ଲକ୍ଷ୍ମଣ ମିଶ୍ର

ଉଇକିପିଡ଼ିଆ‌ରୁ
ଲକ୍ଷ୍ମଣ ମିଶ୍ର
ଜନ୍ମ(1900-01-21)୨୧ ଜାନୁଆରୀ ୧୯୦୦
ମୃତ୍ୟୁ୨୬ ଜାନୁଆରୀ ୧୯୮୯(1989-01-26) (ବୟସ ୮୯)
ପୁରାତନ ଛାତ୍ରସତ୍ୟବାଦୀ ବନ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିବନୌଷଧୀ ବିଶେଷଜ୍ଞ, ପ୍ରଶାସନିକ ଅଧିକାରୀ
ପିତାମାତାଦୟାନିଧି ମିଶ୍ର (ବାପା)
ପଦ୍ମା ଦେବୀ (ମାଆ)
Signature

ଲକ୍ଷ୍ମଣ ମିଶ୍ର(୧୯୦୦-୧୯୮୯) ଓଡ଼ିଶାର ଜଣେ ବନୌଷଧି ବିଶେଷଜ୍ଞ ଥିଲେ । ଚେର, ମୂଳ ଓ ପତ୍ରଦ୍ୱାରା ସମ୍ଭବ ଘରୋଇ ଚିକିତ୍ସା ବିଷୟରେ ତାଙ୍କଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ଓଡ଼ିଶାର ପ୍ରଚଳିତ । ବୃତ୍ତିରେ ସେ ଜଣେ ପୁଲିସ ଅଧିକାରୀ ଥିଲେ ଓ ଶ୍ରୀମନ୍ଦିରର ପ୍ରଶାସକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲକ୍ଷ୍ମଣ ମିଶ୍ର, ୧୯୦୦ ମସିହାର ଜାନୁଆରୀ ୨୧ ତାରିଖରେ ପୁରୀ ଜିଲ୍ଲାର ବୀର ପ୍ରତାପପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୟାନିଧି ମିଶ୍ର ଓ ମାଆଙ୍କ ନାମ ପଦ୍ମା ଦେବୀ । ସେ ସତ୍ୟବାଦୀ ବନ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ ।

ପେଷା[ସମ୍ପାଦନା]

ପୋଲିସ୍ ଅଧିକାରୀ[ସମ୍ପାଦନା]

ସ୍ନାତକ ପରେ ୧୯୨୪ ମସିହାରେ ସେ ପୋଲିସ୍ ବିଭାଗରେ ଯୋଗ ଦେଇଥିଲେ । ସେ ୧୧ ବର୍ଷ ଧରି ଭାରତୀୟ ପୋଲିସ୍ ସେବା ଅଧିକାରୀ ଭାରେ କାର୍ଯ୍ୟ କରିଥିଲେ । କିଛି ଜିଲ୍ଲାର ଅରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିବା ପରେ ୧୯୫୮ ମସିହାରେ ସେ ଚାକିରୀରୁ ଅବସର ନେଇଥିଲେ ।[୧]

ଜଗନ୍ନାଥ ମନ୍ଦିର ପ୍ରଶାସକ[ସମ୍ପାଦନା]

ପୋଲିସ୍ ଚାକିରୀରୁ ଅବସର ନେବା ପରେ ସେ ୧୯୬୧ ମସିହାରେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଶାସକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୬୫ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ ।[୨]

ଆୟୁର୍ବେଦ ଚିକିତ୍ସା[ସମ୍ପାଦନା]

ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଆଚାର୍ଯ୍ୟ ହରିହରଙ୍କଦ୍ୱାରା ଅନୁପ୍ରାଣିତ ହୋଇ ଲକ୍ଷ୍ମଣ ରୋଗୀସେବା ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ଆଦର୍ଶ ଥିଲା "ଲୋକସେବା ହିଁ ଭଗବତ ସେବା" । ବ୍ୟୟବହୁଳ ଚିକିତ୍ସା ପଦ୍ଧତିରୁ ଦରିଦ୍ର ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସେ ଇଚ୍ଛୁକ ଥିଲେ । ଏଥିପାଇଁ ଚରକସୁଶ୍ରୁତଙ୍କଦ୍ୱାରା ରଚିତ ବିଭିନ୍ନ ପୁସ୍ତକର ଅଧ୍ୟୟନ ଏବଂ ବୃକ୍ଷଲତା, ଚେରମୂଳି ଆଦିର ଅନୁଧ୍ୟାନ ଓ ଗବେଷଣା ଆରମ୍ଭ କରିଥିଲେ ।[୨] ଏହି ଅନୁଧ୍ୟାନ ଓ ଗବେଷଣାଲବ୍ଧ ଜ୍ଞାନକୁ ସେ ନିଜ ବହି ମାଧ୍ୟମରେ ଲେଖିଥିଲେ । ସର୍ପଦଂଶନ, ବସନ୍ତ ଆଦିର ସେ ସଫଳ ଚିକିତ୍ସା କରିପାରୁଥିଲେ । ପୁରୀର "ଗୋପବନ୍ଧୁ ଆୟୁର୍ବେଦ ଚିକିତ୍ସା ମହାବିଦ୍ୟାଳୟ" ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଭାବରେ ସେ କାର୍ଯ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଅନୁଭୁତ ଯୋଗମାଳା (ସହଜ ଚିକିତ୍ସା) - ୧୯୭୦ (କମଳା ଦେବୀ, ପୁରୀ)
  • ଅନୁଭୁତ ଯୋଗମାଳା-୨ (ଘର ବଇଦ)
  • ସର୍ବ ବିଷ ଚିକିତ୍ସା
  • ସଂକ୍ରାମକ ରୋଗ ଚିକିତ୍ସା[୩]
  • ମାନସିକ ବିକୃତି - ୧୯୫୪ (ଉତ୍କଳ ବିଶ୍ୱବିଦ୍ୟାଳୟ)[୪]

ମୃତ୍ୟୁ[ସମ୍ପାଦନା]

ଲକ୍ଷ୍ମଣ ମିଶ୍ର ୧୯୮୯ ମସିହାର ଜାନୁଆରୀ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା (in ଓଡ଼ିଆ) (12 ed.). ଭୁବନେଶ୍ୱର: ପ୍ରାଣକୃଷ୍ଣ ମିଶ୍ର. 1 February 2014. p. 217.{{cite book}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା (in ଓଡ଼ିଆ) (12 ed.). ଭୁବନେଶ୍ୱର: ପ୍ରାଣକୃଷ୍ଣ ମିଶ୍ର. 1 February 2014. p. 217.{{cite book}}: CS1 maint: unrecognized language (link)
  3. "ଭୁଲିଯାଇଛୁ ବନୌଷଧି ସଂଜୀବନୀ ମନ୍ତ୍ରଦ୍ରଷ୍ଟାଙ୍କୁ". No. ଓଡ଼ିଶା ନିତିଦିନ ୦୬/୦୪/୨୦୧୯ ପୃଷ୍ଠା ୮. Archived from the original on 2019-04-11. Retrieved 10 April 2019.
  4. "National Library Online Catalogue". opac.nationallibrary.gov.in. National Library. Retrieved 10 April 2019.