Jump to content

ଚରକ

ଉଇକିପିଡ଼ିଆ‌ରୁ
ମହର୍ଷି ଚରକ
ହରିଦ୍ୱାରର ପତଞ୍ଜଳି ଯୋଗପୀଠରେ ରହିଥିବା ମହର୍ଷି ଚରକଙ୍କ ପ୍ରତିମୂର୍ତ୍ତି
ପ୍ରସିଦ୍ଧିଚରକ ସଂହିତାର ରଚୟିତା
ବିଜ୍ଞାନୀ ଜୀବନ
କ୍ଷେତ୍ରଔଷଧ, ଆୟୁର୍ବେଦ


ୠଷି ଚରକ ଜଣେ ପ୍ରମୁଖ ଆୟୁର୍ବେଦ ବିଜ୍ଞାନୀ ଅଟନ୍ତି । ତାଙ୍କୁ ଆୟୁର୍ବେଦର ଜନକ ବୋଲି ଧରାଯାଏ । [] ସେ ଖ୍ରୀଷ୍ଟ ପୂର୍ବ ୧୦୦୦ରେ ଆୟୁର୍ବେଦର ବ୍ୟବହାର ପ୍ରାଚୀନ ଭାରତରେ ବିକଶିତ କରିଥିଲେ । ତାଙ୍କ ଲିଖିତ ଚରକ ସଂହିତା ଆୟୁର୍ବେଦ ଔଷଧ ସମ୍ବନ୍ଧୀୟ ଏକ ପ୍ରାଚୀନ ଗ୍ରନ୍ଥ ଅଟେ । ଏହା ଆଠ ଖଣ୍ଡରେ ବିଭାଜିତ । ଏଥିରେ ୧୨୦ଟି ଅଧ୍ୟାୟ ଅଛି ।

ଆଜକୁ ପ୍ରାୟ ତିନିହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଆମଦେଶରେ ଆୟୁର୍ବେଦ ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଥିଲା । ଅତୀତରେ ଯେଉଁ ମହାନ ଆୟୁର୍ବେଦ ବିଜ୍ଞାନୀଗଣ ସେମାନଙ୍କ ଅଲୌକିକ ପ୍ରତିଭା ବଳରେ ଭାରତୀୟ ଚିକିତ୍ସା ବିଜ୍ଞାନର ଉତ୍କର୍ଷତା ସାଧନ କରି ପାରିଥିଲେ ସେମାନଙ୍କ ମଧ୍ୟରେ ଆତ୍ରେୟ, ଚରକ, ସୁଶ୍ରୁତ, ବାଗଭଟ୍ଟ ଆଦି ୠଷିମାନେ ଅନ୍ୟତମ ଥିଲେ ।

କେଉଁ ବ୍ୟାଧି ପାଇଁ କେଉଁ ଔଷଧ ରହିଛି ଓ ସରଳ ତଥା ମହାନ ପନ୍ଥା ଅନୁସରଣ କରି କିପରି ସ୍ୱସ୍ଥ ଜୀବନ ନିର୍ବାହ କରିବା ତାହା ଆୟୁର୍ବେଦରୁ ଜାଣିବାକୁ ମିଳେ । ସେ ଚରକ ସଂହିତାର ରଚୟିତା ରୂପେ ମଧ୍ୟ ବେଶ୍ ପ୍ରଖ୍ୟାତ । ଚରକ ପଞ୍ଚନଦ କ୍ଷେତ୍ରର କପିସ୍ଥଳ ଗ୍ରାମର ନିବାସୀ ଥିଲେ ବୋଲି ପ୍ରାଚୀନ ସମୟର ଲେଖାରେ ଉଲ୍ଲେଖ ରହିଛି । ଆଧୁନିକ ପଞ୍ଜାବର କପୁରଥଳାରେ ସେ ବସବାସ କରୁଥିବେ ବୋଲି ଅନୁମାନ କରାଯାଏ । ମହାଭାରତ କାବ୍ୟରେ ପଞ୍ଜାବ ଅଞ୍ଚଳକୁ ପଞ୍ଚନଦ ବୋଲି କୁହାଯାଇଛି । [][][][] ଚରକଙ୍କୁ “ଭାରତୀୟ ଔଷଧର ଜନକ” ବୋଲ ମଧ୍ୟ କୁହାଯାଏ । []

