ଲୁପସ ବୃକ୍‌କ ପ୍ରଦାହ

ଉଇକିପିଡ଼ିଆ‌ରୁ
Lupus nephritis
SLE nephritis[୧]
Micrograph of diffuse proliferative lupus nephritis showing increased mesangial matrix and mesangial hypercellularity. Kidney biopsy. PAS stain.
ବିଭାଗRheumatology, nephrology
ଲକ୍ଷଣFoamy urine, swelling of the legs, fever, muscle pains[୨]
ଆକ୍ରାନ୍ତ ସମୟYoung adults[୩]
କାରଣLupus[୨]
ବିପଦ କାରକGenetics[୩]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on urine and blood tests, confirmed by a kidney biopsy[୨]
ସଠିକ ରୋଗ ନିର୍ଣ୍ଣୟOther causes of nephrotic syndrome, kidney stones, acute interstitial nephritis[୩]
ଚିକିତ୍ସାPrednisone, cyclophosphamide, hydroxychloroquine, blood pressure medications, dialysis[୨][୩]
ପୁନଃପୌନିକCommon in lupus[୩]

ଲୁପସ ବୃକ୍‌କ ପ୍ରଦାହ (Lupus nephritis/ LN ) ରୋଗ ବୃକ୍‌କରେ ଏକ ଅଟୋଇମ୍ମ୍ୟୁନ ରୋଗ ଯୋଗୁ ହୁଏ ଯାହାର ନାମ ସିସ୍ଟମିକ୍ ଲୁପୁସ ଏରିଦେମାଟୋସସ୍ (SLE) | [୨] ଏହାର ଲକ୍ଷଣ ମଧ୍ୟରେ ଫେଣ‌ଯୁକ୍ତ ପରିସ୍ରା, ଗୋଡ଼ ଫୁଲା, ଜ୍ୱର ଏବଂ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ | [୨] ସାଧାରଣତଃ ଏସଏଲଇ ଆରମ୍ଭ ହେବାର ଅତି କମରେ 3 ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ | [୩] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୋଇପାରେ । [୨]

କେତେକ ଜେନେଟିକ୍ ପରିବର୍ତ୍ତନ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇଥାଏ । [୩] ଅନ୍ତର୍ନିହିତ ପ୍ରଣାଳୀରେ ଟାଇପ-୩ ଅଧିକ ସମ୍ବେଦନଶୀଲ ପ୍ରତିକ୍ରିୟା ଓ ଇମ୍ମ୍ୟୁନ କମ୍ପ୍ଲେକ୍ସ ଯୋଗୁ ଜାତ ହୁଏ ।[୩] ଏହି କମ୍ପ୍ଲେକ୍ସଗୁଡ଼ିକ ଗ୍ଲୋମେରୁଲସର ବେସମେଣ୍ଟ ମାମ୍ବ୍ରେନରେ ତିଆରି ହୁଏ ଯାହା ଯୋଗୁ ପ୍ରଦାହ ସୃଷ୍ଟି ହୁଏ ।[୩] ପରିସ୍ରା ଏବଂ ରକ୍ତ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ବୃକ୍‌କ ବାୟୋପ୍ସି କରି ନିଶ୍ଚିତ କରାଯାଇପାରେ। [୨]

ରୋଗର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ | [୩] ଇମ୍ମ୍ୟୁନ ପ୍ରଣାଳୀକୁ ଦମନ କରିବା ପାଇଁ ପ୍ରେଡନିସୋନ, ସାଇକ୍ଲୋଫସଫାମାଇଡ କିମ୍ବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଇତ୍ୟାଦି ବ୍ୟବହୃତ ହୁଏ । [୨] ଉଚ୍ଚ ରକ୍ତଚାପ ଚିକିତ୍ସାରେ ଏସିଇ ଇନହିବିଟର, ଡାଇୟୁରେଟିକ ବା ବିଟାବ୍ଲକର ଭଳି ଔଷଧ ଦେଇ ପରିଚାଳନା କରାଯାଏ | [୨] ଅବଶେଷରେ ଡାଏଲିସିସ ଆବଶ୍ୟକ ହୋଇପାରେ | [୩]

୫୦% ବୟସ୍କ ଏବଂ ୮୦% ପିଲା ଲୁପସ୍ ରୋଗରେ ପ୍ରଭାବିତ ହୁଅନ୍ତି | [୨] ପ୍ରାୟ ଯୁବ ବୟସ୍କମାନଙ୍କଠାରେ ଆରମ୍ଭ ହୋଇପାରେ | [୩] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ହିପୋକ୍ରେଟସ ଖ୍ରୀପୂ ୪୦୦ ଶତାବ୍ଦୀ ପ୍ରଥମେ ଲୁପୁସର ବର୍ଣ୍ଣନା କରିଥିଲେ ଓ କିଡନୀ ଉପରେ ଏହାର ପ୍ରଭାବ ପ୍ରଥମେ ୧୯୦୦ ଶତକ ଆରମ୍ଭରୁ ଲିପିପଦ୍ଧ ହୋଇଥିଲା | [୩] [୪]

ଆଧାର[ସମ୍ପାଦନା]

  1. Ponticelli, C.; Moroni, G. (2005-01-01). "Renal transplantation in lupus nephritis". Lupus. 14 (1): 95–98. doi:10.1191/0961203305lu2067oa. ISSN 0961-2033. PMID 15732296.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Lupus and Kidney Disease (Lupus Nephritis) | NIDDK". National Institute of Diabetes and Digestive and Kidney Diseases. Retrieved 23 January 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Musa, R; Brent, LH; Qurie, A (January 2020). "Lupus Nephritis". PMID 29762992. {{cite journal}}: Cite journal requires |journal= (help)
  4. Rose, Noel R.; Mackay, Ian R. (2006). The Autoimmune Diseases (in ଇଂରାଜୀ). Elsevier. p. 826. ISBN 978-0-08-045474-0.