Jump to content

ପଚା ମାଛ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
(Scombroid food poisoningରୁ ଲେଉଟି ଆସିଛି)
ପଚା ମାଛ ବିଷକ୍ରିୟା
Scombroid food poisoning
Scombrotoxin fish poisoning, scombroid syndrome,[] scombroid,[] histamine fish poisoning,[] scombroid poisoning[]
ଲକ୍ଷଣଚମ ଲାଲ (flushed skin), ମୁଣ୍ଡ ବିନ୍ଧା, ଝାପ୍‌ସା ଦୃଷ୍ଟି, ଅସାଧାରଣ ଉଦର କ୍ରାମ୍ପତରଳ ଝାଡ଼ା []
ଆକ୍ରାନ୍ତ ସମୟ୧୦ରୁ ୬୦ ମିନିଟ []
ଅବଧି୨ ଦିନ[]
କାରଣଅଧିକ ହିସ୍ଟାମିନ (histamine) ଥିବା ଓ ପ୍ରକ୍ରିୟାକରଣ ନହୋଇଥିବା ଖାଦ୍ୟ ଖାଇଲେ []
ବିପଦ କାରକTuna, mackerel, mahi mahi, sardine, anchovy, herring, bluefish, amberjack, marlin.[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase)[][]
ସଠିକ ରୋଗ ନିର୍ଣ୍ଣୟଆଲର୍ଜି ପ୍ରତିକ୍ରିୟା (Allergic reaction),[] ମାଛ ଆଲର୍ଜି (fish allergy)[]
ଚିକିତ୍ସାଆଣ୍ଟିହିସ୍ଟାମିନ (Antihistamines), ଏପିନେଫ୍ରିନ (epinephrine)[][]
ପୁନଃପୌନିକଅପେକ୍ଷାକୃତ ସାଧାରଣ[]
ମୃତ୍ୟୁ ସାନ୍ଦ୍ରତାକ୍ୱଚିତ[]

ପଚା ମାଛ ବିଷକ୍ରିୟା (ଇଂରାଜୀ ଭାଷାରେ Scombroid food poisoning ବା କେବଳ scombroid) ଏକ ପ୍ରକାର ଖାଦ୍ୟ ପରିବାହିତ ରୋଗ (foodborne illness) ଯାହା ସାଧାରଣତଃ ପଚା (spoiled) ମାଛ (fish) ଖାଇଲେ ହୁଏ ।[] ଏଥିରେ ଚମ ଲାଲ (flushed skin) ଦେଖାଯାଏ, ମୁଣ୍ଡ ବିନ୍ଧା, ଝାପ୍‌ସା ଦୃଷ୍ଟି ଅସାଧାରଣ କ୍ରାମ୍ପତରଳ ଝାଡ଼ା ହୋଇପାରେ ।[] ପ୍ରାୟ ୧୦ ମିନିଟରୁ ୬୦ ମିନିଟ ମଧ୍ୟରେ ଏହାର ଲକ୍ଷଣ ଆରମ୍ଭ ହୋଇଯାଏ ।[] କ୍ୱଚିତ ଶ୍ୱାସ ସମସ୍ୟା ବା ଅନିୟମିତ ହୃଦ୍‌ଗତି (irregular heart beat) ହେବା ଦେଖାଯାଏ ।[]

