ଭି.ସୁଜ୍ଞାନୀ କୁମାରୀ ଦେଓ
ଭି.ସୁଜ୍ଞାନୀ କୁମାରୀ ଦେଓ | |
---|---|
![]() ଭି.ସୁଜ୍ଞାନୀ କୁମାରୀ ଦେଓ, ବିଧାୟିକା | |
ବିଧାୟିକା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଲଡୁ କିଶୋର ସ୍ୱାଇଁ |
ପର ଅଧିକାରୀ | ଲତିକା ପ୍ରଧାନ |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ଅଗଷ୍ଟ ୧୯୩୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ପୂର୍ଣ୍ଣଚନ୍ଦ୍ର ମର୍ଦରାଜ ଦେଓ |
ବାପା/ବୋଉ | ଆର.ଭି.ଏମ କୁମାର ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଭି.ସୁଜ୍ଞାନୀ କୁମାରୀ ଦେଓ ଏକାଧାରେର ଜଣେ ବିଧାୟିକା,ସମାଜେସବୀ ଓ କୃଷିଜୀବି । ସେ ୧୯୩୭ ମସିହ। ଅଗଷ୍ଟ ୮ ତାରିଖରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜା ଆର.ଭି.ଏମ କୁମାର ଦେଓ । ତାଙ୍କ ସ୍ୱାମୀଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମର୍ଦରାଜ ଦେଓ ।[୧]
ଶିକ୍ଷା[ସମ୍ପାଦନା]
ସେ ଆଶୁଲେଖନ,ହୋମିଓପାଥିରେ ଉପାଧିପତ୍ର ପାଇଛନ୍ତି ।
ରୁଚି[ସମ୍ପାଦନା]
ଷ୍ଟାମ୍ପ ସଂଗ୍ରହ, କାର ଚାଳନା, ଇଣ୍ଟରିୟର ଡିଜାଇନରେ ବିଶେଷ ରୁଚି ରଖନ୍ତି । ଏହାସହ କାଲି ସମୟରେ ଆର୍ଟିକିଲ ଲେଖିବା ପାଇଁ ପସନ୍ଦ କରନ୍ତି । କେବଳ ଏତିକ ନୁହଁ ନିଷ୍ପିଡୀତ ମହିଳାଙ୍କ ଉନ୍ନତି ପାଇଁ ମଧ୍ୟ ସେ କାମ କରନ୍ତି ।
ରାଜନୀତି ଜୀବନ[ସମ୍ପାଦନା]
ଭି.ସୁଜ୍ଞାନୀ କୁମାର ଦେଓ ୧୯୬୧ ମସିହାରେ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ । ଭି.ସୁଜ୍ଞାନୀ କୁମାରୀ ଦେଓ ଲଗାତାର ଭାବେ ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୦୭୭ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ୧୯୭୭-୧୯୮୦ ପର୍ଯ୍ୟନ୍ତ ସେ ଖଲ୍ଲିେକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ବିଜୁ ଜନତା ଦଳ ତରଫରୁ ୨୦୦୦ରୁ ୨୦୧୪ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ଶେଷ ଦୁଇ ଥର ପାଇଁ ସେ କବିସୂର୍ଯନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଏହାସହ ସେ ବିଧାନ ସଭାର ବିଭିନ୍ନ କମିଟିରେ ସେ ସଦସ୍ୟ ମଧ୍ୟ ହୋଇଛନ୍ତି । ଏହାସହ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ (ଉପ) | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ଉତ୍କଳ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ଜନତା ପାର୍ଟି |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ଜନତା ପାର୍ଟି |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଖଲ୍ଲିକୋଟ | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | କବିସୂର୍ଯ୍ୟ ନଗର | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | କବିସୂର୍ଯ୍ୟ ନଗର | ବିଜୁ ଜନତା ଦଳ |
ଅନ୍ୟାନ୍ୟ ସୂଚନା[ସମ୍ପାଦନା]
ଭି.ସୁଜ୍ଞାନୀ କୁମାର ଦେଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି । ଏହାସହ ୧୯୫୫-୮୬ ପର୍ଯ୍ୟନ୍ତ ଖଲ୍ଲିକୋଟର Regional Co-Operative Marketing Societyର ସଭାପତି କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି ।