କ୍ରାନ୍ତିରେଖା

ଉଇକିପିଡ଼ିଆ‌ରୁ
ବିଶ୍ୱ ମାନଚିତ୍ର ଭିତରେ କ୍ରାନ୍ତିରେଖାକୁ ଲାଲ ରଙ୍ଗରେ ଦର୍ଶାଯାଇଛି।
ବିଶ୍ୱର କ୍ରାନ୍ତିରେଖା ସମ୍ବନ୍ଧୀୟ ମୌସମୀ କ୍ଷେତ୍ର

କ୍ରାନ୍ତିରେଖା (Tropics) ଦୁନିଆର ଏପରି ଏକ କଟିବନ୍ଧ ଅଟେ ଯାହା ଭୂମଧ୍ୟ ରେଖାରୁ ଅକ୍ଷାଂଶ ୨୩°୨୬'୧୬" ଉତ୍ତରରେ କର୍କ ରେଖା ଏବଂ ଅକ୍ଷାଂଶ ୨୩°୨୬'୧୬" ଦକ୍ଷିଣରେ ମକର ରେଖା ପର୍ଯ୍ୟନ୍ତ ସୀମିତ । କର୍କ ଏବଂ ମକର ରେଖାରେ ଏକ ସୂର୍ଯ୍ୟ ବର୍ଷରେ ଗୋଟିଏ ଥର ଏମାନଙ୍କ ମଝିର ପୁରା କ୍ଷେତ୍ରରେ ଏକ ସୂର୍ଯ୍ୟ ବର୍ଷରେ ଦୁଇଥର ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ହୋଇଥାନ୍ତି । ବିଶ୍ୱ ଲୋକସଂଖ୍ୟାର ଏକ ବଡ଼ ଭାଗ (ପାଖାପାଖି ୪୦℅) ଏହି କ୍ଷେତ୍ରରେ ରହିଥାଏ ଏବଂ ଏହା ଅନୁମାନିତ ହୁଏକି ବଢୁଥିବା ଜନସଂଖ୍ୟା କାରଣରୁ ଏହି ଲୋକସଂଖ୍ୟା ଆହୁରି ବଢିଯିବ ।[୧] ଏହା ପୃଥିବୀର ସବୁଠାରୁ ଗରମ କ୍ଷେତ୍ର ଅଟେ କାରଣ, ଅକ୍ଷୀୟ ନଇଁବା କାରଣରୁ ସୂର୍ଯ୍ୟର ଅଧିକତମ ଉଷ୍ମ ଭୂମଧ୍ୟ ରେଖା ଏବଂ ଏହାର ଆଖ-ପାଖର ଅଞ୍ଚଳରେ କେନ୍ଦ୍ରିତ ହୋଇଥାଏ ।

ଋତୁ ଏବଂ ମୌସୁମୀ[ସମ୍ପାଦନା]

