ରୂପା ମିଶ୍ର

ଉଇକିପିଡ଼ିଆ‌ରୁ
ରୂପା ମିଶ୍ର
ଜନ୍ମ (1977-06-09) ୯ ଜୁନ ୧୯୭୭ (ବୟସ ୪୬)
ଅନୁଗୋଳ
ପ୍ରସିଦ୍ଧିପ୍ରଶାସନିକ ସେବା ଅଧିକାରୀ
ବୈବାହିକ-ସାଥୀଅଂଶୁମାନ ତ୍ରିପାଠୀ
ପିତାମାତା(s)ଦଣ୍ଡନୀରୋଧ ମିଶ୍ର, ଉଷା ରାଣୀ

ରୂପା ମିଶ୍ର(ଜନ୍ମ : ୦୯ ଜୁନ ୧୯୭୭) ଓଡ଼ିଶାର ପ୍ରଥମ ମହିଳା ଯେ କି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ଭାରତରେ ପ୍ରଥମ ହୋଇଥିଲେ । ୨୦୦୩ ବର୍ଷରେ ନିଜର ପ୍ରଥମ ପଦାର୍ପଣରେ ରୂପା ଏହି କୃତିତ୍ୱ ହାସଲ କରିଥିଲେ । ହୃଷୀକେଶ ପଣ୍ଡା(୧୯୭୯) ଓ ପ୍ରଫୁଲ ଚନ୍ଦ୍ର ମିଶ୍ର(୧୯୮୨)ଙ୍କ ପରେ ରୂପା ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ତୃତୀୟ ।[୧]

ଶିକ୍ଷା[ସମ୍ପାଦନା]

ରୂପା ରେଭେନ୍ସା ମହାବିଦ୍ୟାଳୟରୁ +୨ ବିଜ୍ଞାନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ ।[୨] ଏହାପରେ ଆଇଆଇଏମ କୋଲକାତାରୁ ପିଜିଡ଼ିଏମ ପାସ କରିଥିଲେ ।[୩][୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ରୂପା ଆଇଏସ ହେବା ପୂର୍ବରୁ ସ୍ଥାନୀୟ ଦୂରଦର୍ଶନ ଚ୍ୟାନେଲ ପାଇଁ ଉପସ୍ଥାପନା ସହ ଡ଼ିଡ଼ିସିଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରୁଥିଲେ । ୨୦୦୩ରେ ଚାକିରି ଛାଡି ସେ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୨୦୦୬ମସିହାରେ ସେ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲେ । ୨୦୦୮ରେ ସେ ଗୃହ ବିଭାଗର ଉପସଚିବ ନିଯୁକ୍ତ ହୋଇଥିଲେ । ପରେ ନବରଙ୍ଗପୁରକଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୧ମସିହାରେ ସେ ପୁଣି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ନିଯୁକ୍ତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରୂପା ଅନୁଗୋଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦଣ୍ଡନୀରୋଧ ମିଶ୍ର ମଧ୍ୟ ଜଣେ ଆଇଏଏସ ଓ ମା ଉଷା ରାଣୀ । ସେ ଅଂଶୁମାନ ତ୍ରିପାଠୀଙ୍କୁ ବିବାହ କରିଛନ୍ତି । ଯେ କି ଆଇଆଇଏମ କୋଲକାତାରେ ତାଙ୍କର ସହପାଠୀ ଥିଲେ । ବିବାହ ପରେ ଆଇଆଇଏମରେ ରହଣୀ କାଳରେ ସେ ଆଇଏଏସ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିଲେ । ବିବାହିତ ମହିଳା ଭାବରେ ଆଇଏଏସ ପରୀକ୍ଷାରେ ପ୍ରଥମ ହେବାରେ ସେ ସମଗ୍ର ଭାରବର୍ଷରେ ପ୍ରଥମ ଉଦାହରଣ ଥିଲେ । ସେ ଓଡ଼ିଶୀ ନୃତ୍ୟରେ ମଧ୍ୟ ନିପୁଣ ।[୫]

ଆଧାର[ସମ୍ପାଦନା]

  1. "The Promise keeper". Retrieved 11 September 2017.
  2. http://www.rediff.com/news/2004/may/08ias.htm?print=true
  3. "Roopa Mishra tops civil services exams". Retrieved 11 September 2017.
  4. "Way to the top". Retrieved 11 September 2017.
  5. https://www.telegraphindia.com/1111001/jsp/orissa/story_14576002.jsp