ଚରକ ଏକ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଚରକ ସଂହିତା ଦ୍ୱାପର ଯୁଗରେ ରଚିତ ହୋଇଥିବାର କଥିତ ଅଛି । କିମ୍ବଦନ୍ତୀ ଅନୁସାରେ ଚରକ ଋଷି ବ୍ରହ୍ମା, ଧନ୍ୱନ୍ତରୀ, ଇନ୍ଦ୍ର, ଅଶ୍ୱିନୀ କୁମାର, ଭରଦ୍ୱାଜ, ଆତ୍ରେୟ, ଅଗ୍ନିବେଶ୍ୟ ଆଦିଙ୍କ ନିକଟରୁ ବୈଦିକ ଶିକ୍ଷାଲାଭ କରିଥିଲେ । []

କିମ୍ବଦନ୍ତୀ

[ସମ୍ପାଦନା]

କଥିତ ଅଛି ଯେ ସୃଷ୍ଟିକର୍ତ୍ତା ବ୍ରହ୍ମା ଚିକିତ୍ସା ବିଷୟ ଦକ୍ଷ-ପ୍ରଜାପତିଙ୍କୁ ବର୍ଣ୍ଣନା କରିଥିଲେ । ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ମାନବଗଣ ବିଭିନ୍ନ ରୋଗ କବଳରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗକଲେ, ସେମାନେ ହିମାଳୟରେ ତପସ୍ୟା କରୁଥିବା ଭରଦ୍ୱାଜ ୠଷିଙ୍କ ନିକଟରେ ଶରଣ ପଶିଲେ । ଧ୍ୟାନ ବଳରେ ଭରଜ୍ୱାଜ ଜାଣିପାରିଲେ ଯେ, ଦେବରାଜ ଇନ୍ଦ୍ରଙ୍କ ଦରବାରରେ ହିଁ ଦକ୍ଷ ପ୍ରଜାପତିଙ୍କଠାରୁ ଏହି ଚିକିତ୍ସା ଶାସ୍ତ୍ର ଶିକ୍ଷା କରିପାରିଲେ ମହୀମଣ୍ଡଳର ଉପକାର ସାଧିତ ହେବ । ତେଣୁ ସେ ତାଙ୍କ ସ୍ଥୂଳ ଶରୀର ତ୍ୟାଗକରି ସ୍ୱର୍ଗକୁ ଯାଇ ସେଠାରେ ଏହି ଶାସ୍ତ୍ର ଅଧ୍ୟୟନ କଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସେ ଆତ୍ରେୟ ୠଷିଙ୍କୁ ଏହି ଶାସ୍ତ୍ରଜ୍ଞାନ ଦେଲେ । ଖ୍ରୀଷ୍ଟ ଜନ୍ମର ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଆତ୍ରେୟ ୠଷି ପ୍ରଥମେ ଆୟୁର୍ବେଦ ଶାସ୍ତ୍ର ରଚନା କଲେ । ଏହା ଆତ୍ରେୟ ସଂହିତା ନାମରେ ପ୍ରଖ୍ୟାତ । ଆତ୍ରେୟ ଯେଉଁମାନଙ୍କୁ ଏହି ଶିକ୍ଷାଦାନ କରିଥିଲେ ସେମାନଙ୍କ ମଧ୍ୟରେ ଚରକ ୠଷି ଅନ୍ୟତମ । ଆୟୁର୍ବେଦ ଶାସ୍ତ୍ର ଆଚାର୍ଯ୍ୟ ଚରକଙ୍କଦ୍ୱାରା ପୁନର୍ଲିଖିତ ହେଲା । ତେଣୁ ଚରକଙ୍କୁ ପ୍ରକୃତ ଆୟୁର୍ବେଦ ବିଜ୍ଞାନର ଜନ୍ମଦାତା ବୋଲି କୁହାଯାଏ । []