କ୍ରାନ୍ତିରେଖାରେ ଔସତନ ମାସିକ ବର୍ଷା ଦର୍ଶାଉଥିବା ଗ୍ରାଫ
କ୍ରାନ୍ତିରେଖାରେ ସୂର୍ଯ୍ୟାସ୍ତ

ସାଧାରଣ ଜନମତ ଏହା ଅଟେକି କ୍ରାନ୍ତିରେଖା ଏକ ଗରମ ଅଞ୍ଚଳ ଅଟେ ଯେଉଁଠାରେ ସର୍ବଦା ବର୍ଷା ହୋଇଥାଏ ଏବଂ ସବୁଜିଆ ହୋଇଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ ।ଏଠାରେ ଏପରି ବହୁ ସ୍ଥାନ ରହିଛି ଯେଉଁଠାରେ ହାଲୁକା ମୌସମୀରେ ଅନୁଭବ କରାଯାଏ । ବର୍ଷର ଆରମ୍ଭରୁ ପ୍ରାୟତଃ ଅଧିକତମ ବର୍ଷା ହୋଇଥାଏ ।[୨] ଏହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବଢାଇବା ପାଇଁ ହରିତ ଋତୁର ନାମ ଦିଆଯାଇଥାଏ ।[୩] ସାଧାରଣତଃ ଉଷ୍ମ ଅଞ୍ଚଳ ପୁରା ଉଷ୍ମ ଏବଂ ଉପ-ଉଷ୍ମ କଟିବନ୍ଧରେ ଖେଳିହୋଇ ରହିଛି । [୪]ଓଦାଳିଆ ମାସ ସେଠାରେ ହୋଇଥାଏ ଜେଟରବେଳେ ୬୦ମି.ମି କିମ୍ବା ଅଧିକ ବର୍ଷା ହୋଇଥାଏ ।[୫] କ୍ରାନ୍ତିରେଖା ବଣରେ ଶୁଷ୍କ ଏବଂ ଓଦାଳିଆ ମୌସମୀରେ ଅନୁଭବ କରାଯାଇ ପାରେନି କାରଣ ଏଠାରେ ସବୁବର୍ଷ ସମାନରୂପେ ବର୍ଷା ହୋଇଥାଏ । [୬] ସାଧାରଣତଃ ବର୍ଷାଋତୁ ଗରମ ମୌସମୀ ଶେଷରେ ଆରମ୍ଭ ହୋଇଥାଏ । କିଛି ଅଞ୍ଚଳରେ ଏତେ ବର୍ଷା ହୁଏକି, ବନ୍ୟା ହୋଇଯାଏ ଯାହାଦ୍ୱାରା ମାଟିର ଉର୍ବରତା ଘଟିଥାଏ । ଏହି କ୍ଷେତ୍ରର ଅଧିକାଂଶ ଜୀବଜନ୍ତୁମାନଙ୍କ ପାଇଁ ବହୁତାୟତ ମୌସମୀ ହୋଇଥାଏ ଏବଂ ସେମାନଙ୍କ ପ୍ରଜନନ କାଳ ଏହାଦ୍ୱାରା ସମ୍ଭବ ହୋଇପାରେ।

ରୋଗ[ସମ୍ପାଦନା]

ବିଶ୍ୱର ସବୁଠାରୁ ଘାତକ ରୋଗ ମଧ୍ୟ ଏହି କ୍ଷେତ୍ରରେ ଭରପୁର ହୋଇଥାଏ । କାରଣ ଏଠାର ବାତାବରଣ ମଶା ଏବଂ ମାଛି ମାନଙ୍କ ପାଇଁ ଅନୁକୂଳ ରହିଥାଏ, ଏଥିପାଇଁ ଏଠାରେ ମଶା-ମାଛି ସମ୍ବନ୍ଧୀୟ ରୋଗ ଅଧିକ ହୋଇଥାଏ । ପ୍ରାୟ ରୋଗ ଅନ୍ୟ ଅଞ୍ଚଳରେ ଦୃଷ୍ଟି ଗୋଚର ହୋଇପାରେନି । [୭]

ଆଧାର[ସମ୍ପାଦନା]

  1. E. Cohen, Joel; Small, Christopher (September 2, 1998). "Hypsographic demography: The distribution of human population by altitude" (PDF). Retrieved २८/०९/२०१२. {{cite web}}: Check date values in: |accessdate= (help)
  2. "Glossary of Meteorology". American Meteorological Society. 2009. Retrieved २८/०९/२०१२. {{cite web}}: Check date values in: |accessdate= (help)
  3. "Costa Rica Guide". ToucanGuides. 2005. Archived from the original on 2012-03-15. Retrieved २८/०९/२०१२. {{cite web}}: Check date values in: |accessdate= (help)
  4. Pidwirny, Michael (2008). "Introduction to the Biosphere". PhysicalGeography.net. Retrieved २८/०९/२०१२. {{cite web}}: Check date values in: |accessdate= (help)
  5. "Updated world Koppen-Geiger climate classification map" (PDF).
  6. M. Benders-Hyde, Elisabeth (2003). "World Climates". Blue Planet Biomes. Retrieved २८/०९/२०१२. {{cite web}}: Check date values in: |accessdate= (help)
  7. Sattenspiel, Lisa (2000). "Tropical Environments, Human Activities, and the Transmission of Infectious Diseases" (PDF). Archived from the original (PDF) on 2010-06-22. Retrieved २८/०९/२०१२. {{cite web}}: Check date values in: |accessdate= (help)