Jump to content

ସିଗୁଆଟେରା ମାଛ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
Ciguatera fish poisoning
Ciguatera, ciguatera food poisoning
Chemical structure of ciguatoxin
ଲକ୍ଷଣDiarrhea, vomiting, numbness, itchiness, sensitivity to hot and cold, dizziness, weakness[][]
ଆକ୍ରାନ୍ତ ସମୟ30 min to 2 days[]
ଅବଧିFew weeks to months[]
କାରଣCiguatoxin and maitotoxin within certain reef fish[]
ବିପଦ କାରକBarracuda, grouper, moray eel, amberjack, sea bass, surgeon fish.[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and recently eating fish[]
ସଠିକ ରୋଗ ନିର୍ଣ୍ଣୟParalytic shellfish poisoning, neurotoxic shellfish poisoning, scombroid food poisoning, pufferfish poisoning[]
ଚିକିତ୍ସାMannitol, gabapentin, amitriptyline[][]
PrognosisRisk of death < 0.1%[]
ପୁନଃପୌନିକ≈50,000 per year[]

ସିଗୁଆଟେରା ମାଛ ବିଷକ୍ରିୟା ( CFP ), ଯାହା କେବଳ ସିଗୁଆଟେରା ନାମରେ ମଧ୍ୟ ଜଣାଶୁଣା, ଏକ ଖାଦ୍ୟବାହିତ ରୋଗ ଯାହା ରିଗ ମାଛ ଖାଇବାଦ୍ୱାରା ହୁଏ ଯାହାର ମାଂସ କେତେକ ବିଷାକ୍ତ ପଦାର୍ଥଦ୍ୱାରା ଦୂଷିତ ହୋଇଥାଏ । ଏହାର ଲକ୍ଷଣ ମଧ୍ୟରେ ତରଳ ଝାଡ଼ା, ବାନ୍ତି, ନିଦ୍ରାହୀନତା, କାଲୁଆ, ଗଲୁ, ଗରମ ଏବଂ ଥଣ୍ଡା ପ୍ରତି ସମ୍ବେଦନଶୀଳତା, ମୁଣ୍ଡବୁଲା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ ହୋଇପାରେ । [] ବିଷର ପରିମାଣ ଅନୁସାରେ ଏହାର ଲକ୍ଷଣ ଅଧ ଘଣ୍ଟାରୁ ଦୁଇ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହୋଇଥାଏ । [] ଚାରି ଦିନ ପର୍ଯ୍ୟନ୍ତ ତରଳ ଝାଡ଼ା ହୋଇପାରେ । [] କେତେକ ଲକ୍ଷଣ ସାଧାରଣତଃ କିଛି ସପ୍ତାହରୁ କିଛି ମାସ ପର୍ଯ୍ୟନ୍ତ ରହିଥାଏ । [] ସ୍ୱଳ୍ପ ହୃଦ୍‌ଗତି ହାର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ |

ଜଡିତ ନିର୍ଦ୍ଦିଷ୍ଟ ବିଷାକ୍ତ ପଦାର୍ଥଗୁଡ଼ିକ ମଧ୍ୟରେ ସିଗୁଆଟକ୍ସିନ ଓ ମାଇଟୋଟକ୍ସିନ ଥାଏ । ସେଗୁଡିକ ମୂଳତଃ ଗାମ୍ବିଏରଡିସକସ ନାମକ ଏକ ଛୋଟ ସାମୁଦ୍ରିକ ଜୀବଦ୍ୱାରରା ପ୍ରସ୍ତୁତ ହୋଇଥାଏ ଯାହା ଟ୍ରପିକାଲ୍ ଏବଂ ସବଟ୍ରୋପିକାଲ୍ ଜଳରେ ଥିବା କୋରାଲ ରିଫ ଉପରେ ବୃଦ୍ଧି ପାଏ । ଏଗୁଡିକ ବୃକ୍ଷ ଖାଉଥିବା ମାଛଦ୍ୱାରା ଖିଆଯାଏ ଯାହା ପରବର୍ତ୍ତୀ ସମୟରେ ବୃହତ ମାଂସାସୀ ମାଛଦ୍ୱାରା ଖିଆଯାଏ । ଏହି ଖାଦ୍ୟ ଶୃଙ୍ଖଳାରେ ଗତି କଲାବେଳେ ବିଷାକ୍ତ ପଦାର୍ଥ ଅଧିକ ବ‌ହଳିଆ ହୋଇଯାଏ | [] ଏହିପରି ମାଛ ମଧ୍ୟରେ ବାର୍ରାକୁଡ଼ା, ଗ୍ରୁପର, ମୋରେ ଇଲ, ଆମ୍ଭରଜାକ, ସାମୁଦ୍ରିକ ବାସ୍ସ ଓ ସ୍ଟରଜନ ଅନ୍ତର୍ଭୁକ୍ତ | ନିକଟ ଅତୀତରେ ମାଛ ଖାଇବା ସହିତ ରୋଗୀର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [] ଯଦି ସମାନ ମାଛ ଖାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ଲକ୍ଷଣ ଦେଖାଯାଏ ତେବେ ରୋଗ ନିର୍ଣ୍ଣୟ ହେବାର ସମ୍ଭାବନା ଅଧିକ ଥାଏ ।[] ଯଦି ସେମାନେ ପୂର୍ବରୁ ଖାଇଥିବା କିଛି ମାଛ ଉପଲବ୍ଧ ଥିଲେ ରୋଗ ନିଶ୍ଚିତ କରିବା ପାଇଁ ମଧ୍ୟ ପରୀକ୍ଷା କରାଯାଇପାରେ । []

