ସ୍ୱରୂପ ନାୟକ
ସ୍ୱରୂପ ନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୨୭ ଅକ୍ଟୋବର ୨୦୨୩ କଟକ | (ବୟସ ୭୬)
ମୃତ୍ୟୁର କାରଣ | କର୍କଟ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଅଭିନେତା |
ବୈବାହିକ-ସାଥୀ | ନିହାରିକା ସାହୁ |
ସମ୍ପର୍କୀୟ | ସାରଦା ପ୍ରସନ୍ନ ନାୟକ (ଭାଇ) ପାର୍ବତୀ ଘୋଷ (ଭଉଣୀ) |
ପୁରସ୍କାର | ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ସ୍ୱରୂପ ନାୟକ ([suɔrupɔ najɔkɔ] (Audio file "LL-Q33810 (ori)-Sangram Keshari Senapati (Ssgapu22)-ସ୍ୱରୂପ ନାୟକ.wav " not found); ୮ ଫେବୃଆରୀ ୧୯୪୭ – ୨୭ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୧୯୬୨ ମସିହାରେ ସେ ଜଣେ ଶିଶୁ କଳାକାର ଭାବରେ ଜୟଦେବ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ହୀରାନୀଳା ଜରିଆରେ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଶ୍ରେଷ୍ଠ ସଙ୍ଗୀତକାର ଭାବରେ ସେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।
ଜନ୍ମ ଓ ପରିବାର
[ସମ୍ପାଦନା]୧୯୪୭ ମସିହାର ଫେବୃଆରୀ ୮ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ ।[୧] ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।
କଥାଚିତ୍ର ଜୀବନ
[ସମ୍ପାଦନା]ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି ।
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]- ସ୍ୱୟଂସିଦ୍ଧା, (୨୦୧୦) ସଙ୍ଗୀତକାର[୨]
- କଥାନ୍ତର, (୨୦୦୬) ସଙ୍ଗୀତକାର, ଗୀତିକାର
- ପ୍ରେମ ଋତୁ ଆସିଲାରେ, (୨୦୦୬), ସଙ୍ଗୀତକାର
- ହୀରାନୀଳା, (୧୯୮୬), ସଙ୍ଗୀତକାର ଭାବେ ପ୍ରଥମ କଥାଚିତ୍ର, ଗୀତିକାର
- ଜୟଦେବ, ୧୯୬୨ ଶିଶୁ କଳାକାର ଭାବେ ପ୍ରଥମ ଅଭିନୟ
ସମ୍ବର୍ଦ୍ଧନା ଓ ସମ୍ମାନ
[ସମ୍ପାଦନା]- ବାଇସ୍କୋପ ପୁରସ୍କାର, ୨୦୦୬[୩]
- ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ମନ ରହିଗଲା ତୁମରି ଠାରେ, କଥାନ୍ତର)
- ସମ୍ବର୍ଦ୍ଧନା, ବାଣୀଚିତ୍ର ତରଫରୁ [୪]
ମୃତ୍ୟୁ
[ସମ୍ପାଦନା]୨୦୨୩ ମସିହାର ଅକ୍ଟୋବର ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ସ୍ୱରୂପ ନାୟକ: ଅଭିନେତାରୁ ସଙ୍ଗୀତ ନିର୍ଦ୍ଦେଶକ". ଧରିତ୍ରୀ ୦୪/୦୧/୨୦୧୬, ଭୁବନେଶ୍ୱର ସଂସ୍କରଣ (ପୃଷ୍ଠା ୧୧). 4 January 2016. Retrieved 27 June 2022.
- ↑ "'Swayamsidha' runs full house amid protests". odicin.com. Archived from the original on 1 October 2020. Retrieved 4 January 2017.
- ↑ "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013.
music director Swarup Naik received the award in 2006
- ↑ Sahu, Diana. "To Akhire Mu wins best movie award". The New Indian Express. The New Indian Express. Retrieved 4 January 2017.[permanent dead link]
- ↑ Sharma, Vikash (27 October 2023). "Odia music director Swarup Nayak passes away after battle with cancer". OdishaTV (in Indian English). Archived from the original on 27 October 2023. Retrieved 27 October 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱରୂପ ନାୟକ
- odiamusic.comରେ ସ୍ୱରୂପଙ୍କ ଗୀତ ସଙ୍ଗୀତ Archived 2011-10-25 at the Wayback Machine.[