Jump to content

ପ୍ରେଡନିସୋନ

ଉଇକିପିଡ଼ିଆ‌ରୁ
(Prednisoneରୁ ଲେଉଟି ଆସିଛି)

ପ୍ରେଡନିସୋନ
Clinical data
Trade namesDeltasone, Liquid Pred, Orasone, Adasone, others
AHFS/Drugs.commonograph
MedlinePlusa601102
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability70%
    Metabolismprednisolone (liver)
    Elimination half-life3 to 4 hours in adults. 1 to 2 hours in children[]
    ExcretionRenal
    Identifiers
    • 17,21-dihydroxypregna-1,4-diene-3,11,20-trione
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.147 Edit this at Wikidata
    Chemical and physical data
    FormulaC21H26O5
    Molar mass358.428 g/mol
    3D model (JSmol)
    Melting point230 °C (446 °F)
    • O=C(CO)[C@@]3(O)CC[C@H]2[C@@H]4CC\C1=C\C(=O)\C=C/[C@]1(C)[C@H]4C(=O)C[C@@]23C
    • InChI=1S/C21H26O5/c1-19-7-5-13(23)9-12(19)3-4-14-15-6-8-21(26,17(25)11-22)20(15,2)10-16(24)18(14)19/h5,7,9,14-15,18,22,26H,3-4,6,8,10-11H2,1-2H3/t14-,15-,18+,19-,20-,21-/m0/s1 checkY
    • Key:XOFYZVNMUHMLCC-ZPOLXVRWSA-N checkY
     ☒NcheckY (what is this?)  (verify)

    ପ୍ରେଡନିସୋନ (ଇଂରାଜୀ ଭାଷାରେ Prednisone) ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଔଷଧ ଯାହା ଇମ୍ମ୍ୟୁନିଟି ସିସ୍ଟମ‌କୁ କମେଇଦେଇ (suppress the immune system) ଆଜ୍‌ମା, ସିଓପିଡି ଓ ରିଉମାଟୋଲୋଜିକ (rheumatologic disease) ରୋଗମାନଙ୍କରେ ହେଉଥିବା ପ୍ରଦାହ (inflammation) କମ୍ କରିଦିଏ ।[] କର୍କଟ ରୋଗ ଜନିତ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅନ୍ୟାନ୍ୟ ସ୍ଟିରଏଡ ସ‌ହିତ ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency) ରୋଗରେ ଦିଆଯାଏ । [] ଏହା ପାଟିରେ ଦିଆଯାଏ ।[]

    ପ୍ରେଡନିସୋନ ଦୀର୍ଘକାଳ ଧରି ବ୍ୟବ‌ହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପରଳ, ଓଷ୍ଟିଓପୋରୋସିସ, ସ‌ହଜରେ ବ୍ରୁଇସିଙ୍ଗ (bruising), ମାଂସପେଶୀ ଦୌରବଲ୍ୟ ଓ ଓରାଲ କାଣ୍ଡିଡିଆସିସ (thrush) ହୋଇପାରେ ।[] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଓଜନ ବୃଦ୍ଧି, ଫୁଲା, ଅଧିକ ରକ୍ତ ଶର୍କରା (high blood sugar), ଅଧିକ ସଂକ୍ରମଣ ସଙ୍କଟ ଓ ସାଇକୋସିସ ହୋଇପାରେ ।[][] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ବିବେଚନା କରାଯାଏ ଓ ଅଳ୍ପ ମାତ୍ରାରେ ସ୍ତନ୍ୟପାନ (breastfeeding) ସମସୟରେ ମଧ୍ୟ ବିପଦ ରହେନି । [] ଏହି ଔଷଧର ଦୀର୍ଘ ସମୟ ଧରି ବ୍ୟବ‌ହାର କଲାପରେ ବନ୍ଦ କରିବାକୁ ହେଲେ ଧୀରେ ଧିରେ ମାତ୍ରା କମେଇ ବନ୍ଦ କରାଯାଏ । []

    ପ୍ରେଡନିସୋନ ଯକୃତରେ ପରିବର୍ତ୍ତୀତ ହୋଇ ପ୍ରେଡନିସୋଲୋନରେ ପରିଣତ ହେଲା ପରେ ସକ୍ରିୟ ହୁଏ ।[][] ଏହି ପ୍ରେଡନୋସୋଲୋନ ତାପରେ ଗ୍ଲୁକୋକର୍ଟିକଏଡ (glucocorticoid receptor) ସ‌ହିତ ଅନୁବନ୍ଧିତ ହୁଏ ଓ ତାଙ୍କୁ ସକ୍ରିୟ କରେ ତ‌ଥା ଜିନ ଏକ୍ସପ୍ରେସନ (gene expression) କରିବାକୁ ଟ୍ରିଗର କରେ ।[]

    ପ୍ରେଡନିସୋନ ସନ ୧୯୫୪ରେ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୫୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[][] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୩୦ ଡଲାରରୁ କମ୍ ଥିଲା ।[] ସେଠାରେ ସନ ୨୦୧୬ରେ ଏହାର ୨୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୧ତମ ସ୍ଥାନରେ ଥିଲା ।[]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. Pickup ME (1979). "Clinical pharmacokinetics of prednisone and prednisolone". Clinical Pharmacokinetics. 4 (2): 111–28. doi:10.2165/00003088-197904020-00004. PMID 378499.
    2. 1 2 3 4 5 6 7 8 "Prednisone Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 ଡିସେମ୍ବର 2018.
    3. 1 2 Brunton, Laurence (2017). Goodman & Gilman's the pharmacological basis of therapeutics (13 ed.). McGraw-Hill Education. pp. 739, 746, 1237. ISBN 978-1-25-958473-2.
    4. "Prednisone Use During Pregnancy". Drugs.com (in ଇଂରାଜୀ). Retrieved 24 ଡିସେମ୍ବର 2018.
    5. "Product Information Panafcort® (prednisone) Panafcortelone® (prednisolone)" (PDF). TGA eBusiness Services. St Leonards, Australia: Aspen Pharmacare Australia Pty Ltd. 11 ଜୁଲାଇ 2017. pp. 1–2. Retrieved 30 ଜୁନ 2018.
    6. Buttgereit F, Gibofsky A (ଜୁନ 2013). "Delayed-release prednisone - a new approach to an old therapy". Expert Opinion on Pharmacotherapy. 14 (8): 1097–106. doi:10.1517/14656566.2013.782001. PMID 23594208.
    7. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 485. ISBN 9783527607495.
    8. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 19 ଡିସେମ୍ବର 2018. Retrieved 22 ଡିସେମ୍ବର 2018.
    9. "The Top 300 of 2019". clincalc.com. Retrieved 22 ଡିସେମ୍ବର 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]