ପ୍ରତିଷେଧକ ପ୍ରୟାସରେ ରିଫ ମାଛ ନ ଖାଇବା, ବାରକୁଡା ପରି ବିପଦପୂର୍ଣ୍ଣ ମାଛ ନ ଖାଇବା ଏବଂ ମାଛ ଯକୃତ, ରୋ କିମ୍ବା ମାଛର ମୁଣ୍ଡ ନ ଖାଇବାକୁ ପରାମର୍ଶ ଦିଆଯାଏ । ସିଗୁଆଟକ୍ସିନର କୌଣସି ସ୍ୱାଦ କିମ୍ବା ଗନ୍ଧ ନଥାଏ ଯାହା ପାରମ୍ପରିକ ରନ୍ଧା ପଦ୍ଧତିରେ ନଷ୍ଟ ହୋଇପାରିବ ନାହିଁ | ସିଗୁଏଟର ମାଛ ବିଷାକ୍ତ ହେବା ପରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ମାନିଟଲ ବିବେଚନା କରାଯାଇପାରେ, କିନ୍ତୁ ଏହାର ବ୍ୟବହାରକୁ ସମର୍ଥନ କରୁଥିବା ପ୍ରମାଣ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ । [] କେତେକ ଲକ୍ଷଣର ଚିକିତ୍ସା ପାଇଁ ଗାବାପେଣ୍ଟିନ୍ କିମ୍ବା ଆମିଟ୍ରିପ୍ଟିଲିନ ବ୍ୟବ‌ହାର କରାଯାଇପାରେ ।

ରୋଗ ନିୟନ୍ତ୍ରଣ କେନ୍ଦ୍ର ରୋଗ ନିୟନ୍ତ୍ରଣ କେନ୍ଦ୍ର ଆକଳନ ଅନୁସାରେ ବିଶ୍ୱରେ ପ୍ରତିବର୍ଷ ଏହିପରି ପ୍ରାୟ ୫୦,୦୦୦ ମାମଲା ଘଟେ । ଅନ୍ୟାନ୍ୟ ଆକଳନ ଅନୁଯାୟୀ ବର୍ଷକୁ ୫୦୦,୦୦୦ ମାମଲା ରହିଛି। [] ସାମୁଦ୍ରିକ ମାଛ ବିଷକ୍ରିୟ ମଧ୍ୟରେ ଏହା ସର୍ବାଧିକ ହୁଏ । [] ଏହା ସାଧାରଣତଃ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ କାରିବିଆନ ସାଗରରେ ୩୫° ଏନରୁ ୩୫° ଏସ ଅକ୍ଷାଂଶ ମଧ୍ୟରେ ଦେଖାଯାଏ । କୋରାଲ ରିଫ ଅବନତି ଏବଂ ସାମୁଦ୍ରିକ ଖାଦ୍ୟରେ ବାଣିଜ୍ୟ ବୃଦ୍ଧି ହେତୁ ଏହି ଅବସ୍ଥା ହେବାର ଆଶଙ୍କା ବଢ଼ୁଥିବା ଜଣାପଡିଛି । ବିଷାକ୍ତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ୧,୦୦୦ ଜଣରେ ଏକ ଜଣରୁ କମ୍ ଅଟେ । ସ୍ଥିତିର ବର୍ଣ୍ଣନା ଅତି କମରେ ୧୫୧୧ ମସିହାରୁ ଆରମ୍ଭ ହୋଇଥିଲା । [] [] ବର୍ତ୍ତମାନର ନାମ ୧୭୮୭ ମସିହାରେ ବ୍ୟବହୃତ ହୋଇଥିଲା।

  1. 1 2 3 4 5 6 7 Friedman, MA; Fernandez, M; Backer, LC; Dickey, RW; Bernstein, J; Schrank, K; Kibler, S; Stephan, W; Gribble, MO; Bienfang, P; Bowen, RE; Degrasse, S; Flores Quintana, HA; Loeffler, CR; Weisman, R; Blythe, D; Berdalet, E; Ayyar, R; Clarkson-Townsend, D; Swajian, K; Benner, R; Brewer, T; Fleming, LE (14 March 2017). "An Updated Review of Ciguatera Fish Poisoning: Clinical, Epidemiological, Environmental, and Public Health Management". Marine Drugs. 15 (3): 72. doi:10.3390/md15030072. PMC 5367029. PMID 28335428.{{cite journal}}: CS1 maint: unflagged free DOI (link)
  2. 1 2 3 4 5 6 "Food Poisoning from Marine Toxins - Chapter 2 - 2018 Yellow Book". CDC (in ଆମେରିକୀୟ ଇଂରାଜୀ). 2017. Archived from the original on 11 January 2019. Retrieved 1 June 2018. This article incorporates text from this source, which is in the public domain.
  3. 1 2 3 4 5 "Ciguatera Fish Poisoning (CFP)". Marine biotoxins. Food and Agriculture Organization. 2004. p. Chapter 7. ISBN 978-92-5-105129-0. Archived from the original on 2015-07-04. Retrieved 2015-07-19.
  4. 1 2 3 4 Friedman, MA; Fernandez, M; Backer, LC; Dickey, RW; Bernstein, J; Schrank, K; Kibler, S; Stephan, W; Gribble, MO (14 March 2017). "An Updated Review of Ciguatera Fish Poisoning: Clinical, Epidemiological, Environmental, and Public Health Management". Marine Drugs. 15 (3): 72. doi:10.3390/md15030072. PMC 5367029. PMID 28335428.{{cite journal}}: CS1 maint: unflagged free DOI (link)
  5. 1 2 3 "Ciguatera Fish Poisoning (CFP)". Marine biotoxins. Food and Agriculture Organization. 2004. p. Chapter 7. ISBN 978-92-5-105129-0. Archived from the original on 2015-07-04. Retrieved 2015-07-19.