ଅଧିକ ହିସ୍ଟାମିନ (histamine) ଥିବା ଓ ଅନୁପ‌ଯୁକ୍ତ ସଂରକ୍ଷଣ ତ‌ଥା ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଖାଇଲେ ଏହି ବିଷକ୍ରିୟା ହୁଏ ।[] ସାଧାରଣତଃ ଟୁନା (Tuna), ମାକେରେଲ (mackerel), ମାହିମାହି (mahi mahi), ସାର୍ଡ଼ିନ (sardine), ଆଙ୍କୋଭି (anchovy), ହେରିଙ୍ଗ (herring), ବ୍ଲୁଫିସ (bluefish), ଆମ୍ବରଜାକ (amberjack) ଓ ମାର୍ଲିନ (marlin) ମାଛଦ୍ୱାରା ଏହା ସମ୍ଭବ ହୁଏ ।[] ଏହି ମାଛାମାନଙ୍କ ଦେହରେ ଅଧିକ ପରିମାଣର ହିସ୍ଟିଡିନ (histidine) ଥାଏ ଯାହା ଅନୁପ‌ଯୁକ୍ତ ସଂରକ୍ଷଣ ଯୋଗୁ ପଚିଯାଏ ଓ ଜୀବାଣୁମାନେ ଏହାକୁ ହିସ୍ଟାମିନରେ ପରିଣତ କରିଦିଅନ୍ତି ।[] ଏହାକୁ ରାନ୍ଧିଲେ ବା ଫ୍ରିଜରେ ଥଣ୍ଡାରେ ରଖିଲେ ମଧ୍ୟ ହିସ୍ଟାମିନ ପରିବର୍ତ୍ତିତ ହୁଏନି ।[] ଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[][] ଅଧିକ ଲୋକ ମାଛ ଖାଇବା ପରେ ଲକ୍ଷଣ ଦେଖାଗଲେ ରୋଗ ନିର୍ଣ୍ଣୟ ସମ୍ଭାବନା ଅଧିକ ରହେ ।[]

ମାଛି ଧରିବା ମାତ୍ରେ ରେଫ୍ରିଜରେଟରରେ ରଖିବା ଉଚିତ ।[] ଡାଇଫେନହାଇଡ୍ରାମିନ (diphenhydramine) ଭଳି ଆଣ୍ଟିହିସ୍ଟାମିନ (Antihistamines) ଓ ରାନିଟିଡିନ (ranitidine) ଦେଇ ଚିକିତ୍ସା ଆରମ୍ଭ କରାଯାଏ ।[] ଅବସ୍ଥା ସାଂଘାତିକ ହୋଇଥିଲେ ଏପିନେଫ୍ରିନ (epinephrine) ଦିଆଯାଇପାରେ ।[] ସମୁଦ୍ରି ମାଛ ବିଷକ୍ରିୟା (seafood poisoning) ମଧ୍ୟରୁ ସିଗୁଆଟେରା ମାଛ ବିଷକ୍ରିୟା (ciguatera fish poisoning) ସାଧାରଣତଃ ଅଧିକ ଦେଖାଯାଏ ।[] ଶୀତୋଷ୍ଣ (temperate) ଓ ଗ୍ରୀଷ୍ମମଣ୍ଡଳୀୟ (tropical) ଜଳରେ ଏହା ଅଧିକ ହୁଏ ।[] ଏହି ବିଷକ୍ରିୟାରେ କେବଳ ଗୋଟିଏ ମୃତ୍ୟୁ ରିପୋର୍ଟ ହୋଇଛି ।[] ପ୍ରଥମେ ଏହି ରୋଗ ବିଷୟ ସନ ୧୭୯୯ରେ ବର୍ଣ୍ଣନା କରାଯାଇଥିଲା । []

  1. 1 2 3 4 5 6 Ridolo, E; Martignago, I; Senna, G; Ricci, G (October 2016). "Scombroid syndrome: it seems to be fish allergy but... it isn't". Current Opinion in Allergy and Clinical Immunology. 16 (5): 516–21. doi:10.1097/ACI.0000000000000297. PMID 27466827.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 "Food Poisoning from Marine Toxins - Chapter 2 - 2018 Yellow Book". CDC (in ଆମେରିକୀୟ ଇଂରାଜୀ). 2017. Retrieved 1 June 2018. This article incorporates text from this source, which is in the public domain.
  3. 1 2 3 4 5 Feng, C; Teuber, S; Gershwin, ME (February 2016). "Histamine (Scombroid) Fish Poisoning: a Comprehensive Review". Clinical reviews in allergy & immunology. 50 (1): 64–9. doi:10.1007/s12016-015-8467-x. PMID 25876709.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