ଚରକ ଏବଂ ଆୟୁର୍ବେଦ

[ସମ୍ପାଦନା]

ଯାଯାବର ପଣ୍ଡିତ ବା ଯାଯାବର ଚିକିତ୍ସକମାନଙ୍କୁ “ଚରକ” ବୋଲି କୁହାଯାଇଥାଏ ।

ଚରକଙ୍କ ରଚନାର ଅନୁବାଦରୁ ଜଣାପଡ଼େ ଯେ ସ୍ୱାସ୍ଥ୍ୟ ଓ ରୋଗ ବିଷୟରେ ପ୍ରାକ୍-ଅନୁମାନ କରାଯାଇପାରିବ ନାହିଁ ଏବଂ ଜୀବନ ନିର୍ବାହ ଶୈଳୀରେ ଉନ୍ନତି ଆଣିଲେ ତଥା ମଣିଷ ନିଜେ ଚେଷ୍ଟା କଲେ ନିଜକୁ ଦୀର୍ଘାୟୁ କରିପାରିବ । ପ୍ରାଚୀନ ଭାରତୀୟ ପରମ୍ପରା ତଥା ଆୟୁର୍ବେଦ ଅନୁସାରେ ରୋଗର ନିବାରଣ କରିବା ରୋଗର ଚିକିତ୍ସା କରିବା ଅପେକ୍ଷା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ । ତେଣୁ ସମୟ, ଋତୁ ଓ ପ୍ରାକୃତିକ ପରିବେଶ ଅନୁଯାୟୀ ନିଜପ ଦୈନନ୍ଦିନ ଜୀବନ ନିର୍ବାହ ଶୈଳୀରେ ପରିବର୍ତ୍ତନ ଆଣିଲେ ମଣିଷ ସମ୍ପୂର୍ଣ୍ଣ ରୂପେ ସ୍ୱାସ୍ଥ୍ୟବାନ ହୋଇପାରିବ ।

ଚିକିତ୍ସା କ୍ଷେତ୍ରରେ “ଔଷଧଠାରୁ ସାବଧାନତା ଭଲ” ବା “ଔଷଧଠାରୁ ନିବାରଣ ଶ୍ରେୟସ୍କର” ମତବାଦ ଚରକଙ୍କ ରଚନାରେ ସ୍ପଷ୍ଟ ପ୍ରତିପାଦିତ ହୁଏ । ଆଚାର୍ଯ୍ୟ ଚରକ କହିଯାଇଛନ୍ତି ଯେ :

ଜ୍ଞାନର ଦୀପ ସହାୟତା ନେଇ ସୁଦ୍ଧା ଯଦି ଜଣେ ଚିକିତ୍ସକ ରୋଗୀର ଶରୀର ମଧ୍ୟକୁ ପ୍ରବେଶ କରିବାରେ ଅସମର୍ଥ ହୁଏ, ତେବେ ରୋଗୀକୁ ସେ ରୋଗମୁକ୍ତ କରାଇପାରିବ ନାହିଁ । ପରିବେଶ ତଥା ଅନ୍ୟ କାରକ ଯେଉଁମାନେ ରୋଗ ବା ଶରୀରର ଅବସ୍ଥାକୁ ପ୍ରଭାବିତ କରନ୍ତି ସେମାନଙ୍କ ବିଷୟରେ ପ୍ରଥମେ ଜାଣିବା ଦରକାର ଓ ତାହା ପରେ କଣ ଔଷଧ ବ୍ୟବହାର କରାଯିବ ତାହା କହିବା ଉଚିତ୍ । ତେଣୁ ରୋଗର ଔଷଧ ସେବନ କରାଇବା ଅପେକ୍ଷା ରୋଗର କାରଣର ନିରାକରଣ କରିବା ମହତ୍ତ୍ୱପୂର୍ଣ୍ଣ ।

