October 2016.
  6. Thompson, JP; Marrs, TC (December 2012). "Hydroxocobalamin in cyanide poisoning". Clinical toxicology (Philadelphia, Pa.). 50 (10): 875–85. PMID 23163594.