ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୨୭ ଫେବୃଆରୀ ୧୯୬୩
ପୂର୍ବ ଅଧିକାରୀନାରାୟଣ ସାହୁ
ପର ଅଧିକାରୀଭି.ସୁଜ୍ଞାନୀ କୁମାରୀ ଦେଓ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀକୋଦଳା ପୂର୍ବ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନାରାୟଣ ସାହୁ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀକୋଦଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-01-13)୧୩ ଜାନୁଆରୀ ୧୯୦୦
ମୃତ୍ୟୁ୨୭ ଫେବୃଆରୀ ୧୯୬୩(1963-02-27) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ନ୍ୟାସନାଲ ପାର୍ଟି
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ (୧୩ ଜାନୁଆରୀ ୧୯୦୦ - ୨୭ ଫେବୃଆରୀ ୧୯୬୩) ଖଲ୍ଲିକୋଟର ଭୂତପୂର୍ବ ରାଜା ଏବଂ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୩୬ ସ୍ୱାଧୀନତା ପୂର୍ବର ପ୍ରଥମ ଓଡ଼ିଶା ବିଧାନ ସଭାକୁ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଭାରତ ସ୍ୱାଧୀନ ହେବା ପରେ ୧୯୫୨, ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଦଳା ଓ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଚାରିଥର କାର୍ଯ୍ୟ କରିଥିଲେ ଏବଂ ୧୯୫୭ ମସିହାରୁ ୧୯୫୯ ମସିହାଯାଏଁ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୩୬ ମସିହାରେ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟି ପକ୍ଷରୁ ସେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ତାଙ୍କ ସମେତ ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟ ମାତ୍ର ଚାରି ଜଣ ବିଜୟୀ ହୋଇଥିଲେ ।[୩] ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ୧୯୪୧ ନଭେମ୍ବର ୨୮ ତାରିଖରେ ଓଡ଼ିଶାରେ ଏକ ସଂଖ୍ୟାଲଘୁ ମିଳିତ ସରକାର ଗଠନ କରାଯାଇଥିଲା, ଯାହାକୁ ନ୍ୟାସନାଲ ପାର୍ଟିର ଏହି ଚାରିଜଣ ବିଧାୟକ ସମର୍ଥନ ଜଣାଇଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୩୭ ୧୯୪୬ ସଭ୍ୟ, ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା କୋଦଳା ନ୍ୟାସନାଲ ପାର୍ଟି
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ସ୍ୱାଧୀନ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା କୋଦଳା ପୂର୍ବ ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୨୭ ଫେବୃଆରୀ ୧୯୬୩ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

୪ର୍ଥ ଓଡ଼ିଶା ବିଧାନ ସଭାର ବିଧାୟକ ଥିବାବେଳେ ୧୯୬୩ ମସିହାରେ ଫେବୃଆରୀ ୨୭ ତାରିଖରେ ରାମଚନ୍ଦ୍ର ମୃତ୍ୟୁବରଣ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ramchandra Mardaraj Dev". odishaassembly.nic.in. Odisha Assembly. Retrieved 23 January 2021.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  3. ନାୟକ, ଉଦ୍ଧବ ଚରଣ (2013). "4". ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ (ଓଡ଼ିଶା ରାଜନୀତିର ଇତିହାସ) (in ଓଡ଼ିଆ) (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୫. Retrieved 23 January 2021.{{cite book}}: CS1 maint: unrecognized language (link)
  4. ନାୟକ, ଉଦ୍ଧବ ଚରଣ (2013). "4". ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ (ଓଡ଼ିଶା ରାଜନୀତିର ଇତିହାସ) (in ଓଡ଼ିଆ) (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୮. Retrieved 23 January 2021.{{cite book}}: CS1 maint: unrecognized language (link)
  5. "ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ". ନିତିଦିନ. 15 January 2017. Archived from the original on 15 November 2020. Retrieved 23 January 2021.