ଶରୀର କ୍ରିୟା ବିଜ୍ଞାନ, ରୋଗ ହେତୁବିଜ୍ଞାନ, ଭ୍ରୁଣ ବିଜ୍ଞାନ ଆଦି କ୍ଷେତ୍ରରେ ମଧ୍ୟ ଚରକଙ୍କର ବହୁ ଅବଦାନ ରହିଛି । ପାଚନ କ୍ରିୟା, ଚୟାପଚୟ, ରୋଗ ପ୍ରତିରୋଧକ ଶକ୍ତିଗୁପ୍ତ ରୋଗ ଇତ୍ୟାଦି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିବା ପ୍ରଥମ ଚିକିତ୍ସକ ହେଉଛନ୍ତି ଚରକ । ମନୁଷ୍ୟ ଶରୀରରେ ବାତ, ପିତ୍ତ ଓ କଫ ଭଳି ତିନି ପ୍ରକାରର ଦୋଷ ରହିଥାଏ ଓ ଏମାନଙ୍କ ଯୋଗୁଁ ଶରୀର ପରିଚାଳିତ ହୋଇଥାଏ । ଆଧୁନିକ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ମଧ୍ୟ Bile, Phlegm ଓ Wind ଏପରି ତତ୍ତ୍ୱ ଦେଖାଯାଏ । ଆହରଣ କରିଥିବା ଖାଦ୍ୟ ଉପରେ ଶରୀରର ରକ୍ତ, ମାଂସ ଓ ହାଡ଼ ପରି ଧାତୁଙ୍କ କ୍ରିୟା ଯୋଗୁଁ ଏହି ଦୋଷ ସୃଷ୍ଟି ହୁଅନ୍ତି । ଏକ ପ୍ରକାରର ଓ ଏକା ପରିମାଣର ଖାଦ୍ୟ ଭିନ୍ନ ଭିନ୍ନ ଶରୀରରେ ଭିନ୍ନ ଭିନ୍ନ ଦୋଷ ସୃଷ୍ଟି କରିପାରନ୍ତି । ତେଣୁ ସବୁ ଶରୀର ପରସ୍ପରଠାରୁ ଭିନ୍ନ ଓ ତେଣୁ ସେହି ଶରୀରର ପ୍ରତିରୋଧକ ଶକ୍ତି ଓ ଚିକିତ୍ସା ପ୍ରଣାଳୀ ମଧ୍ୟ ପୃଥକ୍ ହୋଇପାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନୁଷ୍ୟ ଶରୀରରେ ଏହି ତିନି ଦୋଷର ଭାରସାମ୍ୟ କ୍ଷତିଗ୍ରସ୍ତ ହେଲେ ମନୁଷ୍ୟ ଶରୀରରେ ଅସୁସ୍ଥତା ଦେଖାଯାଏ । ତେଣୁ ଶରୀରରେ ସନ୍ତୁଳନ ବଜାୟ ରଖିବା ପାଇଁ ସେ ନାନା ଔଷଧ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ସେ ଶରୀରରେ ଜୀବାଣୁର ଉପସ୍ଥିତି ବିଷୟରେ ଅବଗତ ଥିଲେ ହେଁ ଏହାକୁ ଅଧିକ ମହତ୍ତ୍ୱ ଦେଇନଥିଲେ । ତାଙ୍କ ମତରେ ଜୀବାଣୁ ରୋଗର ଅନ୍ୟତମ କାରଣ, ହେଲେ ଏହା ଏକମାତ୍ର କାରଣ ନୁହେଁ । ଶରୀରରେ ଦୋଷ ଓ ଧାତୁର ଭାରସାମ୍ୟ ନଷ୍ଟ ହେଲେ ଜୀବାଣୁମାନେ ବଢ଼ିବାର ସୁଯୋଗ ପାଆନ୍ତି । ତେଣୁ ଜୀବାଣୁଙ୍କ ପ୍ରତି ଧ୍ୟାନ ନଦେଇ ଏହି ସନ୍ତୁଳନ ବଜାୟ ରଖିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି । [] ଚରକ ଶରୀରର ଅନ୍ତଃ-ବହିର୍ଗଠନ ଓ ବିଭିନ୍ନ ଅଙ୍ଗ ସମ୍ପର୍କରେ ମଧ୍ୟ ଶିକ୍ଷାଲାଭ କରିଥିଲେ । ଦାନ୍ତ ସମେତ ଶରୀରରେ ବିଭିନ୍ନ ପ୍ରକାରର ୩୬୦ଟି ହାଡ଼ ରହିଛି ବୋଲି ସେ କହିଥିଲେ । ହୃତ୍‍ପିଣ୍ଡକୁ ସେ ସଠିକ୍ ଭାବେ ଶରୀରର ନିୟନ୍ତ୍ରଣ କେନ୍ଦ୍ର ବୋଲି ଚିହ୍ନଟ କରିଥିଲେ । ୧୩ଟି ବିଭିନ୍ନ ସଂଯୋଜକ ନଳୀ ମାଧ୍ୟମରେ ହୃତ୍‍ପିଣ୍ଡ ଆମ ଶରୀରର ସମସ୍ତ ଅଙ୍ଗ ସହିତ ସଂଯୁକ୍ତ ବୋଲି ମଧ୍ୟ ସେ କହିଥିଲେ । ଏହି ସବୁ ନଳୀ ବ୍ୟତୀତ ମୋଟା ପତଳା ହୋଇ ଆହୁରି ଅନେକ ନଳୀ ଶରୀରରେ ରହିଥିବା ଏବଂ ଏମାନଙ୍କଦ୍ୱାରା ଧାତବ ଲବଣ ଶରୀରରେ ସଞ୍ଚାରିତ ହେବା ଓ ଶରୀରରୁ ବର୍ଯ୍ୟବସ୍ତୁ ନିଷ୍କାସିତ ହେବା କ୍ରିୟା ମାନ ସମ୍ପାଦିତ ହୋଇଥାଏ । ଏହି ସବୁ ନଳୀର ମାର୍ଗରେ କୌଣସି ବାଧା ସୃଷ୍ଟି ହେଲେ ତାହା ରୋଗର କାରଣ ହୋଇପାରେ ଓ ଶରୀରରେ ବିକୃତି ସୃଷ୍ଟି କରିପାରେ ବୋଲି ମଧ୍ୟ ସେ ମତପୋଷଣ କରିଛନ୍ତି ।

