ପ୍ରଶାନ୍ତ ମହାସାଗର

ଉଇକିପିଡ଼ିଆ‌ରୁ

ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆଅଷ୍ଟ୍ରେଲିଆ ମହାଦେଶ ରହିଛି । ପୂର୍ବରେ ଉତ୍ତର ଆମେରିକାଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean[୧] ) ତ‌ଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି ।[୨] ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:

ଆଧାର[ସମ୍ପାଦନା]

  1. How many oceans are there, Oceans. "ଦକ୍ଷିଣ ମହାସାଗର".
  2. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାରିମଣ୍ଡଳ (Hydrosphere). ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ.
  3. The country of Japan, Japanese Archeology. "ଜାପାନ ଦ୍ୱୀପ‌ପୁଞ୍ଜ".