ଇଡିମା

ଉଇକିପିଡ଼ିଆ‌ରୁ
(Edemaରୁ ଲେଉଟି ଆସିଛି)

 

Edema
Oedema, œdema, fluid retention, water retention, dropsy, hydropsy, swelling
"Pitting" edema
ଉଚ୍ଚାରଣ
ବିଭାଗCardiology, nephrology
ଲକ୍ଷଣSkin which feels tight, area may feel heavy[୧]
ଆକ୍ରାନ୍ତ ସମୟSudden or gradual[୨]
କାରଣVenous insufficiency, heart failure, kidney problems, low protein levels, liver problems, deep vein thrombosis, lymphedema[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on a physical exam[୩]
ଚିକିତ୍ସାBased on cause[୨]

ଇଡିମା ହୋଇଥିବା କୁହାଯାଏ ଯେତେବେଳେ ଶରୀରର ତନ୍ତୁ ମଧ୍ୟରେ ତରଳ ପଦାର୍ଥ ଜମିଯାଏ । [୧] ସାଧାରଣତଃ ଗୋଡ କିମ୍ବା ବାହୁ ଏହି ରୋଗରେ ପ୍ରଭାବିତ ହୋଇଥାଏ | [୧] ଏହାର ଲକ୍ଷଣ: ଚର୍ମରେ କଠିନତା ଅନୁଭବ ହୁଏ, ପ୍ରଭାବିତ ସ୍ଥାନ ଓଜନିଆ ଲାଗେ ଏବଂ ପ୍ରଭାବିତ ଗଣ୍ଠିରେ ଗତି କଷ୍ଟ ହୋଇପାରେ | [୧] ଅନ୍ୟାନ୍ୟ ଲକ୍ଷଣ ଏହାର ମୂଳ କାରଣ ଉପରେ ନିର୍ଭର କରେ | [୨]

କାରଣଗୁଡ଼ିକରେ ଦୀର୍ଘସ୍ଥାୟୀ ଶିରା ନ୍ୟୁନ ପ୍ରବାହ, ହୃଦ୍‌ପାତ, ବୃକ୍‌କ ସମସ୍ୟା, କମ ପୁଷ୍ଟିସାର ସ୍ତର, ଯକୃତ ସମସ୍ୟା, ଡିପ ଭେନ ଥ୍ରୋମ୍ବୋସିସ୍, ସଂକ୍ରମଣ, ଆଞ୍ଜିଓଇଡିମା, କିଛି ଔଷଧ ଏବଂ ଲିମ୍ପିଡିମା ହୋଇପାରେ | [୧] [୨] ଦୀର୍ଘ ସମୟ ବସିଲେ କିମ୍ବା ଠିଆ ହେଲେ ଏବଂ ଋତୁସ୍ରାବ କିମ୍ବା ଗର୍ଭଧାରଣ ସମୟରେ ଏହା ମଧ୍ୟ ହୋଇପାରେ | [୧] ଯଦି ଏହା ହଠାତ୍ ଆରମ୍ଭ ହୁଏ, ଯନ୍ତ୍ରଣା ହୁଏ କିମ୍ବା ଅଣନିଶ୍ୱାସ ନିଶ୍ୱାସ ପ୍ରଶ୍ୱାସ ହୁଏ ତେବେ ଅବସ୍ଥା ଚିନ୍ତାଜନ‌କ ହୁଏ | [୨]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଯଦି ଅନ୍ତର୍ନିହିତ ପ୍ରଣାଳୀରେ ସୋଡିୟମ୍ ସ୍ତର ଅଧିକ ଥାଏ, ତେବେ ଲୁଣ ଖାଇବା ହ୍ରାସ କରାଯାଏ ଏବଂ ଏକ ମୂତ୍ର ନିଷ୍କାସନ ବା ଡାଇୟୁରେଟିକ ଔଷଧ ବ୍ୟବହାର କରାଯାଇପାରେ | [୨] ଇଡିମା ଗୋଡରେ ଥିଲେ ତାକୁ ତଳକୁ ଝୁଲେଇ ନରଖି ଉଚ୍ଚ ସ୍ଥାନରେ ରଖିବା ଏବଂ ମୋଜା ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । [୩] ବୟସ୍କ ଲୋକମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି | [୩] ଏହି ଇଡିମା ଶବ୍ଦଟି ଗ୍ରୀକ୍ ଭାଷାର οἴδημα oídēma ଶବ୍ଦରୁ ଗ୍ରହଣ କରାଯାଇଛି ଅର୍ଥ ହେଉଛି ' ଫୁଲା ' | [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Causes and signs of edema (in ଇଂରାଜୀ). Institute for Quality and Efficiency in Health Care (IQWiG). 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ "Edema: Causes, Symptoms, Diagnosis & Treatment". familydoctor.org. Retrieved 23 December 2019.
  4. Liddell, Henry. "A Greek-English Lexicon, οἴδ-ημα". www.perseus.tufts.edu. Retrieved 8 December 2019.