ଆତ୍ରେୟ ନାମକ ଜଣେ ପ୍ରାଚୀନ ଚିକିତ୍ସକଙ୍କ ମାର୍ଗଦର୍ଶନରେ ଋଷି ଅଗ୍ନିବେଶ ଖ୍ରୀ.ପୂ. ୮ମ ଶତାବ୍ଦୀରେ ଏକ ଚିକିତ୍ସା ଶାସ୍ତ୍ର ରଚନା କରିଥିଲେ । କିନ୍ତୁ ଏହା ବେଶ ଜନାଦୃତ ହୋଇପାରି ନଥିଲା । ଚରକ ଏହି ଶାସ୍ତ୍ରର ସଂଶୋଧନ କରିବା ପରେ ଏହା “ଚରକ ସଂହିତା” ଭାବେ ଲୋକପ୍ରିୟ ହୋଇଥିଲା । ପ୍ରାୟ ଦୁଇ ସହସ୍ରାବ୍ଦ ପର୍ଯ୍ୟନ୍ତ ଏହା ଚିକିତ୍ସା ବିଜ୍ଞାନର ପ୍ରମୁଖ ଗ୍ରନ୍ଥ ଭାବେ ପରିଗଣିତ ହେଉଥିଲା ଓ ସେହି ସମୟରେ ଏହା ଆରବ ତଥା ଲାଟିନ୍ ପରି ଅନେକ ବିଦେଶୀ ଭାଷାରେ ଅନୁଦିତ ମଧ୍ୟ ହୋଇଛି ।

ଚରକଙ୍କ ଅବଦାନ

[ସମ୍ପାଦନା]

