ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍

ଉଇକିପିଡ଼ିଆ‌ରୁ


ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍
ଲୁପସ୍ ରୋଗ‌ଗ୍ରସ୍ତ ଯୁବତୀଙ୍କ ମୁହଁରେ ପ୍ରଜାପତି ରାସ୍ ଦେଖାଯାଉଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/sɪˈstɛmɪk ˈlpəs ˌɛrɪθməˈtsəs/ (listen)
ସ୍ପେଶାଲିଟିରିଉମାଟୋଲୋଜି
ଆଇସିଡ଼ି-୧୦M32.
ଆଇସିଡ଼ି-୯-ସିଏମ୍710.0
ଓଏମ୍‌ଆଇଏମ୍152700
ରୋଗ ଡାଟାବେସ12782
ମେଡ଼ିସିନ-ପ୍ଲସ000435
ଇ-ମେଡ଼ିସିନmed/2228 emerg/564
Patient UKସିସ୍ଟମିକ ଲୁପସ୍ ଏରିଦେମାଟୋସସ୍
MeSHD008180

ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ ବା (ଏସ୍ ଏଲ୍ ଇ), ସ୍ୱଳ୍ପରେ ଲୁପସ୍ ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ନିଜ ଦେହର ଇମ୍ମ୍ୟୁନ ସିସ୍ଟମ ଭୁଲ କ୍ରମେ ନିଜ ଶରୀରର ସୁସ୍ଥ ତ‌ନ୍ତୁମାନଙ୍କୁ ଆକ୍ରମଣ କରେ । [୧] ବିଭିନ୍ନ ଲୋକ ଅନୁସାରେ ଏହା ସାଧାରଣରୁ ସାଂଘାତିକ ହୋଇପାରେ । ଏହାର ଲକ୍ଷଣ‌ଗୁଡ଼ିକ ମଧ୍ୟରେ ଗଣ୍ଠି ଫୁଲା ଓ ଯନ୍ତ୍ରଣା, ଜ୍ୱର, ଛାତି ଯନ୍ତ୍ରଣା, ବାଳ ପତନ, ପାଟି ଘାଆ, ଲସିକା ଗ୍ରନ୍ଥି ଫୁଲା, ଥକ୍କା ଅନୁଭବ ହୁଏ ଓ ଲାଲ ରାସ୍ ଅଧିକାଂଶ ସମୟରେ ମୁହଁରେ ଦେଖାଯାଏ । ସାମୟିକ ଅଳ୍ପ କେତେକ ଲକ୍ଷଣ ସ‌ହ ଅସୁସ୍ଥି ହୁଏ ଯାହାକୁ ଫ୍ଲେୟାର (ବଢ଼ିବା ଓ କମିବା) କୁହାଯାଏ ।[୧]

ଏହି ରୋଗର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୧] ହରମୋନ ସମ୍ପର୍କୀୟ, ପରିବେଶଜେନେଟିକ୍ ପ୍ରଭାବ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ଏକ ରୂପ ଜମଜ ମଧ୍ୟରୁ ଜଣକୁ ଏହି ରୋଗ ହେଲେ ଆଉ ଜଣକୁ ଏହି ରୋଗ ହେବା ସମ୍ଭାବନା ୨୪% ଥାଏ ।[୧] ମହିଳା ଯୌନ ହରମୋନ, ସୂର୍ଯ୍ୟାଲୋକ, ଧୂମ୍ରପାନ, ଭିଟାମିନ ଡି ଅଭାବ ଓ କେତେକ ସଂକ୍ରମଣ ଯୋଗୁ ଏହି ରୋଗର ରିସ୍କ ବା ସମ୍ଭାବନା ଅଧିକ ଥାଏ ।[୨] ରୋଗୀର ନିଜ ତନ୍ତୁ ବିରୁଦ୍ଧରେ ଇମ୍ମ୍ୟୁନ ପ୍ରଭାବ ଯୋଗୁ ଅଟୋଆଣ୍ଟିବଡି ପ୍ରସ୍ତୁତ ହୁଏ । ଏହା ଫଳରେ ଦେହରେ ଆଣ୍ଟ-ନ୍ୟୁକ୍ଲିଆର ଆଣ୍ଟବଡି ତିଆରି ହୁଏ ଯାହା ପ୍ରଦାହକାରୀ ହୁଏ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ଓ ଲକ୍ଷଣ ତ‌ଥା ଲାବୋରେଟରି ପରୀକ୍ଷା ଫଳମାନଙ୍କ ଉପରେ ଏହା ନିର୍ଭର କରେ । ଏହି ରୋଗ ବ୍ୟତୀତ ଆହୁରି ଅନେକ ପ୍ରକାରର ଲୁପସ୍ ଏରିଦେମାଟୋସସ୍ ରୋଗ ଯେପରିକି ଡିସ୍‌କଏଡ ଲୁପସ୍ ଏରିଦେମାଟୋସସ୍ସବ୍ଆକ୍ୟୁଟ କ୍ୟୁଟାନିଅସ୍ ଲୁପସ୍ ଏରିଦେମାଟୋସସ୍ ଦେଖାଯାଏ ।[୧]

