ମାୟୋକ୍ଲୋନସ

ଉଇକିପିଡ଼ିଆ‌ରୁ
Myoclonus
Myoclonic twitches, myoclonic jerks, myoclonic seizures
A person with a myoclonus following a peripheral nerve block
ବିଭାଗNeurology
ଲକ୍ଷଣBrief, involuntary muscle twitch[୧][୨]
କାରଣPhysiologic: Hiccups, hypnic jerks[୧]
Pathologic: Infections, dystonia, stroke, brain tumors, kidney problems, liver problems, drug intoxication, multiple sclerosis, epilepsy, dementia, Creutzfeldt-Jakob disease[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିElectromyography (EMG), electroencephalography (EEG), evoked potential studies, MRI[୧]
ସଠିକ ରୋଗ ନିର୍ଣ୍ଣୟFasciculations, tremor, tics, chorea[୨]
ଚିକିତ୍ସାBased on underlying cause, symptomatic[୧]
ପୁନଃପୌନିକ9 per 100,000 at some point[୨]

ମାୟୋକ୍ଲୋନସ ରୋଗରେ ଏକ ବା ଏକାଧିକ ମାଂସପେଶୀର ଏକ ସଂକ୍ଷିପ୍ତ ଅନିଚ୍ଛାକୃତ ସଙ୍କୋଚନ ହୁଏ ।[୧] [୨] ଏହା ପ୍ରତି ମିନିଟରେ ବାରମ୍ବାର କିମ୍ବା ଅନେକ ଥର ହୋଇପାରେ ।[୧] ରୋଗ ଗୁରୁତର ହେଲେ ବ୍ୟକ୍ତିର କଥାବାର୍ତ୍ତା, ଚାଲିବା କିମ୍ବା ଖାଇବା କ୍ଷମତା ସୀମିତ ହୋଇଥାଏ । [୧] ଏହା ଏକ ନିର୍ଦ୍ଦିଷ୍ଟ ରୋଗ ଅପେକ୍ଷା ଏକ ଡାକ୍ତରୀ ଚିହ୍ନ ଭାବରେ ନିଆଯାଇପାରେ ।[୧]

ଏହାର ଶରୀରତ‌ତ୍ତ୍ୱ ଏବଂ ରୋଗାତ୍ମକ ନାମକ ଦୁଇଟି ଶ୍ରେଣୀ ଅଛି । [୧] ଶରୀରତ‌ତ୍ତ୍ୱ ପ୍ରକାରଗୁଡିକରେ ହିକା ବା ହିକପ ହୁଏ ଏବଂ ଶୋଇବା ସମୟରେ ହେଉଥିବା ମାୟୋକ୍ଲୋନସକୁ ହିପନିକ୍ ଜର୍କ କୁହାଯାଏ ।[୧] ଡିଷ୍ଟୋନିଆ, ଷ୍ଟ୍ରୋକ୍, ମସ୍ତିଷ୍କ ଅର୍ବୁଦ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା, ଡ୍ରଗ୍ ନିଶା, ଏକାଧିକ ସ୍କ୍ଲେରୋସିସ୍, ଅପସ୍ମାର, ଡିମେନ୍ସିଆ ଏବଂ ଏନସେଫାଲାଇଟିସ୍ ଏବଂ କ୍ରୁଟଜଫେଲ୍ଡ-ଜାକୋବ ରୋଗ ଭଳି ରୋଗାତ୍ମକ ପ୍ରକାର ହୋଇପାରେ । [୧] [୨] [୩] କେତେକ ମାମଲା ପରିବାରିକ ହୋଇଥାଏ କିମ୍ବା ଏକ ଅଜ୍ଞାତ କାରଣରୁ ଘଟିଥାଏ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ମାଂସପେଶୀ ସଂକୋଚନ କିମ୍ବା ଶିଥିଳ ହୋଇପାରେ । [୧]

ଇଲେକ୍ଟ୍ରୋମାୟୋଗ୍ରାଫି (EMG), ଇଲେକ୍ଟ୍ରୋଏନସେଫାଲୋଗ୍ରାଫି (EEG), ସମ୍ଭାବ୍ୟ ଅଧ୍ୟୟନ (evoked potential studies) ଏବଂ ଏମଆରଆଇଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ । [୧] ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ। [୧] ଅନେକ କ୍ଷେତ୍ରରେ ଲକ୍ଷଣ ଅନୁସାରେ କ୍ଲୋନାଜେପାମ କିମ୍ବା ବୋଟୋକ୍ସ ବ୍ୟବହାର କରାଯାଏ । [୧] ଭାଲପ୍ରୋଟ୍ ଭଳି ବାତ ନିରୋଧକ ଔଷଧରେ ଉପକୃତ ହୋଇପାରେ। [୩] ପ୍ରତି ୧୦୦,୦୦୦ ଜଣରେ ପ୍ରାୟ ୯ଜଣ ସେମାନଙ୍କ ଜୀବନର କୌଣସି ସମୟରେ ପ୍ରଭାବିତ ହୁଅନ୍ତି ।[୨] ବୟସ୍କ ବ୍ୟକ୍ତିଙ୍କଠାରେ ଏହା ଅଧିକ ଦେଖାଯାଏ। [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Myoclonus Fact Sheet | National Institute of Neurological Disorders and Stroke". www.ninds.nih.gov. Archived from the original on 3 August 2022. Retrieved 28 September 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Ibrahim, W; Zafar, N; Sharma, S (January 2022). "Myoclonus". PMID 30725700. {{cite journal}}: Cite journal requires |journal= (help)
  3. ୩.୦ ୩.୧ Kojovic, M; Cordivari, C; Bhatia, K (January 2011). "Myoclonic disorders: a practical approach for diagnosis and treatment". Therapeutic advances in neurological disorders. 4 (1): 47–62. doi:10.1177/1756285610395653. PMID 21339907.