ତରକ ହେଉଛନ୍ତି ତରକ ସଂହିତାର ରଚୟିତା । ଚତୁର୍ଥ ଶତାବ୍ଦୀର ବୋୱର୍ ପାଣ୍ଡୁଲିପିଦ୍ୱାରା ଚରକ ସଂହିତା ଉଦ୍ଜୀବିତ ରହିଥିଲା । ବୋୱର୍ ପାଣ୍ଡୁଲିପି ଦୃଢ଼ବଳଙ୍କ କୃତି କିନ୍ତୁ ଏଥିରେ ସ୍ଥାନ ପାଇଥିବା ଚରକଙ୍କ ନିୟମମାନ ବହୁବର୍ଷ ପୂର୍ବେ ପ୍ରଣୀତ ହୋଇଥିଲା । ଚରକ ସଂହିତା ଓ ସୁଶ୍ରୁତ ସଂହିତା ଗ୍ରନ୍ଥମାନଙ୍କୁ ଆୟୁର୍ବେଦର ଆଧାର ବୋଲି କୁହାଯାଏ । ୧୨୦ଟି ଅଧ୍ୟାୟ ସମ୍ବଳିତ ଚରକ ସଂହିତା ୮ଟି ଖଣ୍ଡରେ ବିଭକ୍ତ ହୋଇଛି ।

ଚରକ ସଂହିତାରୁ ଉଦ୍ଧୃତ କିଛି ଅଂଶ (୧)
ଚରକ ସଂହିତାରୁ ଉଦ୍ଧୃତ କିଛି ଅଂଶ (୧) 
ଚରକ ସଂହିତାରୁ ଉଦ୍ଧୃତ କିଛି ଅଂଶ (୨)
ଚରକ ସଂହିତାରୁ ଉଦ୍ଧୃତ କିଛି ଅଂଶ (୨) 
ଜାପାନୀ ଭାଷାରେ ଚରକ ସଂହିତାର ଅନୁବାଦ
ଜାପାନୀ ଭାଷାରେ ଚରକ ସଂହିତାର ଅନୁବାଦ 

ପ୍ରଭାବ

[ସମ୍ପାଦନା]

ଚରକଙ୍କଠାରୁ ଆରମ୍ଭ ହୋଇଥିବା ପରମ୍ପରା ଅନୁଯାୟୀ ଔଷଧ ବିଜ୍ଞାନର ୬ ଗୋଟି ସ୍ରୋତ ରହିଛନ୍ତି । ଏହି ୬ଟି ସ୍ରୋତ ଋଷି ପୁନର୍ବସୁ ଆତ୍ରେୟଙ୍କ ୬ ଜଣ ଶିଷ୍ୟଙ୍କଦ୍ୱାରା ପ୍ରାରମ୍ଭ କରାଯାଇଥିଲା । ଅଗ୍ନିବେଶ, ଭେଳ, ଜତୂକର୍ଣ୍ଣ, ପରାଶର, ହାରୀତ ଓ କ୍ଷାରପାଣି ନାମକ ଏହି ୬ ଜଣ ଶିଷ୍ୟ ପ୍ରତ୍ୟେକେ ନିଜ ନିଜର ସଂହିତା ରଚନା କରିଥିଲେ । ଏହି ସମସ୍ତ ସଂହିତାମାନଙ୍କ ମଧ୍ୟରେ ଅଗ୍ନିବେଶଙ୍କ ସଂହିତା ସର୍ବଶ୍ରେଷ୍ଠ ବୋଲି ବିବେଚିତ ହୋଇଥିଲା । ପରବର୍ତ୍ତୀ କାଳରେ ଅଗ୍ନିବେଶଙ୍କ ସଂହିତା ଚରକଙ୍କଦ୍ୱାରା ଗୁଣାତ୍ମକ ରୂପେ ସଂଶୋଧିତ ଓ ପରିବର୍ଦ୍ଧିତ ହୋଇ “ଚରକ ସଂହିତା” ରୂପେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଦୃଢ଼ବଳ ଚରକ ସଂହିତାରେ ଆଉ କେତେକ ସଂଶୋଧନ ଓ ପରିବର୍ତ୍ତନ ଆଣିଥିଲେ ।

  1. ସୂତ୍ର ସ୍ଥାନ
  2. ନିଦାନ ସ୍ଥାନ
  3. ବିମାନ ସ୍ଥାନ
  4. ଶରୀର ସ୍ଥାନ
  5. ଐନ୍ଦ୍ରୀୟ ସ୍ଥାନ
  6. ଚିକିତ୍ସା ସ୍ଥାନ
  7. ବିକଳ୍ପ ସ୍ଥାନ
  8. ସିଦ୍ଧି ସ୍ଥାନ

