ସାଇକ୍ଲୋଫସଫାମାଇଡ

ଉଇକିପିଡ଼ିଆ‌ରୁ
(Cyclophosphamideରୁ ଲେଉଟି ଆସିଛି)
ସାଇକ୍ଲୋଫସଫାମାଇଡ
Clinical data
Pronunciation/ˌsklˈfɒsfəˌmd, -lə-/[୧][୨]
Trade namesLyophilized Cytoxan, Endoxan, Cytoxan, Neosar, Procytox, Revimmune, Cycloblastin
AHFS/Drugs.commonograph
MedlinePlusa682080
Pregnancy
category
  • AU: D
  • US: D (Evidence of risk)
Routes of
administration
by mouth, intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability>75% (by mouth)
Protein binding>60%
MetabolismLiver
Elimination half-life3–12 hours
ExcretionKidney
Identifiers
  • (RS)-N,N-bis(2-chloroethyl)-1,3,2-oxazaphosphinan-2-amine 2-oxide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.015 Edit this at Wikidata
Chemical and physical data
FormulaC7H15Cl2N2O2P
Molar mass261.086 g/mol
3D model (JSmol)
Melting point2 °C (36 °F)
  • O=P1(OCCCN1)N(CCCl)CCCl
  • InChI=1S/C7H15Cl2N2O2P/c8-2-5-11(6-3-9)14(12)10-4-1-7-13-14/h1-7H2,(H,10,12) checkY
  • Key:CMSMOCZEIVJLDB-UHFFFAOYSA-N checkY
  (verify)

ସାଇକ୍ଲୋଫସଫାମାଇଡ (ଇଂରାଜୀ ଭାଷାରେ Cyclophosphamide ବା CP, ଅନ୍ୟ ନାମ ସାଇଟୋଫସଫେନ/cytophosphane)[୩] ଏକ କେମୋଥେରାପି (chemotherapy) ଔଷଧ ଯାହା ଇମ୍ମ୍ୟୁନିଟି ଦମନ‌କାରୀ (suppress the immune system) ଭାବରେ ମଧ୍ୟ କାମ କରେ ।[୪] ଲିମ୍ଫୋମା, ମଲ୍ଟିପ୍ଲ ମାୟେଲୋମା, ଲିଉକେମିଆ, ଓଭାରି କର୍କଟ, ସ୍ତନ କର୍କଟ, ସ୍ମଲ ସେଲ ଫୁସଫୁସ କର୍କଟ (small cell lung cancer), ନିଉରୋବ୍ଲାସ୍ଟୋମାସାର୍କୋମା (sarcoma) ଆଦି ରୋଗମାନଙ୍କରେ ଏହା କେମୋଥେରାପି ଭାବରେ ଦିଆଯାଏ । ଇମ୍ମ୍ୟୁନୋସପ୍ରେସାଣ୍ଟ ଭାବରେ ନେଫ୍ରୋଟିକ ସିଣ୍ଡ୍ରୋମରେ (nephrotic syndrome) ଓ ଅଙ୍ଗ ପ୍ରତିରୋପଣ (organ transplant) ପରେ ଦିଆଯାଏ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଏ ।[୪]

ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ସ୍ୱଳ୍ପ ରକ୍ତ କଣିକା (low white blood cell counts), ଅରୁଚି, ବାନ୍ତି, କେଶହାନୀ (hair loss) ଓ ମୂତ୍ରାଶୟ ରକ୍ତସ୍ରାବ (bleeding from the bladder) ହୋଇପାରେ । କେତେକ ସାଂଘାତିକ ପ୍ରତିକ୍ରିୟାରେ ଅଧିକ କର୍କଟ ସଙ୍କଟ, ବନ୍ଧ୍ୟାଦୋଷ (infertility), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଫୁସଫୁସ ଫାଇବ୍ରୋସିସ (pulmonary fibrosis) ହୋଇପାରେ । ଏହା ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent ) ଓ ନାଇଟ୍ରୋଜେନ ମସ୍ଟାର୍ଡ଼ (nitrogen mustard) ଶ୍ରେଣୀର ଔଷଧ । ଏହା ଡିଏନଏ (DNA) ଦ୍ୱିତୀକରଣ ଓ ଆରଏନଏ (RNA) ସୃଷ୍ଟିରେ ବାଧା ସୃଷ୍ଟି କରି କାର୍ଯ୍ୟକ୍ଷମ ହୁଏ । [୪]

ସନ ୧୯୫୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସାଇକ୍ଲୋଫସଫାମାଇଡ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର କ୍ରୟ ମୂଲ୍ୟ ୩.୬୫ରୁ ୧୪.୩୦ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୭.୦୬ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ପାଟିରେ ଦିଆଯାଉଥିବା ଏହି ଔଷଧର ମୂଲ୍ୟ ୧୯.୫୬ ଆମେରିକୀୟ ଡଲାର ।[୮]

ଆଧାର[ସମ୍ପାଦନା]

  1. "cyclophosphamide - definition of cyclophosphamide in English from the Oxford dictionary". OxfordDictionaries.com. Archived from the original on 2015-11-19. Retrieved 2016-01-20.
  2. "cyclophosphamide". Merriam-Webster Dictionary.
  3. "NCI Drug Dictionary". National Cancer Institute. Retrieved 20 December 2016.
  4. ୪.୦ ୪.୧ ୪.୨ ୪.୩ "Cyclophosphamide". The American Society of Health-System Pharmacists. Retrieved 8 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Cyclophosphamide". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
  7. British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.
  8. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 20 December 2016.