ଏହି ଅଦ୍ୟାବଧି ଆରୋଗ୍ୟସାଧ୍ୟ ନୁହେଁ ।[୧] ଏନଏସ୍ଏଆଇଡି, କର୍ଟିକୋସ୍ଟିରଏଡ୍, ଇମ୍ମ୍ୟୁନୋସପ୍ରେସିଭ ଔଷଧ, ହାଇଡ୍ରୋକ୍ଲୋରୋକୁଇନ୍ମେଥୋଟ୍ରେକ୍‌ସେଟ୍ ଆଦି ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଅଲ୍‌ଟରନେଟ ମେଡିସିନ୍ର କୌଣସି ପ୍ରଭାବ ଏହି ଉପରେ ନାହିଁ ।[୧] ଏହି ରୋଗୀଙ୍କର ଆୟୁଷ କମ୍ ହୋଇଯାଏ । [୩] ଏହି ରୋଗ ଯୋଗୁ ହୃତ୍‌ପିଣ୍ଡରକ୍ତନଳୀ ରୋଗ ସଙ୍କଟ ବ‌ହୁତ ଅଧିକ ହୋଇଯାଏ ଓ ଏହାହିଁ ମୃତ୍ୟୁର ଏକ ସାଧାରଣ କାରଣ ।[୨] ଆଧୁନିକ ଚିକିତ୍ସାରେ ୮୦% ରୋଗୀଙ୍କର ବଞ୍ଚିବା ସମୟ ପ୍ରାୟ ୧୫ ବର୍ଷରୁ ଅଧିକ ରହୁଛି ।[୪] ଏହି ରୋଗ‌ଗ୍ରସ୍ତ ଗର୍ଭବତୀ ମହିଳାଙ୍କର ଅଧିକ ସଙ୍କଟ ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସଫଳ ପ୍ରସବ ହୁଏ ।[୧]

ଭିନ୍ନ ଭିନ୍ନ ଦେଶରେ ଏହି ରୋଗ ହାର ପ୍ରତି ଏକ ଲକ୍ଷରେ ୨୦ରୁ ୭୦ ଜଣ ଥାଏ ।[୫] ଜନ୍ମକ୍ଷମ ମହିଲାଙ୍କୁ ପୁରୁଷଙ୍କ ଅପେକ୍ଷା ଏହି ରୋଗ ୯ଗୁଣ ଅଧିକ ହୁଏ ।[୨] ସାଧାରଣତଃ ୧୫ରୁ ୪୫ ବର୍ଷ ବୟସରେ ଏହା ଆକ୍ରମଣ କଲେ ମଧ୍ୟ ଅନ୍ୟ ବୟସରେ ହୋଇପାରେ ।[୫][୧] ଆଫ୍ରିକା, କାରିବିଆନଚୀନ ଦେଶର ଲୋକଙ୍କର ଅନ୍ୟ ଗୋରା ଲୋକଙ୍କ ଅପେକ୍ଷା ଅଧିକ ସଙ୍କଟ ଥାଏ ।[୨][୫] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ସ୍ପଷ୍ଟ ନୁହେଁ ।[୬] ଲାଟିନ୍ ଭାଷାରେ ଲୁପସ୍ ଶବ୍ଦର ଅର୍ଥ ଗଧିଆ; ୧୮ଶ ଶତାବ୍ଦୀରେ ଗଧିଆ କାମୁଡ଼ା ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଉଥିଲା ।[୭]

Video explanation

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Handout on Health: Systemic Lupus Erythematosus". www.niams.nih.gov (in ଇଂରାଜୀ). February 2015. Retrieved 12 June 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Lisnevskaia, L; Murphy, G; Isenberg, D (22 November 2014). "Systemic lupus erythematosus". Lancet (London, England). 384 (9957): 1878–88. PMID 24881804.
  3. Murphy, G; Isenberg, D (December 2013). "Effect of gender on clinical presentation in systemic lupus erythematosus". Rheumatology (Oxford, England). 52 (12): 2108–15. PMID 23641038.
  4. The Cleveland Clinic Intensive Review of Internal Medicine (5 ed.). Lippincott Williams & Wilkins. 2012. p. 969. ISBN 9781451153309. Retrieved 13 June 2016.
  5. ୫.୦ ୫.୧ ୫.୨ Danchenko, N.; Satia, J.A.; Anthony, M.S. (2006). "Epidemiology of systemic lupus erythematosus: a comparison of worldwide disease burden". Lupus. 15 (5): 308–318. doi:10.1191/0961203306lu2305xx. PMID 16761508.
  6. Tiffin, N; Adeyemo, A; Okpechi, I (7 January 2013). "A diverse array of genetic factors contribute to the pathogenesis of systemic lupus erythematosus". Orphanet journal of rare diseases. 8: 2. doi:10.1186/1750-1172-8-2. PMID 23289717.{{cite journal}}: CS1 maint: unflagged free DOI (link)
  7. Blotzer JW (June 1983). "Systemic lupus erythematosus I: historical aspects". Md State Med J. 32 (6): 439–41. PMID 6348430.