ଚରକ ସଂହିତାରେ ଉପରଲିଖିତ ଆଠଟି ବିଷୟ ବା ସ୍ଥାନ ରହିଛି । [] ଏହି ସଂହିତାର ୮ଟି ଅଧ୍ୟାୟ ୧୨୦ଟି ଉପ-ଅଧ୍ୟାୟରେ ବିଭକ୍ତ । ତହିଁରେ ରହିଥିବା ପ୍ରାୟ ୧୨୦୦୦ଟି ଶ୍ଳୋକରେ ୨୦୦୦ ପ୍ରକାରର ଔଷଧର ବର୍ଣ୍ଣନା ରହିଛି । ମନୁଷ୍ୟ ଶରୀରର ପ୍ରାୟ ସମସ୍ତ ଅଙ୍ଗରେ ଦେଖାଯାଉଥିବା ରୋଗ ଓ ତାହାର ନିରାକରଣ ଔଷଧ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ଔଷଧ ପ୍ରାକୃତିକ ଉପାଦାନରୁ ତିଆରି ଓ ଏଥିରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ ଉପାଦାନ ରୂପେ ବ୍ୟବହାର କରାଯାଉନଥିଲା ।

ଇଉରୋପୀୟମାନେ ଚରକ ସଂହିତାର ଅନୁବାଦ ପଢ଼ି ଖୁବ୍ ବିସ୍ମିତ ହୋଇଥିଲେ । ଚରକ ମାଦକ ଦ୍ରବ୍ୟ ଓ ମଦ୍ୟ ଚିକିତ୍ସା ପାଇଁ ପ୍ରୟୋଜନୀୟ ବୋଲି ଏହାର ପ୍ରଶଂସା ମଧ୍ୟ କରିଛନ୍ତି । ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ ଅନୁଯାୟୀ ଏହା ଯାଗ, ଯଜ୍ଞ ଓ ଧ୍ୟାନଧାରଣା ଆଦି ପାଇଁ ମଧ୍ୟ ଅତ୍ୟାବଶ୍ୟକ ବୋଲି ଚରକ କହିଯାଇଛନ୍ତି । []

ଆହୁରି ଦେଖନ୍ତୁ

[ସମ୍ପାଦନା]


  1. Dr. B. R. Suhas. SUSHRUTA. Retrieved 14 July 2015.
  2. Martin Levey, Early Arabic Pharmacology: An Introduction Based on Ancient and Medieval Sources, Brill Archive (1973), p. 10
  3. P. N. K. Bamzai, Culture and Political History of Kashmir - Volume 1, M D Publications (1994), p.268
  4. S.K. Sopory, Glimpses Of Kashmir, APH Publishing Corporation (2004), p. 62
  5. Krishan Lal Kalla, The Literary Heritage of Kashmir, Mittal Publications (1985), p.65
  6. Dr. B. R. Suhas. SUSHRUTA. Retrieved 14 July 2015.
  7. ୭.୦ ୭.୧ ୭.୨ ଗୋପାଳ ଚନ୍ଦ୍ର ପ୍ରହରାଜ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୬୪୦.
  8. http://livinginbhubaneswar.blogspot.in/2016/02/blog-post_8.html?m=1
  9. Agarwal, D.P. "About The Date Of Caraka, The Famous Ancient Physician". www.infinityfoundation.com (in English). Archived from the original on 1 July 2002. Retrieved 14 June 2016. No doubt Caraka conceived the germ theory of the causation of diseases, but he rejected the idea that germs are the only causative factors for disease. On the other hand, he had advanced the theory that it is the imbalance of dosas and vitiation of dhatus which are primary causes of diseases, and various germs may grow in the body only when they get such a congenial environment. Both for metabolic diseases and infective ones, correction of the imbalance of dosas and dhatus constitutes the basic principle of all therapeutics. This is a unique feature of the Ayurvedic concept of diseases and their management as enunciated by Caraka in his monumental work.{{cite web}}: CS1 maint: unrecognized language (link)