Jump to content

ରୂପା ମିଶ୍ର

ଉଇକିପିଡ଼ିଆ‌ରୁ
ରୂପା ମିଶ୍ର
ଜନ୍ମ (1977-06-09) ୯ ଜୁନ ୧୯୭୭ (ବୟସ ୪୯)
ଅନୁଗୋଳ
ଜଣାଶୁଣାପ୍ରଶାସନିକ ସେବା ଅଧିକାରୀ
ଜୀବନସାଥୀଅଂଶୁମାନ ତ୍ରିପାଠୀ
Parent(s)ଦଣ୍ଡନୀରୋଧ ମିଶ୍ର, ଉଷା ରାଣୀ

ରୂପା ମିଶ୍ର(ଜନ୍ମ : ୦୯ ଜୁନ ୧୯୭୭) ଓଡ଼ିଶାର ପ୍ରଥମ ମହିଳା ଯେ କି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ଭାରତରେ ପ୍ରଥମ ହୋଇଥିଲେ । ୨୦୦୩ ବର୍ଷରେ ନିଜର ପ୍ରଥମ ପଦାର୍ପଣରେ ରୂପା ଏହି କୃତିତ୍ୱ ହାସଲ କରିଥିଲେ । ହୃଷୀକେଶ ପଣ୍ଡା(୧୯୭୯) ଓ ପ୍ରଫୁଲ ଚନ୍ଦ୍ର ମିଶ୍ର(୧୯୮୨)ଙ୍କ ପରେ ରୂପା ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ତୃତୀୟ ।[୧]

ଶିକ୍ଷା

[ସମ୍ପାଦନା]

ରୂପା ରେଭେନ୍ସା ମହାବିଦ୍ୟାଳୟରୁ +୨ ବିଜ୍ଞାନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ ।[୨] ଏହାପରେ ଆଇଆଇଏମ କୋଲକାତାରୁ ପିଜିଡ଼ିଏମ ପାସ କରିଥିଲେ ।[୩][୪]

ବୃତ୍ତିଗତ ଜୀବନ

[ସମ୍ପାଦନା]

ରୂପା ଆଇଏସ ହେବା ପୂର୍ବରୁ ସ୍ଥାନୀୟ ଦୂରଦର୍ଶନ ଚ୍ୟାନେଲ ପାଇଁ ଉପସ୍ଥାପନା ସହ ଡ଼ିଡ଼ିସିଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରୁଥିଲେ । ୨୦୦୩ରେ ଚାକିରି ଛାଡି ସେ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୨୦୦୬ମସିହାରେ ସେ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲେ । ୨୦୦୮ରେ ସେ ଗୃହ ବିଭାଗର ଉପସଚିବ ନିଯୁକ୍ତ ହୋଇଥିଲେ । ପରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୧ମସିହାରେ ସେ ପୁଣି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ନିଯୁକ୍ତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରୂପା ଅନୁଗୋଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦଣ୍ଡନୀରୋଧ ମିଶ୍ର ମଧ୍ୟ ଜଣେ ଆଇଏଏସ ଓ ମା ଉଷା ରାଣୀ । ସେ ଅଂଶୁମାନ ତ୍ରିପାଠୀଙ୍କୁ ବିବାହ କରିଛନ୍ତି । ଯେ କି ଆଇଆଇଏମ କୋଲକାତାରେ ତାଙ୍କର ସହପାଠୀ ଥିଲେ । ବିବାହ ପରେ ଆଇଆଇଏମରେ ରହଣୀ କାଳରେ ସେ ଆଇଏଏସ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିଲେ । ବିବାହିତ ମହିଳା ଭାବରେ ଆଇଏଏସ ପରୀକ୍ଷାରେ ପ୍ରଥମ ହେବାରେ ସେ ସମଗ୍ର ଭାରବର୍ଷରେ ପ୍ରଥମ ଉଦାହରଣ ଥିଲେ । ସେ ଓଡ଼ିଶୀ ନୃତ୍ୟରେ ମଧ୍ୟ ନିପୁଣ ।[୫]

  1. ↑ "The Promise keeper". Retrieved 11 September 2017.
  2. ↑ http://www.rediff.com/news/2004/may/08ias.htm?print=true
  3. ↑ "Roopa Mishra tops civil services exams". Archived from the original on 28 June 2017. Retrieved 11 September 2017.
  4. ↑ "Way to the top". Retrieved 11 September 2017.
  5. ↑ https://www.telegraphindia.com/1111001/jsp/orissa/story_14576002.jsp